www.samajalive.in
Friday, December 12, 2025
19.1 C
Bhubaneswar

ପୁଣି ମାତିଲେଣି ମାଓବାଦୀ: ପୁଲିସ ସହ ଗୁଳିବିନିମୟ ବେଳେ ଏରିଆ କମାଣ୍ଡର ମୃତ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲାରେ ଦୀର୍ଘବ୍ୟବଧାନ ପରେ ପୁଣିଥରେ ମାଓ କାର୍ଯ୍ୟକଳାପ ବୃଦ୍ଧି ପାଇଛି । ୩ ଦିନ ତଳେ ଜଣେ ପୂର୍ବତନ ସରପଞ୍ଚଙ୍କୁ ମାଓବାଦୀ ଅପହରଣ କରି ୩ ଲକ୍ଷ ଟଙ୍କା ଦାବି କରିବା ଘଟଣା ଆଲୋଡ଼ନ ସୃଷ୍ଟି କରିଥିଲା । ଏବେ ପୁନର୍ବାର ମାଓବାଦୀମାନେ ପୁଲିସ ସହ ମୁହାଁମୁହିଁ ହୋଇଛନ୍ତି । ଏଥିରେ ଜଣେ ମାଓବାଦୀ ମୃତ୍ୟୁବରଣ କରିଥିବା ବେଳେ ପୁଲିସ ୨ ଯୁବତୀଙ୍କ ସହ ୫ ଜଣଙ୍କୁ ଗିରଫ କରିଛି ।

ସୂଚନା ଅନୁସାରେ ଝାରଖଣ୍ଡ-ଓଡ଼ିଶା ସୀମାନ୍ତବର୍ତୀ ଜୁନାଡ଼ିହି ଜଙ୍ଗଲରେ ପୁଲିସ ଓ ପିଏଲଏଫଆଇ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ପିଏଲ୍ଏଫଆଇର ସଦସ୍ୟ କୁହାଯାଉଥିବା ‘ପଣ୍ଡିତ’ ପ୍ରାଣ ହରାଇଛି । ପଣ୍ଡିତ ସୀମଡ଼େଗା ଏରିଆ କମାଣ୍ଡର ଥିଲା । ସେହିପରି ଆଉଜଣେ ଆହତ ସଦସ୍ୟ ପ୍ରବୀଣ ପାଣ୍ଡୁଲାନାକୁ ଚିକିତ୍ସା ଲାଗି ଡ଼ାକ୍ତରଖାନାରେ ଭର୍ତି କରାଯାଇଛି । କମ୍ବିଂ ବେଳେ ସେମାନଙ୍କଠାରୁ ଗୋଟିଏ ଏକେ-୪୭, ବହୁ ଗୁଳି, ପିଏଲଏଫଆଇ ପ୍ରଚାରପତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି । ସୀମଡ଼େଗା ପୁଲିସ ଅଧୀକ୍ଷକ ସଞ୍ଜୀବ କୁମାରଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ରବିବାର  ଝାରଖଣ୍ଡର ସୀମଡେଗା ଜିଲ୍ଲା ଅନ୍ତର୍ଗତ ଜଲଡେଗା ଥାନାର ଜୁନାଡିହି ଗାଁ ଜଙ୍ଗଲରେ ପିଏଲଏଫଆଇର ସୀମଡେଗା ରେଞ୍ଜ ଓ ବାନୋ ରେଞ୍ଜ ସଦସ୍ୟ ଓ ଏରିଆ କମାଣ୍ଡର ଏକାଠି ହୋଇଥିବା ଖବର ମିଳିଥିଲା । ତୁରନ୍ତ ଉକ୍ତ ସ୍ଥାନକୁ ସିଆରପିଏଫ୍ ପଠାଯାଇଥିଲା । ଯବାନମାନଙ୍କୁ ଦେଖି ମାଓବାଦୀମାନେ ଗୁଳି ଚଳାଇଥିଲେ । ଏହାପରେ ପୁଲିସ ପକ୍ଷରୁ ପାଲଟା ଗୁଳିଚାଳନା କରାଯାଇଥିଲା । 

Hot this week

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

Related Articles

Popular Categories