ମନୋସ୍କାମନା ପୂର୍ଣ୍ଣ କରିବାକୁ ଚାହୁଁଛନ୍ତି କି, କରନ୍ତୁ ଏହି ବ୍ରତ
ଜ୍ୟେଷ୍ଠ ମାସ ଶୁକ୍ଲ ପକ୍ଷର ଏକାଦଶୀକୁ ନିର୍ଜଳା ଏକାଦଶୀ କୁହାଯାଏ। ନିର୍ଜଳା ଏକାଦଶୀ ଚଳିତ ବର୍ଷ ଜୁନ ମାସ ୨୪ତାରିଖ ରବିବାର ଦିନ ପାଳନ କରାଯିବ। ମହାଭାରତ ଅନୁସାରେ ଏହି ଏକାଦଶୀ ଦିନ ବ୍ରତ କରିବା ଦ୍ୱାରା ଏହାର ସୁଫଳ ବର୍ଷସାରା ମିଳିଥାଏ। ସେଥିପାଇଁ ଏହି ଏକାଦଶୀର ବିଶେଷ ମହତ୍ତ୍ୱ ରହିଛି।
ନିର୍ଜଳା ଏକାଦଶୀରେ ବ୍ରତ କରିବାର ଲାଭ:
ଧନ ପ୍ରାପ୍ତି କରିବାକୁ ଚାହୁଁଥିଲେ ନିର୍ଜଳା ଏକାଦଶୀ ଦିନ ଭଗବାନ ବିଷ୍ଣୁଙ୍କ ସହ ମା ଲକ୍ଷ୍ମୀଙ୍କର ପୂଜା କରନ୍ତୁ।
ଶୁଦ୍ଧ କ୍ଷୀରରେ ଭଗବାନ ବିଷ୍ଣୁଙ୍କର ଅଭିଷେକ କରନ୍ତୁ।
ଏକାଦଶୀ ଦିନ ଦକ୍ଷିଣାବର୍ତ୍ତୀ ଶଙ୍ଖରେ ଗଙ୍ଗାଜଳ ଭର୍ତ୍ତି କରି ଭଗବାନ ବିଷ୍ଣୁଙ୍କୁ ଅଭିଷେକ କରନ୍ତୁ।
ଏକାଦଶୀ ଦିନ ସନ୍ଧ୍ୟା ସମୟରେ ତୁଳସୀ ଗଛ ସାମନାରେ ଗୁଆଘିଅରେ ଦୀପ ଜଳାନ୍ତୁ।
ଓସ୍ତ ଗଛ ଭଗବାନ ବିଷ୍ଣୁ ବାସ କରନ୍ତି ବୋଲି କୁହାଯାଇଥାଏ ତେଣୁ ଏକାଦଶୀ ଦିନ ଓସ୍ତ ଗଛରେ ପାଣି ଢାଳନ୍ତୁ।
ଏକାଦଶୀ ଦିନ ଭଗବାନ ବିଷ୍ଣୁଙ୍କୁ ପିତ ବସ୍ତ୍ର ଧାରଣ କରାନ୍ତୁ। ଏହି ଦିନ ତୁଳସୀ ହାର ଅର୍ପଣ କରନ୍ତୁ।
ଏପରି କରିବା ଦ୍ୱାରା ଆପଣଙ୍କର ସମସ୍ତ ମନୋସ୍କାମନା ପୂର୍ଣ୍ଣ ହୋଇଯିବ।