www.samajalive.in
Sunday, December 14, 2025
23.1 C
Bhubaneswar

୧୦ ମିଟର ଏୟାର ପିସ୍ତଲ୍‌ରେ ସ୍ୱର୍ଣ୍ଣ ଜିତିଲେ ମାନୁ ଭାକେର୍‌

ନୂଆଦିଲ୍ଲୀ : ମେକ୍ସିକୋର ଗୌଡାଲାଜାରାରେ ଅନୁଷ୍ଠିତ ବନ୍ଧୁକଚାଳନା ବିଶ୍ୱକପ୍‌ର ୧୦ ମିଟର ଏୟାର ପିସ୍ତଲ୍‌ ବିଭାଗରେ ସ୍ୱର୍ଣ୍ଣ ଜିତିଛନ୍ତି ୧୬ ବର୍ଷୀୟା ଭାରତୀୟ ମହିଳା ସୁଟର୍‌ ମାନୁ ଭାକେର୍‌।

ଫାଇନାଲରେ ମନୁ ମେକ୍ସିକୋର ଆଲେଜେଣ୍ଡ୍ରା ଜାଭାଲାଙ୍କୁ ପରାସ୍ତ କରି ସ୍ୱର୍ଣ୍ଣ ପଦକ ଜିତିବାରେ ସକ୍ଷମ ହୋଇଥିଲେ। ଫାଇନାଲରେ ମାନୁ ୨୩୭.୫ ପଏଣ୍ଟ ପାଇଥିବା ବେଳେ ଜାଭାଲା ୨୩୭.୧ ପଏଣ୍ଟ ହାସଲ କରି ରୌପ୍ୟ ପଦକ ଜିତିଥିଲେ। ଫ୍ରାନ୍‌ସର ସେଲିନା ଗୋବରେଭିଲ୍ଲେ ୨୧୭ ପଏଣ୍ଟ ସହ ବ୍ରୋଞ୍ଜ ପଦକ ଜିିତିଥିଲେ। ଏପର୍ଯ୍ୟନ୍ତ ଏହି ପ୍ରତିଯୋଗିତାରେ ଭାରତକୁ ୨ଟି ସ୍ୱର୍ଣ୍ଣ ଓ ୩ଟି ବ୍ରୋଞ୍ଜ ପଦକ ମିଳିଛି। ସ୍ୱର୍ଣ୍ଣ ପଦକ ଜିତିବା ପରେ ମାନୁ ନିଜ ପ୍ରତିକ୍ରିୟାରେ କହିଥିଲେ ଏହା ତାଙ୍କର ପ୍ରଥମ ବିଶ୍ୱକପ୍‌ ହୋଇଥିବା ବେଳେ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ସେ ବେଶ୍‌ ଖୁସି ଅଛନ୍ତି। ଆଗାମୀ ଦିନରେ ଭଲ ପ୍ରଦର୍ଶନ କରି ଦେଶ ପାଇଁ ଅଧିକ ପଦକ ହାସଲ କରିବା ତାଙ୍କର ଲକ୍ଷ୍ୟ।
ଜାତୀୟ ରାଇଫଲ୍‌ ଆସୋସିଏସନ୍‌ର ସଭାପତି ନିଜ ପ୍ରତିକ୍ରିୟାରେ କହିଛନ୍ତି ବିଶ୍ୱକପ୍‌ରେ ଭାରତୀୟ ଯୁବ ଖେଳାଳିମାନେ ଯେପରି ଭାବେ ପ୍ରଦର୍ଶନ କରୁଛନ୍ତି ତାହାକୁ ଦେଖିଲେ ବନ୍ଧୁକଚାଳନାରେ ଭାରତର ଭବିଷ୍ୟତ ବେଶ୍‌ ସୁରକ୍ଷିତ ତାହା କୁହାଯାଇ ପାରିବ। ଏହି ପ୍ରତିଯୋଗିତାର ପୁରୁଷ ୧୦ ମିଟର ଏୟାର ରାଇଫଲ୍‌ ପୁରୁଷ ବିଭାଗରେ ଭାରତର ରବି କୁମାର ବ୍ରୋଞ୍ଜ ପଦକ ହାସଲ କରିଛନ୍ତି।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories