www.samajalive.in
Sunday, December 7, 2025
14.1 C
Bhubaneswar

ମହାବାତ୍ୟା ଅମ୍ପନ ମୁକାବିଲା: ବ୍ୟାଙ୍କ ଶାଖାଗୁଡ଼ିକରେ ପର୍ଯ୍ୟାପ୍ତ ଅର୍ଥ ମହଜୁଦ ରଖିବା ପାଇଁ ନିର୍ଦେଶ

ଭୁବନେଶ୍ୱର: ମହାବାତ୍ୟା ଅମ୍ପନ ଓଡ଼ିଶାର ଉପକୂଳବର୍ତ୍ତୀ ୧୨ଟି ଜିଲାରେ ଅନୁଭୂତ ହେବାର ସମ୍ଭାବନା ରହିଛି। ସେହିପରି କୋଭିଡ୍‌-୧୯ ମହାମାରୀ ପରିପ୍ରେକ୍ଷୀରେ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କ ତରଫରୁ ଜନସାଧାରଣଙ୍କ ଜମାଖାତାକୁ ଅର୍ଥ ପ୍ରେରଣ କରାଯାଉଛି। ଲୋକମାନେ ନିଜ ନିଜର ଆବଶ୍ୟକତା ପାଇଁ ତଥା ରିଲିଫ୍‌ ଏବଂ ପୁନରୁଦ୍ଧାର କାର୍ଯ୍ୟ ପାଇଁ ଜିଲ୍ଲାଗୁଡ଼ିକରେ ବହୁ ଅର୍ଥ ଉଠାଣର ଆବଶ୍ୟକତା ରହିଛି । ଅମ୍ପନରେ ପ୍ରଭାବିତ ହେବାକୁ ଥିବା ଜିଲାଗୁଡ଼ିକର ବ୍ୟାଙ୍କଶାଖା/ଏଟିଏମ୍‌/ସିଏସ୍‌ପିଏସ୍‌/ବିସିଏସ୍‌ଗୁଡ଼ିକରେ ପର୍ଯ୍ୟାପ୍ତ ନଗଦ ଟଙ୍କା ମହଜୁଦ ରଖିବା ସହ ପାୱାର ବ୍ୟାକ୍‌ ଅପ୍‌ ସହିତ ଇଣ୍ଟରନେଟ୍‌ ସଂଯୋଗ ନିରବଚ୍ଛିନ୍ନ ଭାବେ ଜାରି ରଖିବା ପାଇଁ ବ୍ୟାଙ୍କଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି । ଯେପରି ବାତ୍ୟା ପ୍ରଭାବିତ ଜିଲାର ବ୍ୟାଙ୍କଶାଖା/ଏଟିଏମ୍‌/ସିଏସ୍‌ପିଏସ୍‌/ବିସିଏସ୍‌ଗୁଡ଼ିକରେ ନଗଦ ଅର୍ଥର ଅଭାବ ରହିବ ନାହିଁ ସେ ଦିଗରେ ବିହିତ ପଦ କ୍ଷେପ ନେବା ପାଇଁ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଆଞ୍ଚଳିକ ନିର୍ଦ୍ଦେଶକ, ରିଜର୍ଭ ବ୍ୟାଙ୍କ , ଜିଏମ୍‌, ୟୁକୋ ବ୍ୟାଙ୍କ ତଥା ଆବାହକ ଏସ୍‌ଏଲ‌ବିସିିଙ୍କ ଅନ୍ୟ ସମସ୍ତ ବ୍ୟାଙ୍କ ଗୁଡ଼ିକୁ ନିର୍ଦ୍ଦେଶ ଦେଇଛି।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories