www.samajalive.in
Saturday, December 13, 2025
21.1 C
Bhubaneswar

୨୪ଡ଼ିଗ୍ରୀରୁ କମ୍‌ ହେବନି ଏସିର ତାପମାତ୍ରା

ନୂଆଦିଲ୍ଲୀ: ଶକ୍ତି ସଞ୍ଚୟ କ୍ଷେତ୍ରରେ କେନ୍ଦ୍ର ସରକାର ବଡ ପଦକ୍ଷେପ ନେଇଛନ୍ତି। ଏଥିପାଇଁ ଶୀତତାପ ନିୟନ୍ତ୍ରଣ ଯନ୍ତ୍ର (ଏସି)ର ସର୍ବନିମ୍ନ ତାପମାତ୍ରା ୨୪ଡିଗ୍ରୀ ସେଲସିୟସ୍‍ ମଧ୍ୟରେ ସୀମିତ ରଖିବା ଲାଗି ନିଷ୍ପତ୍ତି ନିଆଯାଇଛି। ଏ ନେଇ ଆଗାମୀ ଦିନରେ ସମସ୍ତ ଏସି ନିର୍ମାଣକାରୀ କମ୍ପାନୀଙ୍କୁ ନିର୍ଦେଶ ଦିଆଯିବ। ତିଆରି କରାଯାଉଥିବା ଏସି ଗୁଡିକର ସର୍ବନିମ୍ନ ତାପମାତ୍ରା ୨୪ଡିଗ୍ରୀରେ ସୀମିତ ରଖାଯିବ। ଅର୍ଥାତ ଏସିଗୁଡିକର ଡିଫଲ୍ଟ ସେଟିଙ୍ଗ ୨୪ଡିଗ୍ରୀରୁ କମ୍‍ ହୋଇପାରିବ ନାହିଁ। କୌଣସି ପରିସ୍ଥିତିରେ ଏସିର ତାପମାତ୍ରା ୨୪ଡିଗ୍ରୀରୁ କମ୍‍ କରାଗଲେ ଏହା ସ୍ୱାଭାବିକ ଭାବେ ଅଚଳ ହୋଇପଡିବ। ଶୁକ୍ରବାର ଶକ୍ତି ମନ୍ତ୍ରୀ ଆରକେ ସିଂହଙ୍କ ନେତୃତ୍ୱରେ ହୋଇଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହା ଦ୍ୱାରା ଶକ୍ତି ସଞ୍ଚୟ ସହିତ ସ୍ୱାସ୍ଥ୍ୟ ପାଇଁ ହିତକର ହେବ। ମନ୍ତ୍ରୀ କହିଛନ୍ତି ଯେ ମଣିଷ ଶରୀର ସାଧାରଣ ତାପମାତ୍ରା ୩୬ରୁ ୩୭ ଡିଗ୍ରୀ ସେଲସିୟସ।
ତେବେ ଅଧିକାଂଶ ବାଣିଜ୍ୟିକ ପ୍ରତିଷ୍ଠାନ, ହୋଟେଲ ଓ କାର୍ଯ୍ୟାଳୟରେ ଏସିର ତାପମାତ୍ରା ୧୮ରୁ ୨୧ ଡିଗ୍ରୀ ମଧ୍ୟରେ ରଖାଯାଉଛି। ଏହା ଅସ୍ୱସ୍ତିକର ଓ ଅସ୍ୱାସ୍ଥ୍ୟକର। ଜାପାନ ଭଳି ଦେଶ ଏସିର ତାପମାତ୍ରା ସର୍ବନିମ୍ନ ୨୮ ଡିଗ୍ରୀ ସେଲସିୟସ୍‍ ମଧ୍ୟରେ ସୀମିତ ରଖିବାକୁ ନିୟମ କରିଛନ୍ତି। ଏସିର ତାପମାତ୍ରା ଗୋଟିଏ ଡିଗ୍ରୀ କମ୍‍ କରାଗଲେ ୬ ପ୍ରତିଶତ ଅଧିକ ବିଜୁଳି ଶକ୍ତି ଆବଶ୍ୟକ ହୋଇଥାଏ।

Hot this week

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

Related Articles

Popular Categories