www.samajalive.in
Sunday, December 14, 2025
15.1 C
Bhubaneswar

ବିମାନରେ ଭିକ ମାଗିଲେ ଯାତ୍ରୀ

ନୂଆଦିଲ୍ଲୀ: ରାସ୍ତାଘାଟ, ବସ୍‍, ଟ୍ରେନ୍‍ରେ ଭିକ ମାଗୁଥିବା ଦୃଶ୍ୟ ସହିତ ଆମେ ଅଭ୍ୟସ୍ତ। କିନ୍ତୁ ବିମାନ ବା ଉଡ଼ାଜାହାଜରେ କେହି ଭିକ ମାଗୁଥିବା କେବେ ଶୁଣିଛନ୍ତି ବା ଦେଖିଛନ୍ତି କି? ଏଭଳି ଏକ ଅବାନ୍ତର ଦୃଶ୍ୟ ଦେଖିବାକୁ ମିଳିଛି କତାର ଏୟାର ୱେଜ୍‍ର ଏକ ବିମାନରେ। ବିମାନର ଜଣେ ଯାତ୍ରୀଙ୍କୁ ଭିକ ମାଗୁଥିବାର ଦୃଶ୍ୟର ଭିଡିଓ ଭାଇରାଲ୍‍ ହେବା ପରେ ଏହାକୁ ନେଇ କୌତୁହଳ ସୃଷ୍ଟି ହୋଇଛି।
ଦୋହାରୁ ଇରାନ୍‍ ଯାଉଥିବା ଏକ ବିମାନର ମଝି ସିଟ୍‍ରେ ବସିଥିବା ଜଣେ ଯାତ୍ରୀ ହଠାତ୍‍ ଏକ ପାତ୍ର ଧରି ବିମାନ ଯାତ୍ରୀଙ୍କୁ ଆର୍ଥିକ ସହାୟତା ପାଇଁ ନିବେଦନ କରିଥିଲେ। ଏୟାର ହଷ୍ଟେସ୍‍ ଓ ବିମାନ କର୍ମଚାରୀ ସେଥିରୁ ତାଙ୍କୁ ନିବୃତ କରି ସିଟ୍‍କୁ ଫେରି ଯିବା ପାଇଁ ଅନୁରୋଧ କରିଥିଲେ ମଧ୍ୟ ବ୍ୟକ୍ତିଜଣକ ତାଙ୍କ କାର୍ଯ୍ୟକଳାପ ଜାରି ରଖିଥିଲେ। ଦୁଇ ତିନିଜଣ ବିମାନ ଯାତ୍ରୀ ଭିକ ଦେଉଥିବା ଭିଡିଓରେ ଦେଖାଯାଉଛି। ଉକ୍ତ ଯାତ୍ରୀ ଜଣକ ଇରାନ୍‍ର ନାଗରିକ ଓ ପାର୍ସି ଭାଷାରେ କଥାବାର୍ତ୍ତା କରୁଥିବା ଜଣାପଡ଼ିଛି। ଦୋହାରୁ ଇରାନ୍‍ର ଶିରାଜକୁ ବିମାନ ଯାତ୍ରା ପାଇଁ ୩ ହଜାର କତ୍ତାରି(ଭାରତୀୟ ମୁଦ୍ରାରେ ପ୍ରାୟ ୫୫,୮୭୫ ଟଙ୍କା) ଆବଶ୍ୟକ। ତେଣୁ ଏତେ ମୂଲ୍ୟ ଦେଇ ବିମାନ ଯାତ୍ରା କରୁଥିବା ଜଣେ ଯାତ୍ରୀ କାହିଁକି ଭିକ ମାଗୁଥିଲେ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories