www.samajalive.in
Saturday, December 13, 2025
18.1 C
Bhubaneswar

ସଙ୍ଗରୋଧ କେନ୍ଦ୍ରରେ ସଂକ୍ରମଣ ଆଶଙ୍କା !

ବେଲଗାଁ : ସଙ୍ଗରୋଧ କେନ୍ଦ୍ରରେ କୌଣସି ସୁରକ୍ଷା କିଟ ପରିଧାନ ନକରି ଶ୍ରମିକଙ୍କ ଗହଣରେ କର୍ମଚାରୀ କାର୍ଯ୍ୟ କରୁଥିବା ଦେଖାଯାଇଛି। ଏହା ସହ କର୍ମଚାରୀମାନେ ମଧ୍ୟ ନିଜ ଘରକୁ ଯିବାଆସିବା କରୁଛନ୍ତି। ପ୍ରବାସୀ ଶ୍ରମିକ ସର୍ବଦା ମାସ୍କ ପରିଧାନ କରିବା, ନିଜ ନିଜ ମଧ୍ୟରେ ସାମାଜିକ ଦୂରତା ରକ୍ଷା କରିବା ଆଦି ନିୟମ ରହିଥିବା ବେଳେ ତାହା ଠିକ ଭାବରେ ପାଳନ ହେଉନଥିବା ଜଣାଯାଇଛି। ସଇଁନ୍ତଲା ବ୍ଲକ ଅନ୍ତର୍ଗତ ଏକ କେନ୍ଦ୍ରରେ ଶ୍ରମିକ ରହୁଥିବା କୋଠରି ପାଖକୁ ଲାଗି ଅନ୍ୟ ଏକ କୋଠରିରେ କାର୍ଯ୍ୟାଳୟ ଖୋଲାଯାଇଛି। ସେଠାରେ  ସରପଂଚ, ଇଓ ବସୁଛନ୍ତି। ଏହା ସହ ସକାଲ ୭ଟାରୁ ରାତ୍ରୀ ୭ଟା ପର୍ଯ୍ୟନ୍ତ ଶିକ୍ଷକ, ଅଙ୍ଗନବାଡି କର୍ମୀ, ଆଶା କର୍ମୀ ଏବଂ ଗ୍ରାମର ଅନେକ ଯୁବକ ବିନା କୌଣସି ସୁରକ୍ଷା କିଟରେ ସେଠାରେ ଉପସ୍ଥିତ ରହୁଥିବା ବେଳେ ପ୍ରବାସୀ ଶ୍ରମିକଙ୍କ ଆଖପାଖରେ ବୁଲାବୁଲି ମଧ୍ୟ କରୁଥିବା ଦେଖାଯାଇଛି। ରାତ୍ରୀରେ ସମସ୍ତେ ପୁଣି ଗାଁଭିତର ନିଜ ଘରକୁ ଫେରୁଛନ୍ତି। ସଙ୍ଗରୋଧ କେନ୍ଦ୍ର ପାଇଁ କୌଣସି ଆବଶ୍ୟକତା ନଥିବା ବେଳେ କେନ୍ଦ୍ର ପରିସରରେ ଅର୍ଦ୍ଧନିର୍ମିତ ସ୍କୁଲ ଶ୍ରେଣୀ ଗୃହ ନିର୍ମାଣ କାମକୁ ପ୍ରଶାସନ ଅନୁମତି ପ୍ରଦାନ କରିଛି। ଏନେଇ ଠିକାଦାର ଏବଂ ଅନେକ ଶ୍ରମିକ ନିତ୍ୟ ସଙ୍ଗରୋଧ କେନ୍ଦ୍ର ଭିତରକୁ ଯାଆସ କରୁଛନ୍ତି। ସଙ୍ଗରୋଧ କେନ୍ଦର କୋଠରି ଭିତରେ ପ୍ରବଳ ଗରମ ନେଇ ପ୍ରବାସୀ ଶ୍ରମିକ ଦିନସାରା ବାହାରେ ବୁଲାବୁଲି କରୁଛନ୍ତି। ଏଭଳି ଗହଳି ମଧ୍ୟରେ କିଏ ସଙ୍ଗରୋଧରେ ଅଛି ଏବଂ କିଏ ସାଧାରଣ ଜନତା ତାହା ଜଣାପଡୁନାହିଁ। ଏପରିପ୍ରେକ୍ଷୀରେ ଯଦି ସଙ୍ଗରୋଧ ଶ୍ରମିକଙ୍କ ମଧ୍ୟରୁ କେହି ଯଦି ସଂକ୍ରମଣର ବାହାକ ହୋଇଥାନ୍ତି ତେବେ ଗାଁକୁ ସଂକ୍ରମଣ ବ୍ୟାପିବା ଆଶଙ୍କା ପ୍ରକାଶ ପାଇଛି।

ଏନେଇ ସମ୍ପୃକ୍ତ ସରପଂଚଙ୍କୁ ପଚାରିବାରୁ ଖୋଦ ବିଡିଓ, ଜିପିଇଓ, ପୁଲିସ ମଧ୍ୟ ଅଫିସ ଭିତରକୁ ପ୍ରବେଶ କରୁଥିବା କହିଛନ୍ତି। ଏସମ୍ପର୍କରେ ବିଡିଓ ଦେବାଶିଷ ସାମଲଙ୍କୁ ପଚାରିବାରୁ ମୁଁ ମାସ୍କ ଏବଂ ଗ୍ଲୋଭ୍ସ ପିନ୍ଧି ପଶିଥିଲି ବୋଲି କହିଛନ୍ତି। ଅପରପକ୍ଷରେ କେତେକ ସଙ୍ଗରୋଧ କେନ୍ଦ୍ରକୁ ସର୍ବଦା ବାହାରୁ ତାଲା ପକାଇବା ସହ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। କେନ୍ଦ୍ରରେ କାର୍ଯ୍ୟରତ କର୍ମଚାରୀଙ୍କୁ ସଙ୍ଗରୋଧ କାର୍ଯ୍ୟକ୍ରମ ଅନ୍ତ ହେବା ପର୍ଯ୍ୟନ୍ତ ବାହାରକୁ ନବାହାରିବା ସର୍ତ ରଖାଯାଇଛି। ଅନ୍ୟପକ୍ଷରେ ଦିନକୁ ଦିନ ଅଧିକ ସଂଖ୍ୟକ ପ୍ରବାସୀ ଶ୍ରମିକ ଫେରିବାକୁ ଥିବା ବେଳେ ସଙ୍ଗରୋଧ କେନ୍ଦ୍ର ଭିତରେ ଉପଯୁକ୍ତ ସତର୍କତା ପାଳନ ନକଲେ କେନ୍ଦ୍ରରେ ଅନ୍ତେବାସୀଙ୍କ ମଧ୍ୟରେ ତଥା ବାହାରେ ସଂକ୍ରମଣ ଭୟ ସହ ସମସ୍ତ ଉଦ୍ୟମ ଶୁଖୁଆ ପୋଡାରେ ଯିବା ସାର ହେବ ବୋଲି ଏନେଇ ଆଲୋଚନା ହୋଇଛି। ଏପରିପ୍ରେକ୍ଷିରେ ସଙ୍ଗରୋଧ କେନ୍ଦ୍ର ପରିଚାଲନା ନେଇ ପ୍ରଶାସନ ଉପଯୁକ୍ତ ତାଲିମ ପ୍ରଦାନ ସହ ସ୍ପଷ୍ଟ ଗାଇଡଲାଇନ ଜାରି କରିବାକୁ ଦାବି ହୋଇଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories