କଲକାତା: ବାତ୍ୟା ‘ଅମ୍ପନ’ର ତାଣ୍ଡବରେ ପଶ୍ଚିମବଙ୍ଗର ରାଜଧାନୀ କଲକାତା ଧ୍ଵସ୍ତବିଧ୍ଵସ୍ତ ହୋଇଯାଇଛି। ସହରର ପ୍ରାକୃତିକ ପରିବେଶ ଏକପ୍ରକାର ଛାରଖାର ହୋଇଯାଇଛି। ରାଜ୍ୟରେ ପ୍ରାୟ ୭୨ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଥିବାବେଳେ ବହୁ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିଛି। ହଜାର ହଜାର ଘର କ୍ଷତିଗ୍ରସ୍ତ ହୋଇଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅମ୍ପନକୁ କରୋନାଠାରୁ ଆହୁରି ଭୟଙ୍କର ବୋଲି କହିଛନ୍ତି। ରାଜ୍ୟରେ ପ୍ରାୟ ୧ ଲକ୍ଷ କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ମମତା କହିଛନ୍ତି।
https://www.youtube.com/watch?v=TiuOL9SzXoc
ଅମ୍ପନ ଯୋଗୁ କଲକାତା ସମେତ ରାଜ୍ୟର ଅଧିକାଂଶ ଅଞ୍ଚଳରେ ଘଣ୍ଟା ପ୍ରତି ୧୮୫ କିଲୋମିଟର ବେଗରେ ପବନ ବହିଥିଲା। କଲକାତାରେ କାର୍ ଓ ଅନ୍ୟାନ୍ୟା ଗାଡ଼ିମୋଟର ପବନ ପ୍ରଭାବରେ ଓଲଟି ପଡ଼ିଥିବା ଦେଖିବାକୁ ମିଳିଥିଲା। ବାତ୍ୟା ପ୍ରଭାବିତ ଅଞ୍ଚଳରେ ଏନଡିଆରଏଫ ଏବଂ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ଏବେ ବି ଅନେକ ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ ରହିଛି। କଲକାତା ବିମାନବନ୍ଦର ସମ୍ପୂର୍ଣ୍ଣ ବହୁମାତ୍ରାରେ କ୍ଷତିଗ୍ରସ୍ତ ହୋଇଯାଇଥିବାବେଳେ ଅନେକ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଛି।






