ନୂଆଦିଲ୍ଲୀ: ଆପଣଙ୍କ ପିଲାମାନେ ଅଧିକ ସମୟ ଭିଡିଓ, ମୋବାଇଲ୍ କିମ୍ବା କମ୍ପ୍ୟୁଟର ଗେମ୍ରେ ସମୟ ବିତାଉଛନ୍ତି କି? ଏବେଠାରୁ ସେହି ପ୍ରବୃତ୍ତିରୁ ସେମାନଙ୍କୁ ଦୂରରେ ରଖିବାକୁ ଚେଷ୍ଟା କରନ୍ତୁ। କାରଣ ଖୁବ୍ଶୀଘ୍ର ସେମାନେ ମାନସିକ ରୋଗର ଶିକାର ହୋଇପାରନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବିଶେଷଜ୍ଞମାନେ ଏଭଳି ଚେତାବନୀ ଦେଇଛନ୍ତି। ଅତ୍ୟଧିକ ଡିଜିଟାଲ୍ ଗେମ୍ ପ୍ରବଣତାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମାନସିକ ବିକୃତ ଜନିତ ରୋଗର ପର୍ଯ୍ୟାୟଭୁକ୍ତ କରିଛି। ଗେମ୍ ପ୍ରବଣତା ଅନ୍ୟାନ୍ୟ ଇଚ୍ଛାକୁ ନିଷ୍କ୍ରିୟ କରି ଦେଉଥିବାରୁ ବ୍ୟକ୍ତି ବା ଶିଶୁ ଲକ୍ଷ୍ୟ ଶୂନ୍ୟ ହୋଇପଡ଼େ ଏବଂ ଜୀବନରେ ଉନ୍ନତି କରିପାରେ ନାହିଁ ବୋଲି ସଂଗଠନର ରିପୋର୍ଟରେ ଉଲ୍ଲେଖ ରହିଛି। ଶିଶୁଠାରୁ ଆରମ୍ଭ କରି ପ୍ରୌଢ଼ ପର୍ଯ୍ୟନ୍ତ ସମସ୍ତେ ଏହି ରୋଗରେ ଆକ୍ରାନ୍ତ ହୋଇପାରନ୍ତି।
ଗେମ୍ ପ୍ରବଣତା ଜନିତ ମାନସିକ ରୋଗର ମୁଖ୍ୟତଃ ୬ଟି ଲକ୍ଷଣ ରହିଛି।
୧ – କୌଣସି କାମରେ ମନ ନ ଲାଗିବା
୨ – ନିଦ୍ରାହୀନତା
୩- ଭୋକ ନ ହେବା
୪ -ଦୁର୍ବଳ ଅନୁଭବ କରିବା
୫- ପାରିପାଶ୍ୱିକ ସ୍ଥିତି ଭଲ ନଲାଗିବା
୬-ସାମାଜିକ ସମ୍ପର୍କ ଛିନ୍ନ କରିବାକୁ ଇଚ୍ଛା
ମନସ୍ତତ୍ତ୍ୱବିତ୍ ସମୀର ମାଲହୋତ୍ରାଙ୍କ କହିବା ଅନୁଯାୟୀ ଅତ୍ୟଧିକ ଗେମ୍ ପ୍ରବଣତା ଯୋଗୁଁ ପାରିବାରିକ ସମ୍ପର୍କରେ ମଧ୍ୟ ଭଟ୍ଟା ପଡ଼େ। ଆଇସିଡି ନାମକ ଏକ ସ୍ୱାସ୍ଥ୍ୟ ପତ୍ରିକାରେ ପ୍ରକାଶିତ ସନ୍ଦର୍ଭ ଅନୁଯାୟୀ ଏହି ରୋଗ ଯୋଗୁଁ ୫୫,୦୦୦ ଲୋକଙ୍କ ମୃତ୍ୟୁ ଘଟିଛି। ଏଭଳି ରୋଗାକ୍ରାନ୍ତଙ୍କ ପାଇଁ କେତେକ ଦେଶରେ ବୀମା ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି।
କମ୍ପ୍ୟୁଟର ଗେମ୍ ଖେଳୁଛନ୍ତି କି? ହୋଇପାରେ ଏହି ରୋଗ
Popular Categories



