www.samajalive.in
Sunday, December 7, 2025
23.1 C
Bhubaneswar

ଛାତ୍ରଛାତ୍ରୀଙ୍କ ପାଇଁ ସମସ୍ତ ଶୁଳ୍କ ଛାଡ଼ କରିବାକୁ ଏବିଭିପିର ଦାବି

ଭୁବନେଶ୍ୱର : କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସାରା ଦେଶକୁ ଲକ୍‍ଡାଉନ୍‍ କରାଯାଇଛି। ଲକ୍‍ଡାଉନ୍‍ ଯୋଗୁ ଦେଶର ମଧ୍ୟମ ଏବଂ ନିମ୍ନ ମଧ୍‍ୟମ ବର୍ଗର ଲୋକମାନେ ସାମ୍ଭାବ୍ୟ ଅର୍ଥନୈତିକ ଅନିଶ୍ଚିତତା ଭିତରେ ଗତି କରୁଥିବାବେଳେ କେନ୍ଦ୍ର ସରକାର ୨୦ଲକ୍ଷ କୋଟି ଟଙ୍କାର ସ୍ୱତନ୍ତ୍ର ଅର୍ଥନୈତିକ ପ୍ୟାକେଜ୍‍ ଘୋଷଣା କରିଛନ୍ତି। ଏହାକୁ ଏବିଭିପି ପକ୍ଷରୁ ସ୍ୱାଗତ କରାଯାଇଛି। କିନ୍ତୁ ଶିକ୍ଷା କ୍ଷେତ୍ରରେ ଗରିବ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତକୁ ନେଇ ଯେଉଁ ଆଶଙ୍କାମାନ ମୁଣ୍ଡ ଟେକୁଛି ତାହାକୁ ନେଇ ଅଦ୍ୟାବଧି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର କୌଣସି ସମାଧାନାତ୍ମକ ପଦକ୍ଷେପ ନ ଦେବା ପରିତାପର ବିଷୟ। ଏ କରୋନା ମହାମାରୀ ପ୍ରତିହତ ହେବା ସାଙ୍ଗକୁ ଲକ୍‍ଡାଉନ୍‍ ପ୍ରକ୍ରିୟା ଶେଷ ହେବା ପରେ ଶିକ୍ଷା ବ୍ୟବସ୍ଥାକୁ ପୁନଃ ଠିଆ କରିବା ଦିଗରେ ଏବିଭିପି ଦୁଇଟି ପ୍ରମୁଖ ଦାବି ଉପସ୍ଥାପନ କରୁଛି। ଶିକ୍ଷାକ୍ଷେତ୍ର ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍‍ ଘୋଷଣା କରାଯାଉ। ଛଅ ଲକ୍ଷରୁ ବାର୍ଷିକ ଆୟ କମ୍‍ ଥିବା ପରିବାର ସମସ୍ତ ପାଠ୍ୟକ୍ରମରେ ଏବଂ ସବୁ ଶିକ୍ଷାନୁଷ୍ଠାନରେ ଥିବା ଛାତ୍ରଛାତ୍ରୀଙ୍କ ଟ୍ୟୁସନ୍‍ ଫି ଓ କୋର୍ସ ଫି’ ଆଗାମୀ ଏକ ବର୍ଷ ପର୍ଯ୍ୟନ୍ତ ଛାଡ଼ କରାଯାଉ। ସଙ୍ଗରୋଧ କେନ୍ଦ୍ର ହୋଇଥିବା ସବୁ ଶିକ୍ଷାନୁଷ୍ଠାନକୁ ସାନିଟାଇଜ୍‍ କରାଯିବା ପରେ ହସ୍ତାନ୍ତର କରାଯାଉ ବୋଲି ଏବିଭିପି ଦାବି ରଖିଛି। ଏହି ଦାବିକୁ ଓଡ଼ିଶା ପ୍ରାନ୍ତ ତରଫରୁ ଅନ୍‍ଲାଇନ୍‍ କ୍ୟାମ୍ପେନ୍‍ କରାଯାଇଥିଲ; ଯାହାକୁ ବହୁ ଛାତ୍ରଛାତ୍ରୀ ସମର୍ଥନ କରିଛନ୍ତି। ଆଗାମୀ ଦିନରେ କର୍ତ୍ତୃପକ୍ଷଙ୍କୁ ଭେଟି ଦାବିପତ୍ର ଦିଆଯିବ ବୋଲି ରାଜ୍ୟ ସମ୍ପାଦକ ଶଶିକାନ୍ତ ମିଶ୍ର କହିଛନ୍ତି।

Hot this week

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories