www.samajalive.in
Sunday, December 14, 2025
26.1 C
Bhubaneswar

କେବେ ଗଡିବ ଘରୋଇ ବସ୍ : ଆଜି ନିଆଯିବ ଚୁଡାନ୍ତ ନିଷ୍ପତ୍ତି

ଭୁବନେଶ୍ଵର : ରାଜ୍ୟରେ ଘରୋଇ ବସ ଚଳାଚଳ ନେଇ ଆଜି ଚୂଡାନ୍ତ ନିଷ୍ପତି ନିଆଯିବ । ଆଜି ରାଜ୍ୟ ବସ ମାଲିକ ସଂଘର ସାଧାରଣ ପରିଷଦ ବୈଠକ ବସିବ । ଏଥିରେ ବସ ଚଳାଚଳ ନେଇ ନିଷ୍ପତି ନିଆଯିବ ବୋଲି ସଂଘ କହିଛି । ରାଜ୍ୟ ସରକାର ବସ୍ ଚଳାଚଳ କରିବାକୁ ଅନୁମତି ପ୍ରଦାନ କରିବା ପରେ ମଧ୍ୟ ଘରୋଇ ବସ୍ ମାଲିକ ମାନେ ବସ୍ ଚଳାଇ ନଥିଲେ । ବସ୍ ମାଲିକ ମାନେ ସରକରଙ୍କୁ ସେମାନଙ୍କର କେତେକ ଦାବି ପୂରଣ କରିବାକୁ କହିଥିଲେ । ଏହି କ୍ରମରେ ଗତକାଲି ସଚିବାଳୟରେ ଘରୋଇ ବସ୍ ମାଲିକ ସଂଘ ସହ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଆଲୋଚନା କରିଥିଲେ । ଏହି ସମୟରେ ବସ୍ ମାଲିକ ସଂଘ ୩ମାସର ରୋଡ୍ ଟାକ୍ସ ଓ ୬ମାସର ବ୍ୟାଙ୍କ ଲୋନ୍ ଛାଡ ଏବଂ ବସ୍ କର୍ମଚାରୀଙ୍କ ଇନସୁରାନ୍ସ ଦାବି କରିଥିଲା ।

ତେବେ ରାଜ୍ୟରେ ଘରୋଇ ବସ ମାଲିକ ସଂଘର ଅନେକ ଦାବି ମାନି ନେଇଛନ୍ତି ସରକାର । ଏପ୍ରିଲ, ମେ ଓ ଜୁନ୍ ର ରୋଡ ଟ୍ୟାକ୍ସ ଛାଡ କରିଛନ୍ତି । ବ୍ୟାଙ୍କ ଲୋନ ଛାଡ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇବୁ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ । ଏନେଇ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଚିଠି ଲେଖିବେ । ତେବେ ଖୁବଶୀଘ୍ର ଘରୋଇ ବସ୍ ଚାଲିବ ବୋଲି ଆଶା କରିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories