ପ୍ୟାରିସ୍ : ଆଫ୍ରିକାର ୨୦୦ନିୟୁତ ଜନତା କରୋନା ସଂକ୍ରମିତ ହେବେ ଓ ଦେଢ଼ ଲକ୍ଷରୁ ଅଧିକ ଲୋକଙ୍କ ପ୍ରାଣହାନି ଘଟିବ। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ ଏପରି ଭବିଷ୍ୟବାଣୀ କରାଯାଇଛି। ଶୁକ୍ରବାର ଉନ୍ମୋଚିତ ବିଏମ୍ଜେ ଗ୍ଲୋବାଲ ହେଲ୍ଥ ରିପୋର୍ଟକୁ ଉଦ୍ଧାର କରି ହୁ ପକ୍ଷରୁ କୁହାଯାଇଛି ଯେ ୟୁରୋପ ଓ ଆମେରିକାରେ କ୍ରମଶଃ ସଂକ୍ରମଣ ହ୍ରାସ ପାଇବ; କିନ୍ତୁ ବିପଦ ଜାରି ରହିବ। ଆଫ୍ରିକୀୟ ରାଷ୍ଟ୍ରରେ ଏହା ଅଧିକ ଭୟଙ୍କର ରୂପ ନେବ। ସମସ୍ତ ପ୍ରତିକାର ବିଧାନ ସତ୍ତ୍ବେ ଆଫ୍ରିକା ମହାଦେଶର ୪୭ଟି ଦେଶରେ ଏହା ବୃଦ୍ଧି ପାଇବ। ଇଜିପ୍ଟ, ଲିବ୍ୟା, ଜିବୋତି, ମରୋକ୍କେ, ସୋମାଲିଆ, ସୁଦାନ, ଟ୍ୟୁନିସିଆ ଆଦି ଦେଶ ସର୍ବାଧିକ ପ୍ରଭାବିତ ହେବ। ଏହି ଅଞ୍ଚଳର ମୋଟ ଜନସଂଖ୍ୟାର ୨୨ପ୍ରତିଶତ; ଅର୍ଥାତ୍ ୨୩୧ ନିୟୁତ ଜନତା ସଂକ୍ରମିତ ହେବା ଆଶଙ୍କା ରହିଛି। ସେମାନଙ୍କ ମଧ୍ୟରୁ ପ୍ରାୟ ୫ ନିୟୁତ ଡାକ୍ତରଖାନାରେ ଭର୍ତ୍ତି ହେବେ। ବର୍ଷକ ପର୍ଯ୍ୟନ୍ତ ଏହି ରାଷ୍ଟ୍ରଗୁଡ଼ିକରେ ସଂକ୍ରମଣର ପ୍ରଭାବ ରହିବ ବୋଲି ହୁ ପକ୍ଷରୁ କୁହାଯାଇଛି।
Popular Categories



