www.samajalive.in
Monday, December 15, 2025
16.1 C
Bhubaneswar

ଥାଇଲାଣ୍ଡରେ ଲକ୍‌-ଡାଉନ୍‌‌ରେ ବ୍ୟବସାୟ

ବିଶ୍ବର ପ୍ରମୁଖ ରାଷ୍ଟ୍ର ଏଇ କରୋନା ଭାଇରସ୍‌ କାରଣରୁ ପ୍ରଭାବିତ ହୋଇଛନ୍ତି। ଆର୍ଥିକ ସ୍ଥିତି ଦୋହଲିବା କାରଣରୁ କେତୋଟି ରାଷ୍ଟ୍ର ଲକ୍‌-ଡାଉନ୍ ସମୟରେ ବ୍ୟବସାୟରେ କୋହଳ ନୀତି କରିଥିବାର ପ୍ରକାଶ। ତନ୍ମଧ୍ୟରୁ ଥାଇଲାଣ୍ଡ ଅନ୍ୟତମ। ପର୍ଯ୍ୟଟନ ଉପରେ ସମ୍ପୂର୍ଣ୍ଣ ନିର୍ଭର କରି ରହୁଥିବା ଏହି ରାଷ୍ଟ୍ରରେ ଏବେ ପର୍ଯ୍ୟଟକଙ୍କ ସଂଖ୍ୟା ଶୂନ୍। ଆଗାମୀ କିଛି ମାସ ପର୍ଯ୍ୟନ୍ତ ଏଭଳି ସ୍ଥିତି ରହିପାରେ ବୋଲି ଅନୁମାନ କରାଯାଉଛି। ଏପରିସ୍ଥଳେ ସ୍ଥାନୀୟ ଲୋକଙ୍କ ଆର୍ଥିକ ଅସୁବିଧାକୁ ପ୍ରଶାସନ ହୃଦୟଙ୍ଗମ କରିପାରିଛନ୍ତି। ଏଣୁ ସମସ୍ତ ରାସ୍ତା କଡ଼ ଖାଦ୍ୟ ଦୋକାନକୁ ଖୋଲିବାର ଅନୁମତି ମିଳିଛି। ବ୍ୟାଙ୍କକ୍‌ରେ ଲୋକେ ସାମଜିକ ଦୂରତା ରଖି ରାସ୍ତାକଡ଼ରେ ଖାଇପାରିବେ। ବ୍ୟବସାୟୀମାନେ ମଧ୍ୟ ଏଥିନିମନ୍ତେ ସତର୍କତା ଅବଲମ୍ବନ କରୁଛନ୍ତି। ସେମାନେ ଗୋଟିଏ ଟେବୁଲର ମଝିରେ ପ୍ଲାଷ୍ଟିକ୍ ପରଦା ଟାଙ୍ଗି ୨ଜଣ ଗ୍ରାହକଙ୍କୁ ବସିବାର ସୁବିଧା ଉପଲବ୍ଧ କରାଉଥିବାର ଦେଖାଯାଇଛି। ସ୍ଥାନୀୟ ଅଞ୍ଚଳର ଜନୈକ ରେସ୍ତୋରାଁ ପରିଚାଳକ କହିଛନ୍ତି, ପରିସ୍ଥିତି ଆଗାମୀ ଦିନରେ ଅଧିକ ଜଟିଳ ହେବ। କାରଣ ପର୍ଯ୍ୟଟକଙ୍କ କାରଣରୁ ହିଁ ସେମାନଙ୍କ ଆୟ ଦ୍ବିଗୁଣିତ ହେଉଥିଲା। କରୋନା ଭୟରେ ଚଳିତଥର ପର୍ଯ୍ୟଟକ ଆସିବେ କି ନାହିଁ, ତାହା କହିହେଉନାହିଁ ବୋଲି ଅଧିକାଂଶ ଚିନ୍ତାରେ ଅଛନ୍ତି।

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories