www.samajalive.in
Sunday, December 14, 2025
14.1 C
Bhubaneswar

 ଆଜି ଶ୍ରୀଲିଙ୍ଗରାଜଙ୍କ ବାହାଘର

ଭୁବନେଶ୍ୱର : ପାରମ୍ପରିକ ରୀତିନୀତି ଅନୁସାରେ ମଙ୍ଗଳବାର ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମଙ୍ଗନ ନୀତି ସମ୍ପନ୍ନ ହୋଇଛି। ଶ୍ରୀଜୀଉଙ୍କ ସନ୍ଧ୍ୟାଧୂପ ପରେ ମହାସୁଆର ସେବକ ମଙ୍ଗନ ହାଣ୍ଡି ପ୍ରସ୍ତୁତ କରିଥିଲେ। ପରେ ମଙ୍ଗନହାଣ୍ଡି ମନ୍ଦିର ଭିତରେ ବୁଲିବା ପରେ ଆଠଟି ମଙ୍ଗନ ହାଣ୍ଡିକୁ ସେବାୟତମାନେ ନେଇ ଅଷ୍ଟଚଣ୍ଡୀଙ୍କୁ ନିମନ୍ତ୍ରଣ କରିବାକୁ ବାହାରିଥିଲେ। ଅଷ୍ଟଚଣ୍ଡୀଙ୍କୁ ସେବାୟତ ଫୁଲ ଚନ୍ଦନ ଦେଇ ପୂଜାଚର୍ଚ୍ଚନା କରି ପୃଥକ ପୃଥକ ଭାବେ ନିମନ୍ତ୍ରଣ କରିଥିଲେ। ଶ୍ରୀଜୀଉଙ୍କ ବିବାହରେ ଯୋଗ ଦେବାଲାଗି ନିମନ୍ତ୍ରଣ କରି ମନ୍ଦିରକୁ ଫେରିବା ପରେ ଦିଅଁଙ୍କ ମଙ୍ଗଳକୃତ୍ୟ ନୀତି ସମ୍ପନ୍ନ ହୋଇଥିଲା।

ବୁଧବାର ଦିଅଁଙ୍କ ବିବାହ ଉତ୍ସବ ପାଳନ ହେବ। ପାଳିଆ ସେବାୟତ ଦିଅଁଙ୍କୁ ବିମାନ ପାଲିଙ୍କିରେ ବିଜେ କରାଇ କେଦାର ଗୌରୀ ମନ୍ଦିର ଅଭିମୁଖେ ଯିବେ। ରାତି ପ୍ରାୟ ୧୧ଟାରେ ଦିଅଁ ବାହାରି ରାତି ୧୧ଟା ୪୫ମିନିଟ୍‌ରେ କେଦାର ଗୌରୀ ମନ୍ଦିରରେ ପହଞ୍ଚିବେ। ନୀତିନିର୍ଘଣ୍ଟ ଅନୁସାରେ ଦିଅଁଙ୍କ ମଙ୍ଗଳକୃତ୍ୟ ସହ ବିବାହ ଉତ୍ସବ ପାଳନ ହେବ। ଦିଅଁଙ୍କ ବିବାହ ଉତ୍ସବରେ କୌଣସି ଶ୍ରଦ୍ଧାଳୁ ସାମିଲ ପ୍ରତି କଟକଣା ରହିଛି।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories