www.samajalive.in
Friday, December 12, 2025
16.1 C
Bhubaneswar

ଓଡ଼ିଶା ଫେରିଲେଣି ଅଢ଼େଇ ଲକ୍ଷ ପ୍ରବାସୀ

ଭୁବନେଶ୍ବର: ମେ ୩ ତାରିଖରେ କୋହଳ ହେଲା ଲକ୍ଡ଼ାଉନ ଦ୍ବିତୀୟ ପର୍ଯ୍ୟାୟ । ଏହାପରେ ଗାଁ ମାଟି ଓଡ଼ିଶାକୁ ପ୍ରବାସୀଙ୍କ ଧାଡ଼ି ଛୁଟିଛି । ଗତ ୩ ସପ୍ତାହ ମଧ୍ୟରେ ଓଡ଼ିଶାକୁ ଅଢ଼େଇ ଲକ୍ଷରୁ ଅଧିକ ପ୍ରବାସୀ ଫେରିଲେଣି । କିଏ ଟ୍ରେନରେ ତ କିଏ ବିମାନରେ ତ କେହି କେହି ଫେରିଛନ୍ତି ବସରେ । ହେଲେ ସୁଦୁର ମହାରାଷ୍ଟ୍ର, ଗୁଜରାଟରୁ ଚାଲିଚାଲି, ସାଇକେଲରେ ଅନେକ ବି ଫେରିଛନ୍ତି, ଜଳପଥରେ ଡ଼ଙ୍ଗାରେ ବି ଓଡ଼ିଶା ଆସିଛନ୍ତି । ସରକାରୀ ସୂତ୍ରରୁ ସୂଚନା ଅନୁସାରେ କେବଳ ରବିବାର ଅର୍ଥାତ୍ ୨୪ ମେ’ରେ ଓଡ଼ିଶାକୁ ୧୭୭୦୬ ଶ୍ରମିକ ଫେରିଛନ୍ତି । ବ୍ରହ୍ମପୁରକୁ ୫ଟି ସ୍ବତନ୍ତ୍ର ଟ୍ରେନରେ ଏହାମଧ୍ୟରୁ ପ୍ରାୟ ୬ ହଜାରଲୋକ ଆସିଥିବା ସୂଚନା ମିଳିଛି ।

Migrants onboard a train leave for their native places in Odisha, during ongoing nationwide COVID-19 lockdown,Wednesday, May 20, 2020.

ଜଣେ ଅଧିକାରୀଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ମେ ୩ ତାରିଖରୁ ଆଜି ପର୍ଯ୍ୟନ୍ତ ଓଡ଼ିଶାକୁ ୨,୫୫,୪୦୪ ଜଣ ପ୍ରବାସୀ ଆସିଛନ୍ତି ବସ୍ ଓ ଟ୍ରେନରେ । ଅନ୍ୟବାଟରେ କେତେ ଶ୍ରମିକ ଆସିଛନ୍ତି ତାହାର ହିସାବ କରାଯାଉଛି । ଏମାନଙ୍କ ପାଇଁ ୧୬୫୮୬ ଅସ୍ଥାୟୀ ଡ଼ାକ୍ତରୀ ପରୀକ୍ଷା କେନ୍ଦ୍ର ବା ଶିବିର ସ୍ଥାପନ ହୋଇଛି । ଏଠାରେ ୭ଲକ୍ଷ ୨୯ହଜାର ୦୯୫ ଶଯ୍ୟା ରହିଛି । ଏମାନେ କ୍ବାରେଣ୍ଟାଇନରେ ରହିବାର ବ୍ୟବସ୍ଥା ହୋଇଛି ବୋଲି ସେ କହିଛନ୍ତି । 

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories