www.samajalive.in
Sunday, December 7, 2025
14.1 C
Bhubaneswar

ରାସ୍ତାରେ ଶ୍ରମିକଙ୍କ ଗତିବିଧି ବନ୍ଦ କିମ୍ବା ତଦାରଖ ହୋଇପାରିବ ନାହିଁ – ସୁପ୍ରିମକୋର୍ଟ

ସମାଜ ପୋର୍ଟାଲ ଡେସ୍କ: ରାସ୍ତାରେ ଯାଉଥିବା ପ୍ରବାସୀ ଶ୍ରମିକମାନଙ୍କୁ ଚିହ୍ନଟ କରିବା ଏବଂ ସେମାନଙ୍କୁ ନିଜ ସ୍ଥାନକୁ ମାଗଣା ପରିବହନ ସୁନିଶ୍ଚିତ କରିବା ପୂର୍ବରୁ ଆଶ୍ରୟ ଏବଂ ଖାଦ୍ୟ ଯୋଗାଇବା ପାଇଁ କେନ୍ଦ୍ରକୁ ନିର୍ଦ୍ଦେଶ ଦେବାକୁ ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ ଦର୍ଶାଇଛନ୍ତି ଯେ ଦେଶରେ ପ୍ରବାସୀ ଶ୍ରମିକଙ୍କ ଗତିବିଧି ଉପରେ ନଜର ରଖିବା କିମ୍ବା ବନ୍ଦ କରିବା କୋର୍ଟଙ୍କ ପକ୍ଷେ ଅସମ୍ଭବ ଏବଂ ଏଥିପାଇଁ ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଉଚିତ୍।

କରୋନା ଭୁତାଣୁ ଜନିତ ଲକ ଡାଉନ ପରେ ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ହଜାର ହଜାର ପ୍ରବାସୀ ଶ୍ରମିକ ଘରକୁ ପହଞ୍ଚିବା ପାଇଁ ରାସ୍ତାରେ ଶହ ଶହ କିଲୋମିଟର ଚାଲି ଚାଲି ଘରକୁ ଆସୁଛନ୍ତି। ଅନେକ କ୍ଷେତ୍ରରେ ସେମାନେ ଆବଶ୍ୟକ ସୁବିଧା ସୁଯୋଗ ପାଉନଥିବା ଓ ସେମାନଙ୍କ ଗତିବିଧି ଉପରେ ନଜର ରଖିବା ନେଇ ଏହି ଆବେଦନ କରାଯାଇଥିଲା। ଜଷ୍ଟିସ୍ ଏଲ୍ ନାଗେଶ୍ୱର ରାଓଙ୍କ ନେତୃତ୍ୱରେ ଗଠିତ ତିନିଜଣିଆ ଖଣ୍ଡପୀଠ ସଲିସିଟର ଜେନେରାଲ୍ ତୁଷାର ମେହେଟ୍ଟାଙ୍କୁ ପଚାରିଥିଲେ ଯେ ଏହି ପ୍ରବାସୀ ଶ୍ରମିକମାନଙ୍କୁ ରାସ୍ତାରେ ଚାଲି ଚାଲି ଯିବା ବନ୍ଦ କରିବାର କୌଣସି ଉପାୟ ଅଛି କି? ମେହେଟ୍ଟା କହିଥିଲେ ଯେ ରାଜ୍ୟମାନେ ପ୍ରବାସୀ ଶ୍ରମିକମାନଙ୍କୁ ଆନ୍ତରାଜ୍ୟ ପରିବହନ ସେବା ଯୋଗାଇ ଦେଉଛନ୍ତି କିନ୍ତୁ ଯଦି ଲୋକମାନେ ସେଥି ପାଇଁ ଅପେକ୍ଷା ନ କରି ପାଦରେ ଚାଲିବା ଆରମ୍ଭ କରନ୍ତି, ତେବେ କିଛି କରାଯାଇପାରିବ ନାହିଁ।

- Advertisement -

ମେହେଟା ଯୁକ୍ତି ଦର୍ଶାଇ ଥିଲେ ଯେ କର୍ତ୍ତୃପକ୍ଷ କେବଳ ସେହି ପ୍ରବାସୀ ଶ୍ରମିକମାନଙ୍କୁ ଚାଲି ଚାଲି ନ ଯିବାକୁ ଅନୁରୋଧ କରିପାରିବେ କିନ୍ତୁ କୌଣସି ବଳ ପ୍ରୟୋଗ କରିପାରିବେ ନାହିଁ। ବଳ ପ୍ରୟୋଗ କଲେ ବା ସେମାନଙ୍କୁ ଚାଲି ଚାଲି ଯିବାକୁ ବନ୍ଦ କଲେ ଉତ୍ତେଜନା ସୃଷ୍ଟି ହେବ ବୋଲି ସେ କହିଥିଲେ। ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ମାମଲାର ଶୁଣାଣି କରୁଥିବା ବେଞ୍ଚକୁ ସେ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ମଧ୍ୟରେ ହୋଇଥିବା ଚୁକ୍ତିନାମା ଅନୁଯାୟୀ ସମସ୍ତେ ନିଜ ଗନ୍ତବ୍ୟ ସ୍ଥାନକୁ ଯାତ୍ରା କରିବାର ସୁଯୋଗ ପାଇବେ।

Hot this week

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

Related Articles

Popular Categories