www.samajalive.in
Friday, December 12, 2025
19.1 C
Bhubaneswar

ମୋଦୀ ସରକାରଙ୍କ ଦୂରଦୃଷ୍ଟିସମ୍ପନ୍ନ ପଦକ୍ଷେପ, ସଂକଟକୁ ସୁଯୋଗରେ ପରିଣତ କରିବ : ଧର୍ମେନ୍ଦ୍ର ପ୍ରଧାନ

• ସ୍ୱାସ୍ଥ୍ୟ ବିଭାଗ ପାଇଁ ୧୫ ହଜାର କୋଟି ପ୍ରତିଶ୍ରୁତି ସୁସ୍ଥ ଭାରତ ଗଠନ ଦିଗରେ ସହାୟକ ହେବ
• ମନରେଗାରେ ଅତିରିକ୍ତ ୪୦ ହଜାର କୋଟି ପ୍ରବାସୀ ଶ୍ରମିକଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିବ
• ପ୍ରଥମରୁ ଦ୍ୱାଦଶ ଛାତ୍ରଛାତ୍ରୀଙ୍କୁ ଅନଲାଇନରେ ଶିକ୍ଷା ଦେବା ନିମନ୍ତେ ପିଏମ ଇ-ବିଦ୍ୟା କାର୍ଯ୍ୟକ୍ରମର ଘୋଷଣା ପ୍ରଶଂସନୀୟ
• କରୋନାର ମୁକାବିଲାରେ ସକ୍ରିୟ ପଦକ୍ଷେପ ପାଇଁ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଧନ୍ୟବାଦ

ନୂଆଦିଲ୍ଲୀ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା ଦେଶର ସବୁ ବର୍ଗର ଲୋକଙ୍କ ଜୀବନ ଉପରେ ସୁପ୍ରଭାବ ପକାଇବ ଏବଂ ସେମାନଙ୍କୁ ଆତ୍ମନିର୍ଭର କରିବା ଦିଗରେ ଅଗ୍ରସର କରାଇବ ବୋଲି  କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାସ୍ପ ଏବଂ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ସେହିପରି ମୋଦୀ ସରକାରଙ୍କ ଦୂରଦୃଷ୍ଟି ସମ୍ପନ୍ନ ପଦକ୍ଷେପ ସଂକଟକୁ ସୁଯୋଗରେ ପରିଣତ କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
ଶ୍ରୀ ପ୍ରଧାନ କହିଛନ୍ତି ଯେ କେନ୍ଦ୍ର ଅର୍ଥମନ୍ତ୍ରୀ ଅନ୍ତିମ ପ୍ୟାକେଜ ଘୋଷଣାରେ କୋଭିଡ-୧୯ ତଥା ସ୍ୱାସ୍ଥ୍ୟ ସମ୍ପର୍କିତ ପଦକ୍ଷେପ ନିମନ୍ତେ ୧୫ ହଜାର କୋଟି ଟଙ୍କା ଘୋଷଣା କରିଛନ୍ତି । ପୂର୍ବରୁ ଏହା ଅନ୍ତଭୃକ୍ତ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ସ୍ୱାସ୍ଥ୍ୟ କର୍ମୀଙ୍କ ପାଇଁ ୫୦ ଲକ୍ଷ ଲେଖାଏଁ ଟଙ୍କା ବୀମା ଘୋଷଣା କରାଯାଇଛି। ଲୋକଙ୍କ ସ୍ୱାସ୍ଥ୍ୟ, ତୃଣମୂଳ ସ୍ତରରେ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ଗୁଡିକରେ ପୁଞ୍ଜିନିବେଶ କରାଯିବା ନେଇ ନିଷ୍ପତି ନିଆଯାଇଛି । ସେହିପରି ସଂକ୍ରାମକ ରୋଗ ପାଇଁ ପ୍ରତି ଜିଲ୍ଲାରେ ହସ୍ପିଟାଲର ଏକ ବ୍ଲକ ପ୍ରତିଷ୍ଠା ହେବା ନେଇ ନିଷ୍ପତି ନିଆଯାଇଛି । ଏହି ପଦକ୍ଷେପ ସ୍ୱାସ୍ଥ୍ୟ ଭିତିଭୂମିକୁ ସୁଦୃଢ କରିବା ସହ ସୁସ୍ଥ ଭାରତ ଗଠନ ଦିଗରେ ସହାୟକ ହେବ ଏବଂ ଭବିଷ୍ୟତ ମହାମାରୀକୁ ମୁକାବିଲା ପାଇଁ ସହାୟତା ପ୍ରଦାନ କରିବ । ଶ୍ରୀ ପ୍ରଧାନ କହିଛନ୍ତି ଯେ ରବିବାର ମନରେଗାରେ ଅତିରିକ୍ତ ୪୦ ହଜାର କୋଟି ଟଙ୍କାର ଅନୁଦାନ ଘୋଷଣା ପ୍ରବାସୀ ଶ୍ରମିକଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିବ। ଏହି ଯୋଜନାରେ ସେମାନେ ସ୍ଥାନୀୟ ଅଞ୍ଚଳରେ କାମ କରିପାରିବେ ଏବଂ ସ୍ଥାନୀୟ ଅର୍ଥନୀତିରେ ମଧ୍ୟ ଅଭିବୃଦ୍ଧି ଘଟିବ । ଅପରପକ୍ଷରେ ଆଜିର ଘୋଷଣା ଏମଏସଏମଇ କ୍ଷେତ୍ରକୁ ମଜବୁତ୍‍ କରିବ ଏବଂ ବ୍ୟବସାୟ ସୁଗମତାକୁ ସହଜ କରିବ । ଅପରପକ୍ଷରେ ପ୍ରଥମରୁ ଦ୍ୱାଦଶ ଛାତ୍ରଛାତ୍ରୀଙ୍କୁ ଅନଲାଇନରେ ପିଲାଙ୍କ ଶିକ୍ଷା ପାଇଁ ପିଏମ ଇ-ବିଦ୍ୟା କାର୍ଯ୍ୟକ୍ରମର ଘୋଷଣା ପ୍ରଶଂସନୀୟ । ଏହା ଦ୍ୱାରା ସେମାନେ ଗୋଟିଏ ଟିଭି ଚ୍ୟାନେଲ ଜରିଆରେ ପାଠ ପଢିପାରିବେ।
ନିକଟରେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଦ୍ୱାରା କରାଯାଇଥିବା ଘୋଷଣା ଦେଶରେ ବ୍ୟବସାୟରେ ଥିବା ପ୍ରତିବନ୍ଧକ ସମସ୍ୟାକୁ ସମାଧାନ କରିବ, ଏମଏସଏମଇ କ୍ଷେତ୍ରକୁ ମଜବୁତ୍‍ କରିବ, ଉଦ୍ୟୋଗୀ ଓ ଚାଷୀ ଓ ଶ୍ରମିକ ମାନଙ୍କୁ ସଶକ୍ତ କରିବ, ଦେଶରେ ଅର୍ଥନୈତିକ ଅଭିବୃଦ୍ଧି ଓ ନିଯୁକ୍ତି ବଢିବ। ମୋଟ ଉପରେ ଏହି ୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଦେଶରେ କରୋନା ମହାମାରୀ ଏବଂ ପରବର୍ତୀ ସମୟର ପ୍ରଭାବକୁ ହ୍ରାସ କରିବାରେ ସହାୟକ ହେବ । କରୋନା ଆହ୍ୱାନର ମୁକାବିଲା କରିବା ପାଇଁ ସକ୍ରିୟ ପଦକ୍ଷେପ ନେଇଥିବାରୁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଭୂମି, ଶ୍ରମ, ଲିକ୍ୱିଡିଟି ଏବଂ ଆଇନ ଉପରେ ଆର୍ଥିକ ପ୍ୟାକେଜ ଏହି ସଂକଟକୁ ସୁଯୋଗରେ ପରିଣତ କରିବାରେ ସାହାଯ୍ୟ କରିବ ଏବଂ ଭାରତକୁ ଆତ୍ମନିର୍ଭର କରିବ ବୋଲି ସେ କହିଛନ୍ତି।

Hot this week

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

Related Articles

Popular Categories