www.samajalive.in
Saturday, December 6, 2025
16.1 C
Bhubaneswar

ନବମ ଓ ଏକାଦଶ ଶ୍ରେଣୀ ଉତ୍ତୀର୍ଣ୍ଣ ପାଇଁ ୟୁନିଟ୍‌ ଟେଷ୍ଟ ଯଥେଷ୍ଟ

ଭୁବନେଶ୍ବର: କୋଭିଡ୍‌-୧୯ ଅସାଧାରଣ ପରିସ୍ଥିତିରେ କ୍ଲାସ୍‌ ବନ୍ଦ ରହିବା ଯୋଗୁଁ ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନସ୍ଥ ସମସ୍ତ ସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକରେ ୨୦୧୯-୨୦ ଶିକ୍ଷାବର୍ଷରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ୁଥିବା ବିଦ୍ୟାର୍ଥୀମାନଙ୍କୁ ପରବର୍ତ୍ତୀ ଶ୍ରେଣୀକୁ ଉତ୍ତୀର୍ଣ୍ଣ କରାଯାଇଛି ବୋଲି ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଯେଉଁ ବିଦ୍ୟାଳୟଗୁଡ଼ିକରେ ନବମ ଶ୍ରେଣୀର କେତେକ ବିଷୟରେ ବାର୍ଷିକ ପରୀକ୍ଷା ଶେଷ ହୋଇଯାଇଛି, ସେ କ୍ଷେତ୍ରରେ ଛାତ୍ରଛାତ୍ରୀମାନେ ପରୀକ୍ଷାରେ ରଖିଥିବା ନମ୍ବର, ଯେଉଁ ବିଷୟରେ ପରୀକ୍ଷା ହୋଇନାହିଁ, ସେ କ୍ଷେତ୍ରରେ ଷାଣ୍ମାସିକ ପରୀକ୍ଷାରେ ରଖିଥିବା ନମ୍ବରକୁ ବିଚାରକୁ ନେଇ ସେମାନଙ୍କୁ ଦଶମ ଶ୍ରେଣୀକୁ ଉତ୍ତୀର୍ଣ୍ଣ କରାଯିବ।

ଯେଉଁ ଛାତ୍ରଛାତ୍ରୀମାନେ କୌଣସି ଯଥାର୍ଥ କାରଣ ବଶତଃ ଷାଣ୍ମାସିକ ପରୀକ୍ଷା ଦେଇପାରି ନାହାନ୍ତି ସେ କ୍ଷେତ୍ରରେ ସେମାନେ ସେହି ବର୍ଷ ପୂର୍ବରୁ ଦେଇଥିବା ୟୁନିଟ୍‌ ଟେଷ୍ଟ ପରୀକ୍ଷାର ନମ୍ବରକୁ ବିଚାରକୁ ନେଇ ଦଶମ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହେବେ। ବିଦ୍ୟାଳୟ ଛୁଟି ଖୋଲିବା ପରେ ନବମରୁ ଦଶମ ଶ୍ରେଣୀ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ୟୁନିଟ୍‌ ଟେଷ୍ଟ ଦେବାକୁ ପଡ଼ିବ। ସେହିପରି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସହ ଅନୁବନ୍ଧିତ ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏକାଦଶ ଶ୍ରେଣୀରେ ଦେଇଥିବା ଷାଣ୍ମାସିକ ପରୀକ୍ଷା ବା ୟୁନିଟ୍‌ ଟେଷ୍ଟର ନମ୍ବରକୁ ବିଚାରକୁ ନିଆଯାଇ ଦ୍ୱାଦଶ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହେବେ । ଯଦି କୌଣସି କାରଣରୁ ଛାତ୍ର ବା ଛାତ୍ରୀ ଷାଣ୍ମାସିକ ବା କୌଣସି ଗୋଟିଏ ବି ୟୁନିଟ୍‌ ପରୀକ୍ଷା ସେହି ବର୍ଷ ମଧ୍ୟରେ ଦେଇପାରିନାହାନ୍ତି, ସେ କ୍ଷେତ୍ରରେ ବିଦ୍ୟାଳୟ ଖୋଲିଲେ ସେମାନେ ଦ୍ୱାଦଶ ଶ୍ରେଣୀ ଉତ୍ତୀର୍ଣ୍ଣ ପାଇଁ ୟୁନିଟ୍‌ ଟେଷ୍ଟ ଦେବାକୁ ସୁଯୋଗ ଦିଆଯିବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଏବଂ ସୂଚନା ଓ ଲୋକସଂପର୍କ ବିଭାଗର କମିଶନର ତଥା ଶାସନ ସଚିବ ସଞ୍ଜୟ କୁମାର ସିଂ ସୂଚନା ଦେଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories