ପୁଲିସ୍ ଭ୍ୟାନରେ ନବଜାତ ଶିଶୁ ଜନ୍ମ ଦେଲେ ମହିଳା
ଭୁବନେଶ୍ଵର : ପୁଲିସ ଭ୍ୟାନରେ ନବଜାତ ଶିଶୁ ଜନ୍ମ ଦେଲେ ମହିଳା । ଏପରି ଏକ ଘଟଣା ସାମ୍ନାକୁ ଆସିଛି ଝାରସୁଗୁଡାରୁ । ଝାରସୁଗୁଡା ପୁଲିସ ଭ୍ୟାନରେ ଜଣେ ମହିଳା ଏକ ଶିଶୁ ସନ୍ତାନ ଜନ୍ମ ଦେଇଛନ୍ତି । ପୁଲିସ ଭ୍ୟାନରେ ଥିବା ମହିଳା ଆଇଆଇସି ସାବିତ୍ରୀ ବଳଙ୍କ ସହାୟତାରେ ମହିଳା ଜଣଙ୍କର ଡେଲିଭରୀ କରାଯାଇଛି ।
Today afternoon a pregnant lady travelling by Shramik express developed labour pain . The train stopped n she was taken in Police vehicle to hosp..However she delivered in Police vehicle IIC Smt Savitri Bal supervised delivery.Mother and child are fine in DHH Jharsuguda now. pic.twitter.com/qy5rrLBp0l
— DGP, Odisha (@DGPOdisha) May 24, 2020
ମିଳିଥିବା ସୂଚନା ମୁତାବକ ଆଜି ଅପରାହ୍ନରେ ଜଣେ ଗର୍ଭବତୀ ମହିଳା ଶ୍ରମିକ ଏକ୍ସପ୍ରେସ୍ରେ ଯାତ୍ରା କରୁଥିଲେ । ଯାତ୍ରା ସମୟରେ ମହିଳାଙ୍କର ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଥିଲା । ଏ ନେଇ ଟ୍ରେନକୁ ଝାରସୁଗୁଡାରେ ଅଟକାଯାଇ ଥିଲା । ଘଟଣା ସମ୍ପର୍କରେ ଜାଣିବା ପରେ ସେଠାରେ ଥିବା ପୁଲିସ ଆମ୍ବୁଲାନ୍ସକୁ ଅପେକ୍ଷା ନକରି ମହିଳାଙ୍କୁ ଏକ ପୁଲିସ ଭ୍ୟାନ୍ ସହାୟତାରେ ମେଡିକାଲକୁ ନେଇଥିଲେ । ହେଲେ ମହିଳା ଜଣଙ୍କ ପ୍ରାୟ ୨୦୦ମିଟର ଗାଡ଼ିରେ ଯିବା ବାଟରେ ଭ୍ୟାନ୍ରେ ହିଁ ନବଜାତ ଶିଶୁକୁ ଜନ୍ମ ଦେଇଥିଲେ । ଭ୍ୟାନ୍ରେ ଉପସ୍ଥିତ ଥିବା ଆଇଆଇସି ସାବିତ୍ରୀ ବଳଙ୍କ ସହାୟତାରେ ମହିଳାଙ୍କ ଡେଲିଭରୀ କରାଯାଇଥିଲା । ପରେ ଉଭୟ ମା’ ଓ ନବଜାତ ଶିଶୁକୁ ଝାରସୁଗୁଡ଼ା ଡିଏଚ୍ଏଚ୍ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ଉଭୟ ମା’ ଓ ଶୁଶୁ ସୁସ୍ଥ ଥିବା ଜଣାପଡ଼ିଛି । ଘଟଣା ସମ୍ପର୍କରେ ପୁଲିସ ଡିଜି ଟ୍ବିଟ୍ କରି ସୂଚନା ଦେଇଛନ୍ତି ।
Comments are closed.