www.samajalive.in
Sunday, December 14, 2025
19.1 C
Bhubaneswar

ଆମେରିକାରେ ଭାରତୀୟ ଦୂତାବାସ ଫୋନ ନମ୍ବର ଜାଲିଆତି କରି ଲୋକଙ୍କୁ ଠକେଇ

ୱାଶିଂଟନ: କେତେକ ଠକ ଓ ପ୍ରବଞ୍ଚକ ଆମେରିକାସ୍ଥିତ ଭାରତୀୟ ଦୂତାବାସର ଟେଲିଫୋନ ନମ୍ବରକୁ ଜାଲିଆତି କରି ଲୋକଙ୍କୁ ଠକେଇ କରିଛନ୍ତି। ଏହି ଠକେଇ ସମ୍ପର୍କରେ ଦୂତାବାସ କର୍ତ୍ତୃପକ୍ଷ ଜାଣିବା ପରେ ସତର୍କସୂଚନା ଜାରି କରିଛନ୍ତି। ଏ ବାବଦରେ ଭାରତୀୟ ଦୂତାବାସ ଅଧିକାରୀ ଆମେରିକା ସରକାରଙ୍କୁ ଜଣାଇବା ସହ ଏହାର ଆଭ୍ୟନ୍ତରୀଣ ତଦନ୍ତ ଆରମ୍ଭ କରିଛନ୍ତି। ଠକମାନେ ଦୂତାବାସ ନମ୍ବରରୁ ଫୋନକରି ଆମେରିକାରେ ରହୁଥିବା ଭାରତୀୟମାନଙ୍କୁ ବିଭିନ୍ନ ପ୍ରକାର ଭୟଭୀତ କରିବା ପୂର୍ବକ ସେମାନଙ୍କଠାରୁ ଅର୍ଥ ଲୁଟ୍‌ କରିଥାନ୍ତି। ବିଦେଶରେ ରହୁଥିବା ଭାରତୀୟଙ୍କୁ ଫୋନ କରି ସେମାନଙ୍କ ପାସପୋର୍ଟ, ଭିସା ଫର୍ମ, ଇମିଗ୍ରେସନ ଫର୍ମ ଆଦିରେ ତ୍ରୁଟି ଥିବା ନେଇ ଏହି ଠକମାନେ କହିଥାନ୍ତି। ତ୍ରୁଟି ସଂଶୋଧନ କରା ନ ଗଲେ ସେମାନଙ୍କର ଭାରତ ଫେରିବା ଅସମ୍ଭବ। ଏପରିକି ସେମାନଙ୍କୁ ଆମେରିକାରେ ଜେଲ୍‌ ଦଣ୍ଡ ଭୋଗିବାକୁ ପଡିପାରେ। ଆବଶ୍ୟକ ଅର୍ଥ ପୈଠ କଲେ ତ୍ରୁଟିକୁ ସଂଶୋଧନ କରାଯାଇପାରିବ ବୋଲି ଏହି ଠକମାନେ ପ୍ରତିଶ୍ରୁତି ଦେଇଥାନ୍ତି। ଠକଙ୍କ ଏହି ଭୟ ଓ ପରବର୍ତ୍ତୀ ପ୍ରତିଶ୍ରୁତିରେ ଲୋକମାନେ ପ୍ରଭାବିତ ହୋଇ ଆବଶ୍ୟକ ଅର୍ଥ କିମ୍ବା ନିଜର କ୍ରେଡିଟ୍‌ କାର୍ଡର ସବିଶେଷ ତଥ୍ୟ ଦେଇଥାନ୍ତି। ଏହାଦ୍ୱାରା ସେମାନେ ଲୁଟର ଶିକାର ହୋଇଥାନ୍ତି।
ଠକମାନଙ୍କ ଠାରୁ ଫୋନ କଲ୍‌ ପାଇଥିବା କେତେକ ଭାରତୀୟ ନାଗରିକ ଦୂତାବାସ ଅଧିକାରୀଙ୍କୁ ଏ ବାବଦରେ ଜଣାଇବା ପରେ ଏହି ଜାଲିଆତି ଜଣାପଡିଛି। ଜାଲିଆତି ସମ୍ପର୍କରେ ଜାଣିବା ପରେ ଦୂତାବାସ କର୍ତ୍ତୃପକ୍ଷ ଆମେରିକାରେ ରହୁଥିବା ଭାରତୀୟଙ୍କୁ ସତର୍କ ସୂଚନା ଜାରି କରିଛି। ଏପରି ଫୋନ କଲ୍‌ ଦ୍ୱାରା ପ୍ରଭାବିତ ନ ହେବାକୁ ପରାମର୍ଶ ଦିଆଯାଇଛି। ଦୂତାବାସର କୌଣସି ଅଧିକାରୀ କେବେହେଲେ ଏପରି ଫୋନ କାହାକୁ କରି ନାହାନ୍ତି। ଆମେରିକାରେ ଭାରତୀୟ ଦୂତାବାସ ଫୋନ ନମ୍ବରକୁ ଏପରି ଅପବ୍ୟବହାର କରାଯିବା ପ୍ରଥମ ଘଟଣା। ପୂର୍ବରୁ ଅନୁରୂପ ଠକେଇ ୟୁରୋପୀୟ ଦୂତାବାସ ଗୁଡିକରେ ହୋଇଥିବା ଅଭିଯୋଗ ହୋଇଥିଲା। ଫୋନ ନମ୍ବର ଜାଲିଆତି କରିବା ପାଇଁ ଅନେକ କୌଶଳ ରହିଛି। ଏହାଦ୍ୱାରା ବାସ୍ତବରେ କେଉଁଠାରୁ ଫୋନ ଆସିଛି ତାହା ସହଜରେ ଜଣାପଡିବ ନାହିଁ। ତେବେ ଯେଉଁମାନଙ୍କୁ ଏପରି ଜାଲ୍‌ ଫୋନ କଲ ମିଳିଛି ସେମାନଙ୍କୁ ପଚରା ଉଚରା କରିବା ପୂର୍ବକ ଦୂତାବାସ କର୍ତ୍ତୃପକ୍ଷ ତଦନ୍ତ ଚଳାଇଛନ୍ତି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories