www.samajalive.in
Friday, December 12, 2025
26.1 C
Bhubaneswar

ଶତ୍ରୁ ହେଲା ବନ୍ଧୁ: ରାଜନୀତି ପଶାପାଲିର ଧୂରନ୍ଧର ନେତାନ୍ୟହୁ ପୁଣି ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ

ଜେରୁଜେଲମ: ଇସ୍ରାଏଲ୍ ରାଜନୀତିର ଧୂରନ୍ଧର ଖେଳାଳି ନେତାନ୍ୟହୁ ପୁଣିଥରେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ଭାବରେ ନିଯୁକ୍ତ ହୋଇଛନ୍ତି । ଆଜି ତାଙ୍କ ସରକାର ଶପଥ ଗ୍ରହଣ କରିଛି । ନେତାନ୍ୟାହୁଙ୍କ ନେତୃତ୍ବରେ ଗଠିତ ନୂତନ ସରକାରରେ ମୋଟ ୩୬ ଜଣ ମନ୍ତ୍ରୀ ଶପଥ ନେଇଛନ୍ତି । ତାଙ୍କ ଦଳରୁ ୧୮ ଜଣ ମନ୍ତ୍ରୀ ହୋଇଥିବାବେଳେ ତାଙ୍କୁ ସମର୍ଥନ ଦେଉଥିବା ବେନି ଗାଣ୍ଟଜଙ୍କ ଦଳ ପକ୍ଷରୁ ୧୮ ଜଣଙ୍କୁ ମନ୍ତ୍ରୀ ପଦ ମିଳିଛି । ଏହାକୁ ମିଶାଇ ନେତାନ୍ୟହୁ ୫ମ ଥର ପାଇଁ ଇସ୍ରାଏଲର ପ୍ରଧାନମନ୍ତ୍ରୀ ଦାୟିତ୍ବ ଗ୍ରହଣ କରିଛନ୍ତି । ପୂର୍ବରୁ ୪ ଥର ସାଧାରଣ ନିର୍ବାଚନରେ ନିର୍ବାଚିତ ହୋଇ ସେ ପ୍ରଧାନମନ୍ତ୍ରୀ ଭାବରେ ନିଯୁକ୍ତି ପାଇଥିଲେ। ମାତ୍ର  ଗତ ଦେଢବର୍ଷରୁ ଅଧିକ କାଳ ହେଲା ସେ କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଉଥିଲେ । ସବୁଠାରୁ ବଡ଼ କଥା ହେଉଛି ତାଙ୍କର ସବୁଠାରୁ ବଡ଼ ପ୍ରତିଦ୍ବନ୍ଦ୍ବୀ ବେନି ଗାଣ୍ଟଜ୍ ନେତାନ୍ୟହୁଙ୍କୁ ସରକାର ଗଠନ ନିମନ୍ତେ ସମର୍ଥନ ଦେଇଛନ୍ତି ।

- Advertisement -

 

ଗତ ନିର୍ବାଚନରେ ବେନି ଗାଣ୍ଟଜଙ୍କ ଦଳ ଓ ନେତାନ୍ୟହୁଙ୍କ ଦଳ ମଧ୍ୟରେ ତୀବ୍ର ପ୍ରତିଦ୍ବନ୍ଦ୍ବିତା ହୋଇଥିଲା । ମାତ୍ର ପରିସ୍ଥିତି ଦୁଇ ପ୍ରତିଦ୍ବନ୍ଦ୍ବୀଙ୍କୁ ଶେଷରେ ମିତ୍ର ଭାବରେ ପରିଣତ କରିଛି । ଉଭୟ ରାଜନୈତିକ ଦଳ ଏକତ୍ର ସରକାର ଗଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି । ସର୍ତ୍ତାନୁସାରେ ନେତାନ୍ୟହୁ ୧୮ମାସ ପ୍ରଧାନମନ୍ତ୍ରୀ ରହିବେ । ପରବର୍ତ୍ତି ୧୮ମାସ ଗାଣ୍ଟଜ୍ ପ୍ରଧାନମନ୍ତ୍ରୀ ହେବେ । ସେହିପରି ଉଭୟ ଦଳରୁ ସମାନ ସଂଖ୍ୟକ ସାଂସଦ ମନ୍ତ୍ରୀ ହେବା ସହ ବିଭିନ୍ନ ପ୍ରମୁଖ ପ୍ରସଙ୍ଗରେ ଉଭୟ ଦଳଙ୍କ ହାତରେ ଭିଟୋ କ୍ଷମତା ମଧ୍ୟ ରହିବ ।

ଏଥିପାଇଁ ବେନି ଗାଣ୍ଟଜଙ୍କୁ ବିଭିନ୍ନ ମହଲରୁ ତୀବ୍ର ସମାଲୋଚନା କରାଯାଇଛି । ନିଜ ରାଜନୈତିକ ସ୍ବାର୍ଥ ପାଇଁ ବୁଝାମଣା କରିଛନ୍ତି ବୋଲି ଅନେକ କହିଛନ୍ତି । ମାତ୍ର ସାମରିକ ଅଧିକାରୀରୁ ରାଜନେତା ପାଲଟିଥିବା ଗାଣ୍ଟଜ ଏହାକୁ ଭୃକ୍ଷେପ କରିନାହାନ୍ତି । ବର୍ତମାନ ସମୟରେ କରୋନା ଯୋଗୁଁ ସାରା ଦେଶ ପ୍ରଭାବିତ ହୋଇଛି । ତେଣୁ ପୁଣି ଏକ ନିର୍ବାଚନ ନିମନ୍ତେ ଦେଶକୁ ବହୁ ବ୍ୟୟଭାର ବହନ କରିବାକୁ ପଡ଼ିବ । ଏଣୁ ସେ ନେତାନ୍ୟହୁଙ୍କ ପ୍ରସ୍ତାବରେ ରାଜି ହୋଇଛନ୍ତି ବୋଲି ଗାଣ୍ଟଜ କହିଛନ୍ତି । ମନ୍ତ୍ରୀମଣ୍ଡଳରେ ଗାଣ୍ଟଜ୍ ପ୍ରତିରକ୍ଷାମନ୍ତ୍ରୀ ରହିବେ। ସେହିପରି ତାଙ୍କ ପ୍ରିୟ ମିତ୍ର ତଥା ଅବସରପ୍ରାପ୍ତ ସେନାମୁଖ୍ୟ ଗାବୀ ଅସ୍କେନାଜୀ ବିଦେଶମନ୍ତ୍ରୀ ହେବେ ବୋଲି ସୂଚନା ମିଳିଛି ।

ଅନ୍ୟପକ୍ଷରେ ନେତାନ୍ୟହୁ ପୁନର୍ବାର ପ୍ରଧାନମନ୍ତ୍ରୀ ନିଯୁକ୍ତି ପାଇଥିବାରୁ ଭାରତ ବେଶ୍ ଖୁସି ଅଛି । ଭାରତ ସହ ଇସ୍ରାଏଲର ସମ୍ପର୍କ ବେଶ୍ ମଧୁର । ବିଶେଷଭାବରେ ନେତାନ୍ୟହୁ ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମଧ୍ୟରେ ବ୍ୟକ୍ତିଗତ ସମ୍ପର୍କ ମଧ୍ୟ ଖୁବ୍ ଭଲ । ବିଭିନ୍ନ ସମୟରେ ଆନ୍ତର୍ଜାତିକସ୍ତରରେ ଇସ୍ରାଏଲ୍ ଭାରତ ସହ କେବଳ ଠିଆ ହୋଇ ନ ଥାଏ ବରଂ ସମର୍ଥନ ମଧ୍ୟ ଦେଇଥାଏ ।

Hot this week

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

Related Articles

Popular Categories