ମୁମ୍ବଇ: ଭାରତର ଉଚ୍ଚଶିକ୍ଷିତ ଓ ଧନୀଙ୍କ କ୍ଷେତ୍ରରେ ହୃଦ୍ଘାତ ଆଶଙ୍କା ଅଧିକ। ପବ୍ଲିକ୍ ହେଲ୍ଥ ଫାଉଣ୍ଡେସନ୍ ଅଫ୍ ଇଣ୍ଡିଆ ଏବଂ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ଏକ ସ୍ୱାସ୍ଥ୍ୟ ଅନୁଷ୍ଠାନ ପକ୍ଷରୁ ୨୦୧୨ରୁ ୨୦୧୪ ମଧ୍ୟରେ ହୋଇଥିବା ଏକ ସର୍ବେକ୍ଷଣରୁ ଏହା ଜଣାପଡ଼ିଛି। ସେହିପରି ଧନୀ ମହିଳାଙ୍କ ତୁଳନାରେ ଧନୀ ପୁରୁଷଙ୍କ ହୃଦ୍ଘାତ ଆଶଙ୍କା ଅଧିକ ବୋଲି ସର୍ବେକ୍ଷଣ ରିପୋର୍ଟରେ ଉଲ୍ଲେଖ ରହିଛି। ଭାରତର ପ୍ରମୁଖ ରାଜ୍ୟମାନଙ୍କ ମଧ୍ୟରୁ କେରଳରେ ଏହି ଧରଣର ହୃଦ୍ଘାତ ପ୍ରବଣତା ସବୁଠାରୁ ଅଧିକ। ସେଠାରେ ୧୯.୫% ଲୋକ ହୃଦ୍ଘାତ ଯୋଗୁଁ ମୃତ୍ୟୁ ମୁଖରେ ପଡ଼ୁଥିବା ବେଳେ ଝାଡ଼ଖଣ୍ଡରେ ସର୍ବନିମ୍ନ ୧୩.୨% ଲୋକ ହୃଦ୍ଘାତ ଜନିତ ମୃତ୍ୟୁ ମୁଖରେ ପଡ଼ୁଛନ୍ତି। ମହାରାଷ୍ଟ୍ର ଓ ଦିଲ୍ଲୀରେ ଏହି ହାର ୧୫% ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି।
Popular Categories



