www.samajalive.in
Saturday, December 6, 2025
17.1 C
Bhubaneswar

ପାକିସ୍ତାନକୁ ତାଲିବାନ୍‌ ଝଟ୍‌କା- କହିଲା କାଶ୍ମୀର ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗ, ଆମେ ହସ୍ତକ୍ଷେପ କରିବୁନି

ନୂଆଦିଲ୍ଲୀ: କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନକୁ ଶକ୍ତ ଝଟ୍‌କା ଦେଇଛି ତାଲିବାନ। କାଶ୍ମୀର ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗ। ଏ କ୍ଷେତ୍ରରେ ଆମେ ପାକିସ୍ତାନକୁ ସମର୍ଥନ କରିବୁ ନାହିଁ ବୋଲି ତାଲିବାନ୍‌ ପକ୍ଷରୁ କୁହାଯାଇଛି। ଏହା ସହିତ କାଶ୍ମୀରରେ ପାକିସ୍ତାନ ଦ୍ବାରା ପ୍ରାୟୋଜିତ ଆତଙ୍କବାଦରେ ତାଲିବାନ ଅଂଶଗ୍ରହଣ କରିପାରେ ବୋଲି ସୋସିଆଲ ମିଡିଆରେ ହେଉଥିବା ଚର୍ଚ୍ଚାକୁ ମଧ୍ୟ ତାଲିବାନ୍‌ ଖଣ୍ଡନ କରିଛି।

ତାଲିବାନ୍‌ର ଇସଲାମିକ ଏମିରେଟ୍‌ସ ଅଫ ଆଫଗାନିସ୍ତାନ ମୁଖପାତ୍ର ସୁହେଲ ଶାହୀନ ସୋମବାର ଟ୍ବିଟ୍‌ କରି କହିଚନ୍ତି, କାଶ୍ମୀରରେ ଜାରି ରହିଥିବା ପାକିସ୍ତାନ ପ୍ରାୟୋଜିତ ଜିହାଦରେ ତାଲିବାନ ସାମିଲ ହୋଇଥିବା ଖବର ମିଥ୍ୟା। କାଶ୍ମୀର ସମ୍ପୂର୍ଣ୍ଣ ଭାବେ ଭାରତର ଆଭ୍ୟନ୍ତରୀଣ ମାମଲା ଏବଂ ତାଲିବାନ କୌଣସି ଦେଶର ଆଭ୍ୟନ୍ତରୀଣ ପ୍ରସଙ୍ଗରେ ହସ୍ତକ୍ଷେପ କରେନାହିଁ।

- Advertisement -

ସୂଚନାଯୋଗ୍ୟ, ୨ ଦିନ ତଳେ ସୋସିଆଲ ମିଡିଆରେ ଅନେକ ଖବର ସାମ୍ନାକୁ ଆସିଥିଲା, ଯେଉଁଥିରେ ତାଲିବାନ ମୁଖପାତ୍ର ଜବୀଉଲ୍ଲାହ ମୁଜାହିଦଙ୍କ ନାମରେ କୁହାଯାଇଥିଲା ଯେ, କାଶ୍ମୀର ପ୍ରସଙ୍ଗର ସମାଧାନ ନ ହେବା ପର୍ଯ୍ୟନ୍ତ ଭାରତ ସହିତ ତାଲିବାନର ବନ୍ଧୁତା ସମ୍ଭବ ନୁହେଁ। ଏଥିରେ ଆହୁରି ଦାବି କରାଯାଇଥିଲା ଯେ, ତାଲିବାନ କାବୁଲକୁ କବ୍‌ଜା କରିବା ପରେ କାଶ୍ମୀରକୁ ବି ଅନୁପ୍ରବେଶକାରୀଙ୍କଠାରୁ ଛଡ଼ାଇନେବ।

କାବୁଲ ଏବଂ  ଦିଲ୍ଲୀରେ ଅବସ୍ଥାପିତ କୁଟନୀତିଜ୍ଞଙ୍କ କହିବା ଅନୁସାରେ ଏପରି ଖବର ସାମ୍ନାକୁ ଆସିବା ପରେ ଭାରତ ପକ୍ଷରୁ ଏହାର ସତ୍ୟତା ଜାଣିବା ଲାଗି ଉଦ୍ୟମ କରାଯାଇଥିଲା। ଫଳରେ ଏହା ପରଦିନ ତାଲିବାନଙ୍କୁ ଏହି ପ୍ରସଙ୍ଗରେ ସ୍ପଷ୍ଟୀକରଣ ଦେବାକୁ ପଡ଼ିଛି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories