www.samajalive.in
Monday, December 15, 2025
26.1 C
Bhubaneswar

ବଢ଼ିଲା ୧୦ % ମହଙ୍ଗାଭତ୍ତା

ଭୁବନେଶ୍ବର : ରାଜ୍ୟ ସରକାର ଓଆରଏସପି (ଓଡ଼ିଶା ରିଭାଇଜଡ ସ୍କେଲ ଅଫ ପେ)ନିୟମ ୨୦୦୮ ଅନୁଯାୟୀ ଦରମା ପାଉଥିବା କର୍ମଚାରୀଙ୍କ ମହଙ୍ଗା ଭତ୍ତା ୧୦ ପ୍ରତିଶତ ବୃଦ୍ଧି କରିଛନ୍ତି। ସେମାନେ ୧୫୪ ପ୍ରତିଶତ ମହଙ୍ଗା ଭତ୍ତା ପାଉଥିବା ବେଳେ ଏହା ବୃଦ୍ଧି ପାଇ ୧୬୪ ପ୍ରତିଶତରେ ପହଞ୍ଚିଛି। ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ପିଛିଲା ଭାବେ ୨୦୧୯ ଜୁଲାଇ ୧ ତାରିଖରୁ ଲାଗୁ ହେବ। ଚଳିତମାସ ଦରମାରେ ସଂପୃକ୍ତ କର୍ମଚାରୀମାନେ ବର୍ଦ୍ଧିତ ମହଙ୍ଗାଭତ୍ତା ପାଇବା ସହ ଏହା ପରେ ପରେ ବକେୟା ମହଙ୍ଗାଭତ୍ତା ଅର୍ଥ ପ୍ରଦାନ କରାଯିବ।
କେନ୍ଦ୍ର ସରକାର ମଧ୍ୟ ଷଷ୍ଠ ବେତନ କମିଶନ ଆଧାରରେ ଦରମା ପାଉଥିବା କର୍ମଚାରୀଙ୍କ ପାଇଁ ୨୦୧୯ ଅକ୍ଟୋବର ୨୫ ତାରିଖରେ ୧୦ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି କରିଥିଲେ। ଫଳରେ ସେମାନେ ୧୬୪ ପ୍ରତିଶତ ମହଙ୍ଗା ଭତ୍ତା ୨୦୧୯ ଜୁଲାଇ ୧ରୁ ପିଛିଲା ଭାବେ ପାଉଛନ୍ତି। ରାଜ୍ୟ ସରକାରଙ୍କ ଯେଉଁ କର୍ମଚାରୀମାନେ ୨୦୧୬ ବେତନ କମିସନ ଆଧାରରେ ଦରମା ପାଉଛନ୍ତି ସେମାନଙ୍କ ପାଇଁ ଏହା ଲାଗୁ ହେବ ନାହିଁ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories