www.samajalive.in
Wednesday, December 10, 2025
26.1 C
Bhubaneswar

ପଶ୍ଚିମରେ ନିଆଁ ବର୍ଷା: ଟିଟିଲାଗଡ଼ରେ ୪୫.୮ ଡ଼ିଗ୍ରୀ; ୧୪ ସହରର ତାପମାତ୍ରା ୪୦ ଉପରେ

ଭୁବନେଶ୍ବର: ଜଳନ୍ତା ଚୁଲାର ନିଆଁ ପରି ବର୍ଷୁଛି ଖରା । କେନ୍ଦ୍ରୀୟ ଓ ପଶ୍ଚିମ ଓଡ଼ିଶାରେ ତାତିରେ ଲୋକଙ୍କ ଅବସ୍ଥା ଖରାପ । କେଇଦିନ ତଳେ ସାମୁଦ୍ରିକ ଝଡ଼ ଅମ୍ପନ  ଅତିକ୍ରମ କରିଥିବା ଯାଇଥିବା ଉପକୂଳ ଓଡ଼ିଶାରେ ବି ନିସ୍ତାର ନାହିଁ । ରାଜ୍ୟର ୧୪ ସହର ତାପମାତ୍ରା ୪୦ ଡ଼ିଗ୍ରୀ ଉପରେ ଥିବାବେଳେ ଟିଟିଲାଗଡ଼ରେ ତାପମାତ୍ର ୪୫ ଡ଼ିଗ୍ରୀ ଅତିକ୍ରମ କରିଛି । ପାଣିପାଗ ବିଜ୍ଞାନୀଙ୍କ ଆକଳନ ଅନୁସାରେ ଦିନେ ଦୁଇଦିନ ମଧ୍ୟରେ ତାତି ଆହୁରି ବଢ଼ିବ । ୨୯ ପରେ କାଳବୈଶାଖୀର ସମ୍ଭାବନା ଅଛି, ଏହାପରେ ଯାଇ ତାତି କିଛିଟା କମିବ ବୋଲି ଆକଳନ କରାଯାଇଛି । 

- Advertisement -

ସୂଚନାଯୋଗ୍ୟ ଯେ  ଟିଟିଲାଗଡ଼ ରାଜ୍ୟର ସବୁଠୁ ତତଲା ସହର ମାନ୍ୟତା ପାଇଛି । ଟିଟିଲାଗଡ଼ରେ ତାପମାତ୍ରା  ୪୫.୮ ଡ଼ିଗ୍ରୀ ତାପମାତ୍ରା ରେକର୍ଡ଼ କରାଯାଇଛି । ସେହିପରି ତାଳଚେରରେ  ୪୪.୩ ଡିଗ୍ରୀ , ଭବାନୀପାଟଣାରେ ତାପମାତ୍ରା ୪୪.୦, ବଲାଙ୍ଗିରରେ ୪୪.୦ ଡିଗ୍ରୀ, ମାଲକାନଗିରିରେ ୪୩.୧ ଡିଗ୍ରୀ, ସୋନପୁରରେ ୪୩.୦ ଡିଗ୍ରୀ, ଅନୁଗୁଳରେ ୪୨.୫ ଡିଗ୍ରୀ, ସମ୍ବଲପୁରରେ ୪୨.୨ ଡିଗ୍ରୀ, ପାରଳାଖେମୁଣ୍ଡିରେ ୪୨.୨ ଡିଗ୍ରୀ, ହୀରାକୁଦରେ ୪୧.୯ ଡିଗ୍ରୀ, ଝାରସୁଗୁଡ଼ାରେ ୪୧.୬ ଡିଗ୍ରୀ ତାପମାତ୍ରା ରହିଥିବା ବେଳେ ଫୁଲବାଣୀରେ ୪୧.୮ ଡିଗ୍ରୀ, ବୌଦ୍ଧରେ ୪୧.୮ ଡିଗ୍ରୀ ଏବଂ ସୁନ୍ଦରଗଡ଼ରେ ୪୦.୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । 

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories