www.samajalive.in
Sunday, December 14, 2025
19.1 C
Bhubaneswar

କରୋନା କଟକଣା – ଜର୍ମାନରେ ବଢ଼ିଲା, ଜାପାନରେ ହଟିଲା

ସମାଜ ପୋର୍ଟାଲ ଡେସ୍କ: ଜର୍ମାନ ସରକାର କରୋନା ସଂକ୍ରମଣକୁ ରୋକିବା ଦିଗରେ ପଦକ୍ଷେପ ସ୍ୱରୂପ ସେଠାରେ ସାମାଜିକ ଦୂରତା ବ୍ୟବସ୍ଥାକୁ ଆସନ୍ତା ଜୁନ୍‍ ୨୯ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଜର୍ମାନ କ୍ୟାବିନେଙ୍କ ପକ୍ଷରୁ ଏ ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଛି। ସେଠାକାର ସିନେଟ ମୁଖ୍ୟ ଏବଂ ଅନ୍ୟ ସଦସ୍ୟଙ୍କ ଦ୍ୱାରା ଆସନ୍ତା ମାସ ୨୯ ପର୍ଯ୍ୟନ୍ତ ଏହି ବ୍ୟବସ୍ଥା ବଳବତ୍ତର ରଖିବାକୁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଛି। ଗତକାଲି ସୁଦ୍ଧା ସେଠାରେ ୧ଲକ୍ଷ୮୧ ହଜାର ଲୋକ ଏହି ଭୂତାଣୁରେ ସଂକ୍ରମିତ ହୋଇଥିବା ବେଳେ ୮ହଜାର ୪୦୦ ଜଣ ମୃତ୍ୟୁ ବରଣ କରିଥିବା ସୂଚନା ମିଳିଛି।

ଅନ୍ୟପକ୍ଷରେ କରୋନା ଭାଇରସ ମହାମାରୀ ପରେ ଜାପାନ ଦେଶବ୍ୟାପୀ ଜରୁରୀକାଳୀନ ପରିସ୍ଥିତିକୁ ସମ୍ପୂର୍ଣ୍ଣ ରୂପେ ହଟାଇ ଦେଇଛି। ଜାପାନର ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଘୋଷଣା କରିଛନ୍ତି ଯେ ଟୋକିଓ ସମେତ ଅବଶିଷ୍ଟ ପାଞ୍ଚଟି ଅଂଚଳରେ ଜରୁରୀକାଳୀନ ପରିସ୍ଥିତି ହଟାଇ ଦିଆଯାଇଛି। ଯଦି ପୁଣି ସଂକ୍ରମଣ ବ୍ୟାପିବା ଆରମ୍ଭ କରିବା ତେବେ ଜରୁରୀକାଳୀନ ପରିସ୍ଥିତିକୁ ପୁନର୍ବାର ଲାଗୁ କରାଯାଇପାରିବ ବୋଲି ସେ ଚେତାବନୀ ଦେଇଛନ୍ତି। ଜାପାନ ସରକାର ଟୋକିଓ ଏବଂ ୬ଟି ପଡୋଶୀ ଅଂଚଳ ପାଇଁ ଏପ୍ରିଲ୍ ଆରମ୍ଭରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲେ ଏବଂ ପରେ ଏହାକୁ ସମଗ୍ର ଦେଶରେ ଲାଗୁ କରାଯାଇଥିଲା।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories