www.samajalive.in
Sunday, December 14, 2025
26.1 C
Bhubaneswar

ଭାରତରେ କରୋନା ସଂକ୍ରମଣ ଆରୋଗ୍ୟ ହାର ୪୨.୪୫%କୁ ବୃଦ୍ଧି – ୨୪ ଘଂଟାରେ ରେକର୍ଡ ସଂଖ୍ୟକ ୬୩୮୭ ସଂକ୍ରମିତ ଚିହ୍ନଟ

ସମାଜ ପୋର୍ଟାଲ ଡେସ୍କ: ଦେଶରେ ମୋଟ ୬୪ ହଜାର ୪୨୬ ଜଣ କରୋନା ସଂକ୍ରମିତ ଆରୋଗ୍ୟ ହୋଇଛନ୍ତି ଏବଂ କରୋନା ସଂକ୍ରମଣ ଆରୋଗ୍ୟ ହାର ୪୨.୪୫ ପ୍ରତିଶତକୁ ବୃଦ୍ଧି ପାଇଥିବା ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି। ଗତ ୨୪ ଘଣ୍ଟା ମଧ୍ୟରେ ୩ ହଜାର ୯୩୫ ଜଣ ସୁସ୍ଥ ହୋଇଥିବା ମନ୍ତ୍ରାଳୟ ସ୍ପଷ୍ଟ କରିଛି।

ଅନ୍ୟ ପକ୍ଷରେ ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ ୬ ହଜାର ୩୮୭ଟି ନୂଆ ସଂକ୍ରମଣ ମାମଲା ମଧ୍ୟ ଚିହ୍ନଟ ହୋଇଛି ଫଳରେ ମୋଟ ସଂକ୍ରମଣ ସଂଖ୍ୟା ୧ ଲକ୍ଷ ୫୧ ହଜାର ୭୬୭କୁ ବୃଦ୍ଧି ପାଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଗତ ୨୪ ଘଂଟାରେ ୧୭୦ ଜଣ ସଂକ୍ରମିତଙ୍କ ମୃତ୍ୟୁ ସହ ମୋଟ ମୃତ୍ୟୁ ସଂଖ୍ୟା ୪ ହଜାର ୩୩୭ରେ ପହଂଚିଛି।

- Advertisement -

ସମ୍ପ୍ରତି ୮୩ ହଜାର ୪ଟି ସକ୍ରିୟ ମାମଲା ଥିବାବେଳେ ୬୪ହଜାର ୪୨୫ ଜଣ ସୁସ୍ଥ ହୋଇ ହସପିଟାଲରୁ ଡିସଚାର୍ଜ ହୋଇଛନ୍ତି ଏବଂ ଜଣେ ସ୍ଥାନାନ୍ତରିତ ହୋଇଛନ୍ତି। ସମସ୍ତ ରାଜ୍ୟ ମଧ୍ୟରେ ମହାରାଷ୍ଟ୍ରରେ ସର୍ବାଧିକ ୫୪ହଜାର ୭୫୮ଟି କୋଭିଡ – ୧୯ ମାମଲା ରହିଛି। ତାମିଲନାଡୁରେ ୧୭ହଜାର ୭୨୮, ଗୁଜୁରାଟରେ ୧୪ହଜାର ୮୧୧ଟି ସଂକ୍ରମଣ ମାମଲା ଥିବାବେଳେ ଦିଲ୍ଲୀରେ ୧୪ ହଜାର ୪୬୫ଟି ମାମଲା ରହିଛି।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories