www.samajalive.in
Sunday, December 14, 2025
15.1 C
Bhubaneswar

ପ୍ରଭାବିତ ହେଉଛି ପର୍ଯ୍ୟଟନ

ନୂଆଦିଲ୍ଲୀ : କିଛି ମାସ ତଳେ ବିଶ୍ବର ପ୍ରମୁଖ ରାଷ୍ଟ୍ରରେ ପର୍ଯ୍ୟଟକଙ୍କ ଭିଡ଼ ଜମି ରହୁଥିଲା। ବର୍ତ୍ତମାନର ଦୃଶ୍ୟ କିନ୍ତୁ ବଦଳିଯାଇଛି। ପୁନର୍ବାର କେବେ ପର୍ଯ୍ୟଟକଙ୍କ ଭିଡ଼ ବଢ଼ିବ, ତାହା ଅନୁମାନ କରିବା କଷ୍ଟକର। ରାଷ୍ଟ୍ର ସମୂହ ଅନ୍ତର୍ଜାତୀୟ ଉଡ଼ାଣ ନିମନ୍ତେ ଅନୁମତି ଦେବା ସତ୍ତ୍ବେ ଜନସାଧାରଣ କିନ୍ତୁ ଚିନ୍ତିତ ରହିବେ। ଅଧିକାଂଶ ରାଷ୍ଟ୍ର ପର୍ଯ୍ୟଟନ ଜରିଆରେ ଲାଭବାନ୍ ହୋଇଥାନ୍ତି। ମିଳିଥିବା ତଥ୍ୟ ଅନୁସାରେ ବିଦେଶୀ ରାଇଜରେ ଅନେକ କଡ଼ାକଡ଼ି ନିୟମମାନ କୋହଳ କରାଗଲାଣି। ପୂର୍ବ ପରି କିନ୍ତୁ ଜନସମାଗମ ଏତେ ମାତ୍ରାରେ ଦେଖିବାକୁ ମିଳୁନି। ବିଶ୍ବର ୮୧ ପ୍ରତିଶତ ପର୍ଯ୍ୟଟନ କମ୍ପାନୀଗୁଡ଼ିକର ରୋଜଗାର ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଏମାନଙ୍କ ମଧ୍ୟରୁ ଅଧିକାଂଶ କର୍ମଚାରୀ ଛଟେଇ କରିଥିବାବେଳେ ଗତ ୨ ମାସ ମଧ୍ୟରେ ବେତନ ଦେବାରେ ଅସମର୍ଥ ବୋଲି ଘୋଷଣା କରିଥିଲେ। ଆମ ଦେଶରେ ମଧ୍ୟ ଏଇ ପର୍ଯ୍ୟଟନ କାରଣରୁ ଶତାଧିକ କମ୍ପାନୀ ଲାଭବାନ୍ ହେଉଥିଲେ। ଶିମଲା, ମନାଲି, ନୈନିତାଲ, ଦାର୍ଜିଲିଂ, ଗ୍ୟାଙ୍ଗଟକ୍ ଆଦି ସ୍ଥାନର ଲୋକ ପର୍ଯ୍ୟଟନ କାରଣରୁ ରୋଜଗାର କରୁଥିଲେ। ଏବେ ସେଠା ଲୋକ ହାତ ବାନ୍ଧି ବସିଛନ୍ତି। ରୋଜଗାରର ଅନ୍ୟ କୌଣସି ଉପାୟ ନାହିଁ। ଦାର୍ଜିଲିଂର ଜନୈକ ବ୍ୟବସାୟୀ ରାମ ଲୁବାନ୍ କହିଛନ୍ତି, ପ୍ରତିବର୍ଷ ଅପ୍ରେଲ୍ ମାସରୁ ଏଠାରେ ପର୍ଯ୍ୟଟକଙ୍କ ଭିଡ଼ ଆରମ୍ଭ ହୋଇ ଜୁଲାଇ ପ୍ରଥମ ସପ୍ତାହ ପର୍ୟ୍ୟନ୍ତ ରହେ। ରାସ୍ତାଘାଟ ଭିଡ଼ ସହ ହୋଟେଲରେ ଖାଲି କକ୍ଷ ମିଳିବା କାଠିକର କାମ ହୋଇପଡ଼େ।

ଚଳିତଥର କିନ୍ତୁ ପରିସ୍ଥିତି ଜଟିଳ ହୋଇପଡ଼ିଛି। ଅଧିକାଂଶ ହୋଟେଲ ସେମାନଙ୍କ କର୍ମଚାରୀ ଛଟେଇ କରିଥିବାବେଳେ ଦାର୍ଜିଲିଂ ଜନଶୂନ୍ୟ ପରି ଅନୁଭବ ହେଉଛି। ୪୦ ପ୍ରତିଶତରୁ ଅଧିକ ପର୍ଯ୍ୟଟନ କମ୍ପାନୀ ଆଗାମୀ ୩-୬ ମାସ ମଧ୍ୟରେ ଖୋଲିବାର କୌଣସି ସମ୍ଭାବନା ନଥିବାର ସ୍ପଷ୍ଟ ହୋଇଛି। ଲୋକେ ଭ୍ରମଣ ଆରମ୍ଭ କରିବା ପରେ ମଧ୍ୟ ସେମାନଙ୍କ ନିମନ୍ତେ ନୂଆ ନିୟମମାନ ପ୍ରଣୟନ କରାଯିବ, ଯାହା ପର୍ଯ୍ୟଟନକୁ ଅଧିକ କ୍ଷତିଗ୍ରସ୍ତ କରିବ ବୋଲି କମ୍ପାନୀ ତରଫରୁ କୁହାଯାଇଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories