www.samajalive.in
Saturday, December 6, 2025
17.1 C
Bhubaneswar

ଦିଲ୍ଲୀରୁ ୮୨ ବିମାନ ଉଡ଼ାଣ ବାତିଲ, ଯାତ୍ରୀ ନିରାଶ

ନୂଆଦିଲ୍ଲୀ: ଦେଶରେ ସୋମବାରଠାରୁ ଘରୋଇ ବିମାନ ଉଡ଼ାଣ ଆରମ୍ଭ ହୋଇଛି। ଅନେକ ବିମାନ ଯାତ୍ରୀଙ୍କ ପାଇଁ ଏହା ଅଶ୍ଵସ୍ତିର ଖବର ହୋଇଥିବାବେଳେ ଅନେକଙ୍କୁ ନିରାଶ ହେବାକୁ ପଡ଼ିଛି। ବିମାନ ଉଡ଼ାଣ ଆରମ୍ଭ ହେଉଥିବାରୁ ମଧ୍ୟରାତ୍ରିରେ ଅନେକ ଯାତ୍ରୀ ବିମାନବନ୍ଦରଗୁଡ଼ିକରେ ପହଞ୍ଚିଥିଲେ। କିନ୍ତୁ ​‌ଶେଷ ମୁହୂର୍ତ୍ତରେ ବିମାନ ବାତିଲ ହୋଇଥିବା ନେଇ ସେମାନଙ୍କୁ ସୂଚନା ଦିଆଯାଇଥିଲା। ଏହାକୁ ନେଇ ଦିଲ୍ଲୀ ଇନ୍ଦିରାଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଯାତ୍ରୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ସେମାନଙ୍କୁ ଆଗୁଆ ସୂଚନା ଦିଆଯାଇ ନ ଥିବା ଯାତ୍ରୀମାନେ କହିଥିଲେ।

ତେବେ ଦିଲ୍ଲୀରୁ ୮୨ ବିମାନର ଉଡ଼ାଣ ବାତିଲ କରାଯାଇଥିବା ସୂଚନା ମିଳିଛି। ଦିଲ୍ଲୀରୁ ପୋର୍ଟ ବ୍ଲେୟାର, ହାଇଦ୍ରାବାଦ, ମୁମ୍ବଇ, ଇନ୍ଦୋର ଉଡ଼ାଣ କରିବାକୁ ଥିବା ବିମାନ ବାତିଲ କରାଯାଇଛି। ସେହିପରି ମୁମ୍ବଇରେ ବି ଏଭଳି ଅବସ୍ଥା ସୃଷ୍ଟି ହୋଇଛି। ମୁମ୍ବାଇରୁ ଗୌହାଟୀ ବିମାନ ବାତିଲ କରାଯିବା ପରେ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା।

- Advertisement -

ଦିଲ୍ଲୀରୁ ୧୯୦ ବିମାନ ଉଡ଼ାଣ କରିବା ସହିତ ୧୯୦ ବିମାନ ଲ୍ୟାଣ୍ଡ କରିବା ନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଅନୁମାନ କରାଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ୧୧୮ ବିମାନ ଲ୍ୟାଣ୍ଡ କରିବା ସହିତ ୧୨୫ ବିମାନ ଉଡ଼ାଣ କରିବ ବୋଲି ସୂଚନା ଦିଆଯାଇଛି। ୮୨ ବିମାନକୁ ରଦ୍ଦ କରି ଦିଆଯାଇଥିବା କୁହାଯାଇଛି। ଅଧିକ ବିମାନ ଉଡ଼ାଣ ନେଇ ବିଭିନ୍ନ ରାଜ୍ୟରୁ ଅନୁମତି ନ ଥିବା କାରଣରୁ ଉଡ଼ାଣ ବାତିଲ ହୋଇଥିବା କୁହାଯାଉଛି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories