www.samajalive.in
Thursday, December 11, 2025
18.1 C
Bhubaneswar

ସାମୁଦ୍ରିକ ଝଡ ଅମ୍ପନ : ପରିସ୍ଥିତିର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ସାମୁଦ୍ରିକ ଝଡ ଅମ୍ପନ ଏକ ଭୟଙ୍କର ଝଡର ରୂପ ନେଇଛି। ଏହି କାରଣରୁ ବର୍ତ୍ତମାନ ଓଡିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଏହି ଚେତାବନୀ ପରେ ରାଜ୍ୟ ସରକାର ଏହି ଅଞ୍ଚଳରୁ ୧୧ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଉଚ୍ଚସ୍ତରୀୟ ବୈଠକରେ ଏ ନେଇ ଆଲୋଚନା କରିଛନ୍ତି। ଅମ୍ପନ ଝଡ଼ ଯୋଗୁଁ କେରଳର ଅନେକ ଅଞ୍ଚଳରେ ରବିବାର ରାତିରୁ ବର୍ଷା ଜାରି ରହିଛି।

- Advertisement -

ଅଧିକାରୀମାନଙ୍କ ସହ ମୋଦୀଙ୍କ ଆଲୋଚନା 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଏକ ଉଚ୍ଚସ୍ତରୀୟ ବୈଠକରେ ଅମ୍ପନ୍‍ ଘୂର୍ଣ୍ଣିଝଡ଼ର ମୁକାବିଲା ପାଇଁ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ଶ୍ରୀ ମୋଦୀ
ପରିସ୍ଥିତିର ସମୀକ୍ଷା କରିବା ସହ ଜାତୀୟ ଦୁର୍ବିପାକ ସହାୟତା ବାହିନୀ ଦ୍ୱାରା ଲୋକମାନଙ୍କୁ ନିରାପଦ ଅଞ୍ଚଳକୁ ସ୍ଥାନାନ୍ତରିତ କରିବା ଯୋଜନାର ତଦାରଖ କରିଛନ୍ତି । ଏନ୍‍ଡିଆର୍‍ଏଫ୍‍ ମହାନିର୍ଦ୍ଦେଶକ ତାଙ୍କର ଯୋଜନା ଉପସ୍ଥାପନ କରି ୨୫ଟି ଏନ୍‍.ଡି.ଆର୍‍.ଏଫ୍‍. ଟିମ୍‍କୁ ମୂଳ ସ୍ତରରେ ମୁତୟନ କରିଛନ୍ତି ଓ ୧୨ଟି ଟିମ୍‍କୁ ପ୍ରସ୍ତୁତ କରି ରଖାଯାଇଛି ବୋଲି ଜଣାଇଛନ୍ତି । ଏହା ବ୍ୟତୀତ ଆଉ ୨୪ଟି ଏନ୍‍ଡିଆର୍‍ଏଫ୍‍ ଟିମ୍‍ ଦେଶର ବିଭିନ୍ନ ଭାଗରେ ପ୍ରସ୍ତୁତ ହୋଇ ରହିଛନ୍ତି ବୋଲି କହିଛନ୍ତି । ଏହି ବୈଠକରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ପ୍ରଧାନମନ୍ତ୍ରୀଙ୍କ ପ୍ରଧାନ ଉପଦେଷ୍ଟା ପି.କେ. ସିହ୍ନା, କ୍ୟାବିନେଟ୍‍ ସଚିବ ରାଜୀବ ଗୌବା ଓ ଅନ୍ୟ ବରିଷ୍ଠ ଅଫିସରମାନେ ଯୋଗ ଦେଇଥିଲେ ।

ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହାର ନିକଟବର୍ତ୍ତୀ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅତି ଭୟଙ୍କର ଘୂର୍ଣ୍ଣିଝଡ଼ ଅମ୍ପନ୍‍ ଘଣ୍ଟା
ପ୍ରତି ୪ କିଲୋମିଟର ବେଗରେ ଗତ ୬ ଘଣ୍ଟା ଧରି ଉତ୍ତର ଦିଗକୁ ଗତି କରୁଛି । ଏହା ଆହୁରି ଅଧିକ ଘନିଭୂତ ହୋଇ ଏକ ମହାବାତ୍ୟାରେ ପରିଣତ
ହେବା ସହ ଦକ୍ଷିଣ ବଙ୍ଗୋପସାଗରର ପଶ୍ଚିମ କେନ୍ଦ୍ରୀୟ ଭାଗ ଓ ଏହା ନିକଟବର୍ତ୍ତୀ କେନ୍ଦ୍ରୀୟ ଭାଗରେ ଏବେ ଅବସ୍ଥାନ କରିଛି ।

ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା କହିଛନ୍ତି, ଓଡ଼ିଶା ସରକାର ଲୋକଙ୍କୁ ସ୍ଥାନାନ୍ତର କରିବା କାମ ଆରମ୍ଭ କରିଛନ୍ତି । ମତ୍ସ୍ୟଜୀବୀମାନଙ୍କୁ ୨୧ ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି।

ଆଗାମୀ ୬ ଘଣ୍ଟା ମଧ୍ୟରେ ଅମ୍ପନ ଆହୁରି ତୀବ୍ର ହେବାର ସମ୍ଭାବନା

ଆଗାମୀ ୬ ଘଣ୍ଟା ମଧ୍ୟରେ ଅମ୍ପନ ଆହୁରି ତୀବ୍ର ହେବ ବୋଲି ଆଶା କରାଯାଉଛି। ଆମେ ଗଜପତି, ପୁରୀ, ଗଞ୍ଜାମ,ଜଗତସିଂପୁର, କେନ୍ଦ୍ରାପଡାରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରିଛୁ। ଆସନ୍ତାକାଲି ବାଲେଶ୍ବର, ଭଦ୍ରକ, ଯାଜପୁର, ମୟୂରଭଞ୍ଜ, ଖୋର୍ଦ୍ଧା, କଟକରେ ବର୍ଷା ହେବ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ କହିଛନ୍ତି ।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

Related Articles

Popular Categories