www.samajalive.in
Friday, December 12, 2025
27.1 C
Bhubaneswar

ମେ’ ୩୧ ପର୍ଯ୍ୟନ୍ତ ଲକଡାଉନ୍ ୪.୦ : ଲାଗୁ ହେବ ଆସନ୍ତାକାଲି ଠାରୁ

ନୂଆଦିଲ୍ଲୀ : ଦେଶରେ କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ଲକଡାଉନର ତୃତୀୟ ପର୍ଯ୍ୟାୟ ଆଜି ଶେଷ ହେଉଛି । ତେବେ ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ ଆସନ୍ତାକାଲି ଅର୍ଥାତ ମେ’ ୧୮ଠାରୁ ଆରମ୍ଭ ହେବ । ସରକାର ଲକଡାଉନ୍ ୪.୦କୁ ମେ’ ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ।

କେନ୍ଦ୍ର ସରକାର ଖୁବ୍ ଶୀଘ୍ର ଲକଡାଉନ୍ ୪.୦ ପାଇଁ ନିର୍ଦ୍ଦେଶାବଳୀ ଜାରି କରିବେ।

- Advertisement -

କେନ୍ଦ୍ର କ୍ୟାବିନେଟ ସଚିବ ରାତି ୯ଟା ବେଳେ ରାଜ୍ୟର ମୁଖ୍ୟ ସଚିବମାନଙ୍କ ସହ ଆଲୋଚନା କରିବେ

ଅନ୍ୟପକ୍ଷରେ ଲକଡାଉନର ପରବର୍ତ୍ତୀ ପର୍ଯ୍ୟାୟରେ କେନ୍ଦ୍ର କ୍ୟାବିନେଟ ସଚିବ ରାଜୀବ ଗୌବା ଶନିବାର ରାତି୯ଟାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମସ୍ତ ରାଜ୍ୟର ମୁଖ୍ୟ ସଚିବଙ୍କ ସହ ଆଲୋଚନା କରିବେ। ଏହି ଆଲୋଚନା ପରେ, ଲକଡାଉନ୍ ଚତୁର୍ଥ ପର୍ଯ୍ୟାୟ ସମ୍ବନ୍ଧୀୟ ନିର୍ଦ୍ଦେଶାବଳୀ ଘୋଷଣା କରାଯାଇପାରେ ।

ସୂଚନା ଯୋଗ୍ୟ, ଦେଶରେ ମାର୍ଚ୍ଚ ୨୫ରୁ ଲକଡାଉନ୍ ଆରମ୍ଭ ହୋଇଥିଲା । ଏହି କାରଣରୁ, ସାଧାରଣ ଜୀବନ ସହିତ ସମସ୍ତ ଅର୍ଥନୈତିକ କାର୍ଯ୍ୟକଳାପର ବନ୍ଦ ହୋଇଯାଇଥିଲା । ତେବେ ତୃତୀୟ ପର୍ଯ୍ୟାୟରେ କିଛି କୋହଳ କରାଯାଇଥିଲା । କିନ୍ତୁ ଚତୁର୍ଥ ପର୍ଯ୍ୟାୟରେ ଆହୁରି କିଛି କୋହଳ ମିଳିବ ବୋଲି ଆଶା କରାଯାଉଛି ।

ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶକୁ ଦେଇଥିବା ସମ୍ବୋଧନରେ ଏହା ମଧ୍ୟ ସ୍ପଷ୍ଟ କରିଥିଲେ ଯେ ତାଲାବନ୍ଦ ଚତୁର୍ଥ ପର୍ଯ୍ୟାୟ ସମ୍ପୂର୍ଣ୍ଣ ନୂଆ ରୂପରେ ହେବ। ଆଉ କିଛି ସମୟ ମଧ୍ୟରେ ଏହା ସ୍ପଷ୍ଟ ହେଇଯିବ। ଅନ୍ୟ ପକ୍ଷରେ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏନଡିଏମଏ) ଭାରତ ସରକାର, ରାଜ୍ୟ ସରକାର ଏବଂ ରାଜ୍ୟ କର୍ତ୍ତୃପକ୍ଷଙ୍କୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଲକଡାଉନ୍ ବୃଦ୍ଧି କରିବାକୁ କହିଛି ।

ଆରମ୍ଭ ହୋଇପାରେ ସାଧାରଣ ପରିବହନ ସେବା

ଲକଡାଉନ୍ ୪.୦ରେ ଅନେକ କିଛି କୋହଳ ହୋଇ ପାରେ। ତୃତୀୟ ପର୍ଯ୍ୟାୟରେ ରେଳ ସେବା ଆରମ୍ଭ ହୋଇଥିଲା। ସରକାର ମଧ୍ୟ ଏହି କ୍ଷେତ୍ରରେ କୋହଳ ପ୍ରଦର୍ଶନ କରିପାରନ୍ତି ବୋଲି ବିଶ୍ୱାସ କରାଯାଏ। ଅନ୍ୟପକ୍ଷରେ ଅନେକ ସରକାରୀ ଏବଂ ବେସରକାରୀ କାର୍ଯ୍ୟାଳୟ ଖୋଲିବ, ତା’ପରେ ସେଠାରେ କର୍ମଚାରୀଙ୍କ ଯାତାୟତ ପାଇଁ ପରିବହନ ସେବା ମଧ୍ୟ ଆରମ୍ଭ କରିବାକୁ ପଡ଼ିବ।

Hot this week

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

Related Articles

Popular Categories