www.samajalive.in
Saturday, December 13, 2025
27.1 C
Bhubaneswar

ସାରା ଦେଶ ଅନୁପାତରେ ଓଡ଼ିଶାରେ କରୋନା ମୃତ୍ୟୁ ହାର ସବୁଠୁ କମ୍

ଭୁବନେଶ୍ବର: ଆଜିଠାରୁ ସାରା ଦେଶରେ ଆରମ୍ଭ ହୋଇଛି ଲକ୍ଡ଼ାଉନ ୪.୦ ଅର୍ଥାତ୍ ଲକ୍ଡ଼ାଉନର ୪ର୍ଥ ପର୍ଯ୍ୟାୟ । ଏହା ମେ ୩୧ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ । ଏହି ପରିପ୍ରେକ୍ଷୀରେ ମୁଖ୍ୟ ସଚିବ ଅସିତ୍ ତ୍ରିପାଠୀ ରାଜ୍ୟବାସୀଙ୍କ ସହଯୋଗ ଲୋଡ଼ିଛନ୍ତି । କେନ୍ଦ୍ର ସରକାର ଲକ୍ଡ଼ାଉନ ୪.୦ ନେଇ ଯେଉଁ ନୂଆ ମାର୍ଗଦର୍ଶିକା ଜାରି କରିଛନ୍ତି ସେ ସମ୍ପର୍କରେ ମଧ୍ୟ ସୂଚନା ଦେଇଛନ୍ତି ।

ମୁଖ୍ୟସଚିବ କହିଛନ୍ତି ନୂଆ ମାର୍ଗଦର୍ଶିକା ଅନୁସାରେ ଲକ୍ଡ଼ାଉନ ୪.୦ ସମୟରେ କୌଣସି ଘରୋଇ, ଆନ୍ତର୍ଜାତୀୟ ବିମାନ ସେବାକୁ ଅନୁମତି ଦିଆଯିବନି । ଏହାସହ ସ୍କୁଲ,କଲେଜ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ସହ ଅନଲାଇନ ଲର୍ଣ୍ଣିଂକୁ ପ୍ରାଧାନ୍ୟ ଦିଆଯିବ । ହୋଟେଲ, ରେଷ୍ଟୁରାଣ୍ଟ ବନ୍ଦ ରହିବ କିନ୍ତୁ ରେଲୱେ, ଏୟାରପୋର୍ଟ କ୍ୟାଣ୍ଟିନ୍ ଚାଲିବ । ସିନେମାହଲ, ଜିମ୍, ଅଡ଼ିଟୋରିୟମ ବନ୍ଦ ରହିବ । ସାମାଜିକ ଉତ୍ସବକୁ ଅନୁମତି ଦିଆଯିବନି । ଲୋକଙ୍କ ପାଇଁ ଧର୍ମାନୁଷ୍ଠାନରେ ପୂଜାର୍ଚନା କରିବାକୁ ମନା ହୋଇଛି । ରାଜ୍ୟ ରାଜ୍ୟ ଭିତରେ ବସ ଚଳାଚଳ ନେଇ ଏପର୍ଯ୍ୟନ୍ତ ନିଷ୍ପତ୍ତି ନିଆଯାଇନାହିଁ । ରେଡ଼, ଅରେଞ୍ଜ ଓ ଗ୍ରୀନ ଜୋନ ନେଇ ସ୍ଥାନୀୟ ଅଧିକାରୀ ନିଷ୍ପତ୍ତି ନେବେ । କିନ୍ତୁ କେନ୍ଦ୍ରର ଗାଇଡ଼ଲାଇନ ଅନୁସାରେ ନିଷ୍ପତ୍ତି ନେବେ । ଅବରୋଧ ଅଞ୍ଚଳରେ କଟକଣା କଡ଼ାକଡ଼ି ଜାରି ରହିବା ସତ୍ତେ୍ୱ ଜରୁରୀ ସେବା ଜାରି ରହିବ । ବାହାରେ ଛେପ ପକାନ୍ତୁ ନାହିଁ ଓ ସାମାଜିକ ଦୂରତା ରକ୍ଷା କରନ୍ତୁ ବୋଲି ପରାମର୍ଶ ଦିଆଯାଇଛି  ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି ।

- Advertisement -

ସହ ରାଜ୍ୟରେ ଆଜିଠୁ ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ ଲାଗୁ ହୋଇଛି । ଏହା ମେ ୩୧ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ । ତେବେ, ସଂକ୍ରମଣ କ୍ଷେତ୍ରରେ ଦେଶ ଓ ଅନ୍ୟ ରାଜ୍ୟ ଅପେକ୍ଷା ଓଡ଼ିଶାର ସ୍ଥିତି ଭଲ ରହିଛି । ଲକ୍ଷେ ଲୋକରେ ୨୦୮ ଜଣଙ୍କ ଟେଷ୍ଟିଂ ହେଉଛି । ଦେଶରେ ସଂକ୍ରମିତଙ୍କ ମୃତ୍ୟୁହାର ୩.୧୫ ପ୍ରତିଶତ ରହିଥିବା ବେଳେ ରାଜ୍ୟର ଏହା ୦.୪୬ ପ୍ରତିଶତ । ଏହି ମୃତ୍ୟୁହାର ଦେଶରେ ସର୍ବନିମ୍ନ ।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories