www.samajalive.in
Sunday, December 7, 2025
26.1 C
Bhubaneswar

‘ଅମ୍ପନ’ ଜନିତ ବିଦ୍ୟୁତ୍ କ୍ଷତିଗ୍ରସ୍ତ ଭିତ୍ତିଭୂମି ପୁନରୁଦ୍ଧାର ପାଇଁ ଶକ୍ତି ମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ଭୁବନେଶ୍ବର : ସାମୁଦ୍ରିକ ଝଡ଼ ‘ଅମ୍ପନ’ଜନିତ କ୍ଷତିଗ୍ରସ୍ତ ବିଦ୍ୟୁତ୍ ଭିତ୍ତିଭୂମି ପୁନରୁଦ୍ଧାର ସମ୍ୱନ୍ଧରେ ମାନ୍ୟବର ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେସିଂ ଜରିଆରେ ଗୁରୁବାର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକ ପ୍ରାରମ୍ଭରେ ଶକ୍ତି ବିଭାଗ ପ୍ରମୁଖ ସଚିବ ବାତ୍ୟା ଯୋଗୁ କ୍ଷତିଗ୍ରସ୍ତ ବିଦ୍ୟୁତ୍ ଭିତ୍ତିଭୂମି ପୁନରୁଦ୍ଧାର କାର୍ଯ୍ୟରେ ୩୭୦୦ ସଂଖ୍ୟକ ମାନବସମ୍ୱଳ ନିୟୋଜିତ ହୋଇଥିବା ବିଷୟ ଅବଗତ କରିବା ସହ ସେସୁ ଅଞ୍ଚଳରେ ପ୍ରଭାବିତ ହୋଇଥିବା ୨୬.୮ ଲକ୍ଷ ଉପଭୋକ୍ତାଙ୍କ ମଧ୍ୟରୁ ୨୨.୭ ଲକ୍ଷ ତଥା ନେସ୍କୋ ଅଞ୍ଚଳର ପ୍ରଭାବିତ ୧୬.୧୦ ଲକ୍ଷ ଉପଭୋକ୍ତା ମଧ୍ୟରୁ ପ୍ରାୟ ୧୦ ଲକ୍ଷ ଉପଭୋକ୍ତାଙ୍କୁ ବିଦ୍ୟୁତ୍ ପୁନଃସଂଯୋଗ ଦିଆଯାଇଥିବା ବିଷୟ ପ୍ରକାଶ କରିଥିଲେ ।

ବାତ୍ୟା ପ୍ରଭାବିତ ସମସ୍ତ ଡ଼ାକ୍ତରଖାନାର ବିଦ୍ୟୁତ୍ ସଂଯୋଗ ତଥା ସମସ୍ତ ୩୩ କେଭି ଲାଇନ ଓ ସହରାଞ୍ଚଳର ବିଦ୍ୟୁତ୍ ଭିତ୍ତିଭୂମିର ପ୍ରାଥମିକତା ଭିତ୍ତିରେ ଆଜି ସୁଦ୍ଧା ପୁନରୁଦ୍ଧାର କରାଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏଥି ସହ ଆସନ୍ତା କାଲି ସୁଦ୍ଧା ନେସ୍କୋ ଏବଂ ସେସୁ ଅଞ୍ଚଳରେ ଆଉ ୩ ଲକ୍ଷ ଲେଖାଏଁ ବିଦ୍ୟୁତ୍ ଉପଭୋକ୍ତାଙ୍କୁ ପୁନଃସଂଯୋଗ ଦିଆଯିବାକୁ ବୈଠକରେ ସ୍ଥିର ହୋଇଥିଲା । ଏଥି ସହ ମନ୍ତ୍ରୀ ୪ଦିନ ମଧ୍ୟରେ ସୁଦ୍ଧା ନେସ୍କୋ ଅଞ୍ଚଳର ଅନ୍ୟ ସମସ୍ତ ପ୍ରଭାବିତ ଉପଭୋକ୍ତାଙ୍କୁ ବିଦ୍ୟୁତ ସଂଯୋଗ ଦିଆଯିବାକୁ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ଓପିଟିସିଏଲ କର୍ତ୍ତୃପକ୍ଷ ବାତ୍ୟା ଯୋଗ ସେମାନଙ୍କର କ୍ଷତିଗ୍ରସ୍ତ ହୋଇଥିବା ୨ଟି EHT ଲାଇନ ପୁନରୁଉଦ୍ଧାର କରାଯାଇ କାର୍ଯ୍ୟକ୍ଷମ କରାଯାଇଥିବା ବିଷୟ ଅବଗତ କରିଥିଲେ ।

- Advertisement -

ସେସୁ ଅଞ୍ଚଳ ଅନ୍ତଗତ ନିମାପଡ଼ା, ସାଲେପୁର, କେନ୍ଦ୍ରାପଡ଼ା, ମାର୍ଶାଘାଇ, ପାରାଦୀପ ଓ ଜଗତସିଂହପୁର ଡ଼ିଭିଜନରେ ବାତ୍ୟାଜନିତ ଅଧିକ କ୍ଷୟକ୍ଷତି ହୋଇଥିବା ବିଷୟ ପ୍ରକାଶ କରାଯାଇଥିଲା ଏବଂ ଏସବୁ ଅଞ୍ଚଳରେ ପୁନରୁଦ୍ଧାର କାର୍ଯ୍ୟ ପାଇଁ ଆବଶ୍ୟକ ମାନବ ସମ୍ବଳ ଓ ବୈଦ୍ୟୁତିକ ସରଞ୍ଜାମ ଉପଲବ୍ଧ ଥିବା ଉଲ୍ଲେଖ କରାଯାଇଥିଲା । ସର୍ବାଧିକ କ୍ଷତିଗ୍ରସ୍ତ ନେସ୍କୋ ଅଞ୍ଚଳରେ ୬୨ଟି ୩୩ କେଭି ଲାଇନରୁ ୫୪ଟି, ୧୬୦ଟି ୩୩/୧୧ କେଭି ସବଷ୍ଟେସନ ମଧ୍ୟରୁ ୧୩୦ଟି, ୫୮୨ଟି ୧୧କେଭି ଲାଇନରୁ ୩୦୯ଟି ତଥା ୫୩,୮୭୯ ଟ୍ରାନ୍ସଫର୍ମର ମଧ୍ୟରୁ ୨୬,୪୧୯ଟିର ପୁନରୁଦ୍ଧାର କାର୍ୟ୍ୟ ସମ୍ପୂର୍ଣ୍ଣ ହୋଇଛି । ବର୍ତ୍ତମାନ ଏହି ଅଞ୍ଚଳରେ ୧୬୧ଟି ଗ୍ୟାଙ୍ଗ ନିୟୋଜିତ ହୋଇଥିବା ସହିତ ସେମାନଙ୍କୁ ଆବଶ୍ୟକ ସରଞ୍ଜାମ ଯୋଗାଇ ଦେବାର ବ୍ୟବସ୍ଥା କରାଯାଉଛି । ପୁନରୁଦ୍ଧାର କାର୍ୟ୍ୟ ତ୍ୱରାନ୍ବିତ କରିବାକୁ ମାନ୍ୟବର ମନ୍ତ୍ରୀ ସାଉଥକୋ ଓ ୱେସ୍କୋ ଅଞ୍ଚଳରୁ ଆସିଥିବା ଅତିରିକ୍ତ ମାନବସମ୍ବଳକୁ ଉପଯୁକ୍ତ ଭାବେ ନିୟୋଜିତ କରି ଶିଘ୍ର କାର୍ଯ୍ୟ ସମାପନ କରିବାକୁ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ ।

 

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories