www.samajalive.in
Sunday, December 14, 2025
16.1 C
Bhubaneswar

ଜାମ୍ମୁ କାଶ୍ମୀରରେ ପୁଲୱାମା ଭଳି ବଡ ଧରଣର ଆତଙ୍କୀ ଷଡଯନ୍ତ୍ରକୁ ବିଫଳ କଲା ସୁରକ୍ଷା ବାହିନୀ, ରାଜପୋରା ଅଞ୍ଚଳରୁ କାରରୁ ଉଦ୍ଧାର ହେଲା ବିପୁଳ ପରିମାଣର‘ଆଇଡି’ବୋମା

ଜାମ୍ମୁ କାଶ୍ମୀର: ଜାମ୍ମୁ କାଶ୍ମୀରରେ ପୁଲୱାମା ଭଳି ଏକ ବଡ ଧରଣର ଆତଙ୍କୀ ଆକ୍ରମଣ ଷଡଯନ୍ତ୍ରକୁ ବିଫଳ କରିଛି ସୁରକ୍ଷା ବାହିନୀ । ଜାମ୍ମୁ କାଶ୍ମୀରର  ରାଜପୋରା ଅଞ୍ଚଳରୁ ଏକ କାରରୁ ବିପୁଳ ପରିମାଣର ‘ଆଇଡି’ ବୋମା ଉଦ୍ଧାର କରାଯାଇଛି । ମିଳିଥିବା ସୂଚନା ଅନୁସାରେ ଗୁରୁବାର ଜାମ୍ମୁ କାଶ୍ମୀରର  ରାଜପୋରା ଅଞ୍ଚଳରରେ ସେନା ବାହିନୀ ପୁଲୱାମା ପୁଲିସ ଓ ସିଆରଏଫ ସର୍ଚ୍ଚ ଅପରେସନ କରୁଥିବା ବେଳେ ଏକ ସାଣ୍ଟ୍ରୋ କାରରୁ ବିପୁଳ ପରିମାଣର ’ଆଇଡି’ (ଇମ୍ପ୍ରୋଭାଇଜଡ୍ ବିସ୍ଫୋରକ ଉପକରଣ) ଊଦ୍ଧାର କରିଥିଲେ । ପରେ ଉକ୍ତ କାରରେ ଥିବା ବୋମାକୁ ବୋମା  ନିଷ୍କ୍ରୟକାରୀ ଦଳ ଏହି ବୋମାକୁ ଠିକ୍ ସମୟରେ ନିଷ୍କ୍ରିୟ କରିଦେଇଛନ୍ତି ।

କୁହାଯାଉଛି ଯେ ପୁଲୱାମା ପୁଲିସ, ସିଆରପିଏଫ ଓ ସେନାର କରୁଥିବା ମିଳିତ ସର୍ଚ୍ଚ  ଅପରେସନ ସମୟରେ ରାଜପୋରା ରୋଡରେ ଆତଙ୍କବାଦୀ ସଙ୍ଗଠନ ହିଜବୁଲ ମୁଜାହିଦ୍ଦିନର ଜଣେ ଆତଙ୍କବାଦୀ ଏହି କାରଟିକୁ ଚଳାଇ ଆସୁଥିଲେ । ସନ୍ଦେହ ହେବାରୁ ସର୍ଚ୍ଚ  ଅପରେସନ କରୁଥିବା ପୁଲୱାମା ପୁଲିସ, ସିଆରପିଏଫ ଓ ସେନା ଗାଡିଟିକୁ ଅଟକାଇ ବାକୁ ଚେଷ୍ଟା କରିଥିଲେ । ଏହପରେ ଆତଙ୍କବାଦୀ ସୁରକ୍ଷା ବାହିନୀ ଉପରୁକୁ ଗୁଳି ଚଳାଇଥିଲେ । ସୁରକ୍ଷା ବାହିନୀ ମଧ୍ୟ କାର ଉପରକୁ ଗୁଳି ଚଳାଇଥିଲେ । ଯାହା ଫଳରେ ଆତଙ୍କବାଦୀ ରାସ୍ତାରେ କାରକୁ ଛାଡି ଅନ୍ଧାରରେ ପଳାଇ ଯାଇଥିଲା । ସୁରକ୍ଷା ବାହିନୀ କାରକୁ ଯାଞ୍ଚ କରିବାକୁ ଏଥିରେ ବିପୁଳ ପରିମାଣର ଆଇଡି ବୋମା ରହିଥିବା ଦେଖିବାକୁ ପାଇଥିଲା । ଏହାପରେ ତୁରନ୍ତ ଘଟଣା ସ୍ଥଳକୁ ବୋମା  ନିଷ୍କ୍ରୟକାରୀ ଦଳକୁ ଡକା ଯିବା ସହ ବୋମାକୁ ନିଷ୍କ୍ରିୟ କରାଯାଇଥିଲା । 

- Advertisement -

ଅନୁସନ୍ଧାନରୁ ଜଣାପଡିଛି ଯେ ବୋମା ଖଞ୍ଜା ଯାଇଥିବା ଏହି ଧଳା ସାଣ୍ଟ୍ରୋ କାରଟିର ନମ୍ବର ପ୍ଲେଟ ମଧ୍ୟ ନକଲି ବୋଲି ଜଣାପଡିଛି ।ଧଳା ସାଣ୍ଟ୍ରୋ କାରରେ ଦୁଇଟି ଚକିଆ ଗାଡିର ନମ୍ବର ପ୍ଲେଟ୍ ଲାଗିଥିଲା, ଯାହା କଠୁଆରେ ପଞ୍ଜିକୃତ ହୋଇଥିଲା ଜ୍ଝ ଜାମ୍ମୁ କାଶ୍ମୀର ପୋଲିସ ବର୍ତ୍ତମାନ ଏହି ଗାଡିର ମାଲିକଙ୍କୁ ଟ୍ରାକ୍ କରିବା ଆରମ୍ଭ କରିଛି ।

ସୂଚନାଯୋଗ୍ୟ ଯେ, ଗତ ବର୍ଷ ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ମଧ୍ୟ ସମାନ ଧରଣର ଥିଲା । ଯେଉଁଥିରେ ଏକ କାରରେ ବୋମା ରଖାଯାଇଥିଲା ଏବଂ ସିଆପିଏଫ ଗାଡି ରାସ୍ତାରେ ଯାଉଥିବା ସମୟରେ ବିସ୍ପୋରଣ କରାଯାଇଥିଲା । ଫେବୃଆରୀ ୨୦୧୯ ରେ ହୋଇଥିବା ଏହି ଆତଙ୍କବାଦୀ ଆକ୍ରମଣରେ ପ୍ରାୟ ୪୫ ଜଣ ଯବାନ ସହିଦ ହୋଇଥିଲେ ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories