www.samajalive.in
Sunday, December 7, 2025
26.1 C
Bhubaneswar

ଅମ୍ପନ ଦେଲା ମାତୃତ୍ବ; ଝଡ଼ ବେଳେ ୬୦ ଗର୍ଭବତୀଙ୍କ ସନ୍ତାନ ପ୍ରସବ

ଭଦ୍ରକ: ବାହାରେ ନାଚୁଛି ସାମୁଦ୍ରିକ ଝଡ଼ ‘ଅମ୍ପନ’ । ଜୀବନ ବଞ୍ଚାଇବାକୁ ଲୋକମାନେ ବ୍ୟସ୍ତ । ଏହି ସମୟରେ ଭଦ୍ରକ ଜିଲାରେ ୬୦ ନୂଆ ଅତିଥି ପୃଥିବୀରେ ପାଦ ଥାପିଛନ୍ତି । ୬୦ ଜଣ ଗର୍ଭବତୀ ଅମ୍ପନ ଝଡ଼ବର୍ଷା ବେଳେ ସନ୍ତାନ ପ୍ରସବ କରିଥିବା ରିପୋର୍ଟ ମିଳିଛି ।

- Advertisement -

ଜିଲା ପ୍ରଶାସନ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଅମ୍ପନ ସମୟରେ ସୁରକ୍ଷା ଦୃଷ୍ଟିରୁ ଜିଲାର ୨୧୮ ଜଣ ଗର୍ଭବତୀଙ୍କୁ ବିଭିନ୍ନ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ୧୯ ତାରିଖରେ ୧୭୭ ଜଣଙ୍କୁ ସ୍ଥାନାନ୍ତର କରାଯାଇଥିବାବେଳେ ୨୦ ତାରିଖରେ ୨୧ ଜଣ ଗର୍ଭବତୀ ସ୍ଥାନାନ୍ତର ହୋଇଥିଲେ ।

୧୯ ତାରିଖରେ ସ୍ଥାନାନ୍ତର ହୋଇଥିବା ୧୭୭ଜଣଙ୍କ ମଧ୍ୟରୁ ୪୩ ଜଣ ସନ୍ତାନ ପ୍ରସବ କରିଛନ୍ତି । ପ୍ରସବରେ ଅସୁବିଧା ଯୋଗୁଁ ମାତ୍ର ୪ ଜଣଙ୍କର ଅପରେସନ କରାଯାଇଥିଲା । ଅନ୍ୟ ସମସ୍ତଙ୍କର ପ୍ରସବ ସ୍ବାଭାବିକ ହୋଇଥିବା ରିପୋର୍ଟ ମିଳିଛି । ସେହିପରି  ୨୦ ତାରିଖରେ ସ୍ଥାନାନ୍ତର ହୋଇଥିବା ୪୧ ଜଣ ଗର୍ଭବତୀଙ୍କ ମଧ୍ୟରୁ ୧୭ ଜଣ ସନ୍ତାନ ଜନ୍ମ କରିଥିବା ବେଳେ ଦୁଇ ଜଣଙ୍କର ଅସ୍ତ୍ରୋପଚାର ପରେ ସନ୍ତାନ ଜନ୍ମ ହୋଇଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ସମୁଦାୟ ୨୧୮ ଜଣ ଗର୍ଭବତୀଙ୍କୁ ସ୍ଥାନାନ୍ତର କରାଯାଇଥିବା ବେଳେ ୬୦ଜଣ ପ୍ରସବ କରିଛନ୍ତି ଓ ୬ ଜଣ ଅସ୍ତ୍ରୋପଚାର ପରେ ସନ୍ତାନ ପ୍ରସବ କରିଛନ୍ତି ।

Hot this week

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

Related Articles

Popular Categories