www.samajalive.in
Tuesday, December 9, 2025
15.1 C
Bhubaneswar

ସ୍ବାସ୍ଥ୍ୟ କର୍ମୀଙ୍କୁ ସମ୍ମାନିତ କଲେ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ

ପଦ୍ମପୁର : ବର୍ତ୍ତମାନ ସାରା ବିଶ୍ୱରେ କରୋନା ଭୁତାଣୁ କୋବିଡ଼-୧୯ ନିଜର କାୟା ବିସ୍ତାର କରିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ସାରା ଭାରତରେ ମଧ୍ୟ ଲକ ଡାଉନ ଚାଲିଛି। ପ୍ରାୟ ଦେଢ଼ ମାସ ହେଲା ଲୋକେ କରୋନା ଭୂତାଣୁର ସଂକ୍ରମଣ ଚେନକୁ ଭାଙ୍ଗିବା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ କଥାକୁ ସମର୍ଥନ କରି ଘରେ ରହୁଛନ୍ତି। ହେଲେ ଏହି ଘଡି ସନ୍ଧି ମୁହୂର୍ତରେ ମଧ୍ୟ ନିଜର ଦାୟିତ୍ବ ନ ଭୁଲି ଦେଶବସି ତଥା ଦେଶ ର ସ୍ୱାସ୍ଥ୍ୟ ସେବା ପାଇଁ ପ୍ରତିବଦ୍ଧଶୀଳ ଥିବା ଚିକିତ୍ସାଳୟ କର୍ମୀ ତଥା ସ୍ୱାସ୍ଥ୍ୟ କର୍ମଚାରୀ ମାନେ ପ୍ରତି ଦିନ ଘରୁ ପଦାକୁ ବାହାରି ନିଜ ଜୀବନକୁ ବାଜି ଲଗାଇ ସହର ତଥା ଗାଁର ସମସ୍ତ ଅଞ୍ଚଳକୁ ସ୍ୱାସ୍ଥ୍ୟ ସେବା ପହଞ୍ଚାଉଛନ୍ତି ଏ ନେଇ ପ୍ରଧାନମନ୍ତ୍ରୀ ମୋଦୀ ସ୍ୱାସ୍ଥ୍ୟ କର୍ମଚାରୀ ମନଙ୍କୁ ସାଧୁବାଦ ଜଣାଇବା ସହ ଧନ୍ୟବାଦ ଜ୍ଞାପନ କରିଛନ୍ତି ଏବଂ କରୋନା ଯୋଦ୍ଧା ଭାବରେ ସମ୍ବୋଧିତ କରି ସମ୍ମାନିତ କରିଛନ୍ତି।

ଏହି ପରିପେକ୍ଷିରେ ଆଜି ପଦ୍ମପୁର ଭାରତୀୟ ଜନତା ପାର୍ଟି ତର୍ପରୁ ପଦ୍ମପୁର ସାରଲକୁମାରି ଉପଖଣ୍ଡ ଚିକିତ୍ସାଳୟରେ କାର୍ଯ୍ୟରତ ସ୍ୱାସ୍ଥ୍ୟ କର୍ମଚାରୀ ମାନଙ୍କୁ ତଥା ଡା. ଗୀତାପୀୟୂଷ ସିନ୍ଧୁ ମିଶ୍ରଙ୍କ ଉପସ୍ଥିତିରେ ସମ୍ମାନିତ କରାଯାଇଛି। ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ତଥା ଭାରତୀୟ ଜନତା ପର୍ଟିର ଯୁବମୋର୍ଚ୍ଚାର ରାଜ୍ୟ ସଭାପତି ଟଙ୍କଧର ତ୍ରିପାଠୀ ସମସ୍ତ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ପାଦ ଧୋଇ ଉପଢୋକାନ ଦେବା ସହ କିଛି ସୁଖିଲା ଖାଦ୍ୟ ତଥା ଚାଉଳ ଡ଼ାଲି ସାବୁନ ଆଦି ଦେଇ ସମ୍ମାନିତ କରିଥିଲେ।

- Advertisement -

ଏହି ସମୟରେ ପଦ୍ମପୁର ନଗର ବିଜେପି ସଭାପତି ସୁନୀଲ ଅଗ୍ରୱାଲ, ବରଗଡ଼ ଜିଲା ଯୁବମୋର୍ଚ୍ଚା ସଭାପତି ପ୍ରିତେଶ କୁମାର ବହିଦାର, ବିଜେପି ନେତା ଅଶୋକ ମିଶ୍ର, ଡା. ନାରାୟଣ ପୁରୋହିତ, ସରୋଜ ମିଶ୍ର, ଆଦିତ୍ୟ ରଥ, ଅରବିନ୍ଦ ପଟ୍ଟନାୟକ, ପ୍ରତାପ ନାଥ, ନରୋତ୍ତମ ପଧାନ, ନାରୀ ନେତ୍ରୀ ଜ୍ୟୋତ୍ସ୍ନା ରାଣୀ କର, ନଗର ଯୁବମୋର୍ଚା ସଭାପତି ପ୍ରମୋଦ ମେହେର, ଯୁବନେତା ନରେଶ ସୁନ୍ଦର ସାହୁ, ଇଂଜିନିୟର କୁନାଲ ପାଣିଗ୍ରାହୀ, ସେବକ ମେହେର, ହିତେଶ ଅଗ୍ରୱାଲ, ନବ କିଶୋର କଣ୍ଟା, ସୁରେଶ ସାହୁ, ନବକିଶୋର ମେହେର, ଦିନେଶ ବାରିକ, ସୁରଜ ସୁନା, ରାଜୀବ ବଗର୍ତ୍ତି, କାହ୍ନା ବାରିକ ପ୍ରମୁଖ ଉପସ୍ଥିତ ରହି କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories