www.samajalive.in
Tuesday, December 9, 2025
16.1 C
Bhubaneswar

ପ୍ରବାସୀମାନଙ୍କୁ ରାଜ୍ୟ ସୀମାରେ ପହଞ୍ଚାଇବା ପାଇଁ ବନ୍ଦୋବସ୍ତ କରାଯାଇଛି: ପୁଲିସ ଡିଜି

ଭୁବନେଶ୍ୱର : ବହୁସଂଖ୍ୟାରେ ପ୍ରବାସୀ ଶ୍ରମିକମାନେ ଓଡ଼ିଶା ମଧ୍ୟ ଦେଇ ସେମାନଙ୍କ ନିଜ ନିଜ ରାଜ୍ୟ ଯଥା ପଶ୍ଚିମବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ ଓ ବିହାରକୁ ଫେରୁଛନ୍ତି। ରାଜ୍ୟ ସରକାରଙ୍କ ପ୍ରୟାସ କ୍ରମେ ଏହି ପ୍ରବାସୀମାନଙ୍କୁ ରାଜ୍ୟ ସୀମାରେ ପହଞ୍ଚାଇବା ପାଇଁ ବନ୍ଦୋବସ୍ତ କରାଯାଇଛି। ରାଜ୍ୟ ସରକାର ଏହିସବୁ ବର୍ଡର ଚେକ୍‌ ପଏଣ୍ଟ ପରିଚାଳନାର ଦାୟିତ୍ୱ ପୋଲସ୍‌କୁ ପ୍ରଦାନ କରିଛନ୍ତି। ପ୍ରବାସୀ ଶ୍ରମିକମାନେ ଓଡ଼ିଶା ମଧ୍ୟଦେଇ ସେମାନଙ୍କ ନିଜ ନିଜ ରାଜ୍ୟକୁ ଗଲାବେଳେ ଯେପରି ତାଙ୍କର କୌଣସି ଅସୁବିଧା ନହୁଏ ସେଥିପ୍ରତି ଦୃଷ୍ଟିଦେବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ସଙ୍ଗେ ସଙ୍ଗେ ଏଥି ପାଇଁ ସମସ୍ତ ଖର୍ଚ୍ଚ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ଭରାଯିବ ବୋଲି ମଧ୍ୟ ନିର୍ଦେଶ ଦେଇଛନ୍ତି ବୋଲି କହିଛନ୍ତି ପୁଲିସ ଡ଼ିଜି ଶ୍ରୀ ଅଭୟ

ପୁଲିସ୍‌ ମହାନିର୍ଦ୍ଦେଶକ ଶ୍ରୀ ଅଭୟ କହିଛନ୍ତି ଯେ ପ୍ରବାସୀ ଶ୍ରମିକମାନଙ୍କୁ ବସ୍‌ରେ ପଠାଇବା ଏବଂ ସେମାନଙ୍କର ଖାଇବା ବ୍ୟବସ୍ଥାର ସମସ୍ତ ଦାୟିତ୍ୱ ନିଆଯିବ। ଏହି ସବୁ ବସ୍‌ ରାଜ୍ୟର ସୀମା ତନଖି ଫାଟକ ସୋହେଲା, ଗିରିସୋଲା ଓ କେରଡ଼ାଠାରୁ ପ୍ରବାସୀଙ୍କୁ ନେଇ ସେମାନଙ୍କ ରାଜ୍ୟ ସୀମା ନିକଟରେ ପହଞ୍ଚାଇବାର ବ୍ୟବସ୍ଥା କରାଯାଇଛି । ପ୍ରବାସୀ ଶ୍ରମିକମାନେ ଯଦି ନିକଟସ୍ଥ ପୋଲିସ୍‌ ଷ୍ଟେସନ୍‌ରେ ପହଞ୍ଚନ୍ତି ତେବେ ଓଡ଼ିଶା ପୋଲିସ ସେମାନଙ୍କ ଗନ୍ତବ୍ୟ ସ୍ଥଳର ନିକଟବର୍ତ୍ତୀ ସୀମାରେ ପହଞ୍ଚାଇବେ। ସେମାନଙ୍କର ବସ୍‌ ଖର୍ଚ୍ଚ, ଖାଇବା ଆଦିର ବ୍ୟବସ୍ଥା ସରକାର ବହନ କରିବେ। କଟକ, ଖୋର୍ଦ୍ଧା ଏବଂ ଭୁବନେଶ୍ୱରରେ ମଧ୍ୟ ସରକାର ସର୍ବଦା ବସ୍‌ ପ୍ରସ୍ତୁତ ରଖିଛନ୍ତି। କୌଣସି ପ୍ରବାସୀ ଶ୍ରମିକ ଯେପରି ରାଜ୍ୟ ମଧ୍ୟ ଦେଇ ଚାଲି ଚାଲି ନଯିବେ ସେଥିପ୍ରତି ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦେଶ ଦେଇଛନ୍ତି ବୋଲି ପୁଲିସ ଡିଜି ଅଭୟ ପ୍ରକାଶ କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories