www.samajalive.in
Saturday, December 13, 2025
15.1 C
Bhubaneswar

ଜିନ୍‌ପିଙ୍ଗଙ୍କ ସହ କଥା ହେବାକୁ ଆଗ୍ରହ ନାହିଁ: ଟ୍ରମ୍ପ

ୱାଶିଂଟନ୍ : କରୋନା ସଂକ୍ରମଣ ପାଇଁ ଚୀନ୍‌କୁ ଉତ୍ତରଦାୟୀ କରିବା ଉଦ୍ଦେଶ୍ୟରେ ଆମେରିକା ପକ୍ଷରୁ ୧୮ଦଫା ଯୋଜନା ପ୍ରସ୍ତୁତ କରାଯାଇଛି। ବରିଷ୍ଠ ସିନେଟ ସଦସ୍ୟ ଥମ୍‌ ଟିଲିସ୍‌ଙ୍କ ଦ୍ବାରା ପ୍ରସ୍ତୁତ ଏହି ଯୋଜନାକୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର ଉନ୍ମୋଚନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ସେ ଚୀନ୍‌ ସହିତ କୌଣସି ସମ୍ପର୍କ ରଖିବାକୁ ଚାହୁଁ ନ ଥିବା ଏବଂ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ଙ୍କ ସହିତ କଥାବାର୍ତ୍ତା କରିବାକୁ ମଧ୍ୟ ଆଗ୍ରହୀ ନ ଥିବା କହିଛନ୍ତି। ଜିନ୍‌ପିଙ୍ଗ୍‌ଙ୍କ ସହିତ ଭଲ ସମ୍ପର୍କ ଥିବା ସବୁବେଳେ ଟ୍ରମ୍ପ କହୁଥିଲେ ମଧ୍ୟ କରୋନା ଯୋଗୁଁ ସେ ତାଙ୍କ ପ୍ରତି ବୀତସ୍ପୃହ ହୋଇପଡ଼ିଥିବା ସୂଚନା ଦେଇଛନ୍ତି।
ସୂଚନାନୁଯାୟୀ, କରୋନା ସମ୍ପର୍କରେ ମିଛ କହିବା, ଏହାକୁ ଚପାଇଦେବା ଉଦ୍ୟମ କରିବା ଯୋଗୁଁ ଚୀନ୍‌ ସହିତ ସମସ୍ତ ସମ୍ପର୍କ ତୁଟାଇବା ସହ ଭାରତ, ଭିଏତନାମ ଓ ତାଇୱାନ୍‌ ସହିତ ପ୍ରତିରକ୍ଷା ସମ୍ପର୍କ ସୁଦୃଢ଼ କରାଯିବା ଏହି ଯୋଜନାର ଅଂଶବିଶେଷ ରହିଛି। ଚୀନ୍‌ରୁ ସମସ୍ତ ନିର୍ମାଣ କମ୍ପାନୀଙ୍କୁ ପ୍ରତ୍ୟାହାର କରିଆଣିବା ମଧ୍ୟ ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ଅଂଶ ବୋଲି ଆମେରିକାର ବରିଷ୍ଠ ସିନେଟ ସଦସ୍ୟ ଥମ୍‌ ଟିଲିସ୍‌ ଶୁକ୍ରବାର ଏହି ସୂଚନା ଦେଇଛନ୍ତି। ଚୀନ୍‌ ଏହି ଭୂତାଣୁ ମାଧ୍ୟମରେ ସାରା ବିଶ୍ବରକୁ ଅର୍ଥନୈତିକ ଓ ସାମାଜିକ ଦୃଷ୍ଟିରୁ ଅକଳରେ ପକାଇଥିବାରୁ ତା’ ବିରୋଧରେ କାର୍ଯ୍ୟାନୁଷ୍ଠାନ ଜରୁରୀ ବୋଲି ସେ କହିଛନ୍ତି। ଏହି ପରିପ୍ରେକ୍ଷୀରେ ଏକ ପ୍ରଶାନ୍ତ ମହାସାଗରୀୟ ପ୍ରତିରକ୍ଷା ଗୋଷ୍ଠୀ ଗଠନ ସହ ଏହାକୁ ୨୦ବିଲିୟନ ଡଲାର ପାଣ୍ଠି ଯୋଗାଣକୁ ଅନୁମୋଦନ ପାଇଁ ପ୍ରସ୍ତାବ ରହିଛି। ଜାପାନ ଓ ଦକ୍ଷିଣ କୋରିଆକୁ ସାମରିକ ସହାୟତା ଯୋଗାଇଦେବାକୁ ଏବଂ ଚୀନ୍‌ ବୈଷୟିକ ଜ୍ଞାନକୌଶଳର ବ୍ୟବହାର ଉପରେ ନିଷେଧାଦେଶ ଲାଗୁ କରିବା ପାଇଁ ମଧ୍ୟ ଯୋଜନା ରହିଛି। ବେଜିଂରେ ହେବାକୁ ଥିବା ୨୦୨୨ ଶୀତକାଳୀନ ଅଲିମ୍ପିକ୍ସରୁ ଓହରିଯିବା ପାଇଁ ଥମ୍‌ ଟ୍ରମ୍ପ ପ୍ରଶାସନକୁ ନିବେଦନ କରିଛନ୍ତି। ଚୀନ୍‌ ସାମଗ୍ରୀ ଯୋଗାଣ ବ୍ୟବସ୍ଥା ଉପରେ ତଦନ୍ତ କରିବାକୁ ଏଥିରେ ପ୍ରସ୍ତାବ ରହିଛି। ଏତଦ୍‌ବ୍ୟତୀତ ଭୂତାଣୁର ସୃଷ୍ଟି, ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଭୂମିକା ଇତ୍ୟାଦିର ତଦନ୍ତ ରିପୋର୍ଟ ସାର୍ବଜନୀନ କରିବାକୁ ଥମ୍‌ ପ୍ରସ୍ତାବ ଦେଇଛନ୍ତି। ଏହି ପ୍ରସ୍ତାବକୁ ବହୁ କଂଗ୍ରେସ ସଦସ୍ୟ ସମର୍ଥନ କରିଛନ୍ତି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories