www.samajalive.in
Friday, December 12, 2025
26.1 C
Bhubaneswar

ସନ୍ଥକବି ଭୀମ ଭୋଇଙ୍କୁ ଅପମାନ କରିଥିବା ଲେଖକଙ୍କ ବିରୁଦ୍ଧରେ ଏତଲା

ଭୂବନେଶ୍ୱର : ସନ୍ଥ କବି ଭୀମ ଭୋଇ ହେଉଛନ୍ତି ସମଗ୍ର ଓଡିଆ ଜାତି ପାଇଁ ଗର୍ବ ଓ ଗୌରବ । ଦରିଦ୍ର ଏବଂ ଦଳିତ ପରିବାରରରେ ଜନ୍ମିତ ଭୀମ ଭୋଇ ଜନ୍ମରୁ ଅନ୍ଧ ଥିଲେ । ତାଙ୍କୁ ଦିବ୍ୟ ଜ୍ଞାନ ପ୍ରାପ୍ତ ହେଲା ପରେ ସେ ମହିମା ଧର୍ମର ପ୍ରଚାର ପ୍ରସାର କରିଥିଲେ । ଯାହା ଆଜିର ଦିନରେ ଓଡିଶା ରାଜ୍ୟ ସମେତ ଦେଶର ଅନେକ ରାଜ୍ୟରେ ମଧ୍ୟ ଧାର୍ମିକ ମାନ୍ୟତା ପାଇ ସାରିଛି । ମହିମା ଧର୍ମର ଅନୁଗାମୀ ଓ ଉକ୍ତ ସମାଜ ପାଇଁ ଭୀମ ଭୋଇ ହେଉଛନ୍ତି ଭଗବାନ ସଦୃଶ । ମହିମା ଧର୍ମର ପ୍ରଣେତା ଆମ ସମସ୍ତଙ୍କ ମୁକ୍ତି ମାର୍ଗର ପଥ ପ୍ରଦର୍ଶକ ସନ୍ଥ କବି ଭୀମ ଭୋଇଙ୍କର ଦୁଇ ପଦ ବାଣୀ “ମୋ ଜୀବନ ପଛେ ନର୍କେ ପଡିଥାଉ, ଜଗତ ଉଦ୍ଧାର ହେଉ” “Let my life remain inglorious, Let the world achieve salvation” । ସମଗ୍ର ବିଶ୍ୱର କଲ୍ୟାଣ ପାଇଁ ହିଁ ମଣିଷର ଜନ୍ମ, ଏହା ଠାରୁ ଆଉ ଅଧିକ ଉତମ ଜୀବନ ଦର୍ଶନ ହୁଏତ କିଛି ନଥାଇପାରେ। ଯାହାଙ୍କ ଦୁଇ ପଦ ବାଣୀରେ ଭରି ରହିଛି ସବୁଠାରୁ ମହତ ଜୀବନ ଦର୍ଶନ ସେହି ମହାମାନବଙ୍କ ଚରିତ୍ର ସଂହାର କରିବାକୁ ପଛେଇ ନାହାନ୍ତି ଓଡିଶାର ଜଣେ ଲେଖକ  କେଦାର ମିଶ୍ର । ଇଶ୍ୱର ସଦୃଶ ଭୀମ ଭୋଇଙ୍କ ଚରିତ୍ର ଉପରେ ଅତ୍ୟନ୍ତ ଅରୁଚିକର, କୁତ୍ସିତ, ମିଥ୍ୟାରୋପ ଓ ମହିମା ଧର୍ମକୁ ନିଚ୍ଚା ଦେଖାଇବା ପାଇଁ ଶ୍ରୀ ମିଶ୍ର ଘୃଣିତ ପ୍ରୟାସ କରିଛନ୍ତି ବୋଲି କହିବା ସହ ତାଙ୍କ ବିରୁଦ୍ଧରେ ଆଜି ରାଜ୍ୟ ବିଜେପି ଅନୁସୁଚିତ ମୋର୍ଚ୍ଚା ତରଫରୁ ଭୂବନେଶ୍ୱର କ୍ୟାପିଟାଲ ଥାନାରେ ଏଫଆଇଆର ରୁଜୁ କରାଯାଇଛି ।
ଏତଲାରେ ଦର୍ଶାଯାଇଛି ଯେ, ଭୁବନେଶ୍ୱରରେ ରହୁଥିବା ଲେଖକ କେଦାର ମିଶ୍ର ତାଙ୍କର ଲିଖିତ ପୁସ୍ତକ “ଭୀମ ଭୋଇ ଆଣ୍ଡ ହିଜ୍‍ ଫିମେଲ୍‍ କନସର୍ଟସ”ରେ ଭୀମ ଭୋଇଙ୍କର ଅନେକ ମହିଳାଙ୍କ ସହିତ ଖରାପ ସମ୍ପର୍କ ଥିଲା ବୋଲି ଉଲ୍ଲେଖ କରିଛନ୍ତି। ଭୀମ ଭୋଇ ତାଙ୍କ ଯୁବକ ଅବସ୍ଥାରେ ଜଣେ ଲେଡି କିଲର ଥିଲେ ବୋଲି ଶ୍ରୀ ମିଶ୍ର ନିଜ ପୁସ୍ତକରେ ବର୍ଣ୍ଣନା କରିଛନ୍ତି । ଏହା ମହିମା ଧର୍ମର କୋଟି କୋଟି ଶ୍ରଦ୍ଧାଳୁଙ୍କ ସମେତ ସନ୍ଥ ସମାଜ, ଦଳିତ ସମାଜ ଓ ସମଗ୍ର ଓଡିଶା ପାଇଁ ଏହା ଶକ୍ତ ଆଘାତ ଦେବା ସହ ସମସ୍ତଙ୍କୁ ଅପମାନିତ କରିଛି । ବିଶ୍ୱକୁ ଶ୍ରେଷ୍ଠ ମାନବବାଦ ଓ ମହତ୍‍ ଜୀବନ ଦର୍ଶନ ଦେଇଥିବା ଜଣେ ଜନ୍ମାନ୍ଧ ସନ୍ଥଙ୍କ ପ୍ରତି ଏପରି ଅରୁଚିକର ଲେଖା ଆଦୌ ଗ୍ରହଣୀୟ ନୁହେଁ । ଏହା ଭାରତୀୟ ସଂସ୍କୃତି ଓ ହିନ୍ଦୁ ଧର୍ମକୁ ନିନ୍ଦିତ କରିବା ପାଇଁ ଅପଚେଷ୍ଟା କରାଯାଇଛି । ଶ୍ରୀ ମିଶ୍ରଙ୍କ ସହିତ ସେହି ଲେଖାଟିରେ ଆଉ ଜଣେ ଜର୍ମାନୀ ଦେଶର ଲେଖକ ମଧ୍ୟ ସହଲେଖକ ଭାବରେ ଅଛନ୍ତି । ଦେଶ ବିରୋଧୀ ଶକ୍ତିର ହାତବାହିସୀ ହୋଇ ଭାରତୀୟ ସଂସ୍କୃତି, ହିନ୍ଦୁ ମାନଙ୍କର ଉପାସ୍ୟ, ଇତିହାସ, ପରମ୍ପରା ଓ ସନ୍ଥ ସମାଜକୁ ନିଚ୍ଚା ଦେଖାଇବାର ଏହା ଷଡଯନ୍ତ୍ର ଅଟେ ।
ଶ୍ରୀ ମିଶ୍ରଙ୍କ ଏହି ଆପତିଜନକ ଲେଖାକୁ ତୁରନ୍ତ ନିଷିଦ୍ଧ ଘୋଷଣା କରାଯାଉ। ସମସ୍ତ ଷଡଯନ୍ତ୍ର ଏବଂ ମନ୍ଦ ଉଦ୍ଦେଶ୍ୟରେ ହୋଇଥିବା ଲେଖାଟିର ଉପଯୁକ୍ତ ତଦନ୍ତ କରାଯାଉ । ଶ୍ରୀ ମିଶ୍ର ଏବଂ ତାଙ୍କ ସହ ଜର୍ମାନୀ ଲେଖକଙ୍କ ବିରୁଦ୍ଧରେ ଭାରତୀୟ ଦଣ୍ଡବିଧି ଆଇନ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଏତଲା ଜରିଆରେ ଦାବୀ କରାଯାଇଛି ।
ଏହି ପ୍ରତିନିଧି ଦଳରେ ରାଜ୍ୟ ସଂପାଦକ ଦିଲୀପ ମଲ୍ଲିକ, ବିଜେପି ଅନୁସୁଚିତ ମୋର୍ଚ୍ଚା ରାଜ୍ୟ ସଭାପତି ସୁଶାନ୍ତ ମଲ୍ଲିକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଧ୍ୟାପକ ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, ଅଶୋକ ସେଠୀ ପ୍ରମୁଖ ସାମିଲ ଥିଲେ।

Hot this week

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

Related Articles

Popular Categories