www.samajalive.in
Saturday, December 6, 2025
17.1 C
Bhubaneswar

ପଦଯାତ୍ରା ଶ୍ରମିକଙ୍କୁ ସାହା ହେଲା ପ୍ରଶାସନ

ବେଲଗାଁ : ବିଶାଖାପାଟଣା ଠାରୁ ନିଜ ଭିଟାମାଟି ଝାଡଖଣ୍ଡ ଅଭିମୁଖେ ପଦଯାତ୍ରାରେ ବାହାରିଥିବା ଶ୍ରମିକଙ୍କ ସହାୟତା ନେଇ ସ୍ଥାନୀୟ ସ୍ୱେଚ୍ଛାସେବୀ ଓ ପ୍ରଶାସନ ସହାୟତାର ହାତ ବଢାଇଛି। ବିଶାଖାପାଟଣା ଠାରୁ ରେଳ ଧାରଣା କଡରେ ଚାଲିଚାଲି ଆସି ବେଲଗାଁରୁ ଜାତୀୟ ରାଜପଥ ୨୬ରେ ୬୪ ଜଣ ଶ୍ରମିକ ଝାଡଖଣ୍ଡ ଯାଉଥିଲେ। ପ୍ରାୟ ୪୦୦ କିମି  ବାଟ ଚାଲି ଆସିବା ପରେ ଗୁରୁବାର ରାତ୍ରୀରେ ଅନେକ ଶ୍ରମିକ ଅସୁସ୍ଥ ହୋଇ ବେଲଗାଁ ଏନଏଚ ଟ୍ରକ ଟର୍ମିନାଲ ଠାରେ ବିଶ୍ରାମ କରିଥିଲେ। ଖବର ପାଇ ବେଲଗାଁ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡା. ବିକାଶ ରଞ୍ଜନ ନାୟକ ପହଂଚି ରାସ୍ତା କଡରେ ସମସ୍ତ ଶ୍ରମିକଙ୍କ ଚିକିତ୍ସା ଆରମ୍ଭ କରିଥିଲେ। ରାଜ୍ୟ ବିଜେଡି ପରିଷଦ ସଦସ୍ୟ ନିହାର ରଞ୍ଜନ ବେହେରା ଖୋଦ ଉପସ୍ଥିତ ରହି ଶ୍ରମିକଙ୍କ ପାଇଁ ଖାଦ୍ୟପେୟର ବ୍ୟବସ୍ଥା କରିଥିଲେ।

ଏସମ୍ପର୍କରେ ପୂର୍ବତନ ମନ୍ତ୍ରୀ ଯୋଗେନ୍ଦ୍ର ବେହେରା ଫୋନ ଦ୍ୱାରା ବଲାଙ୍ଗିର ଜିଲାପାଳଙ୍କୁ ମଧ୍ୟ ଅବଗତ କରିଥିଲେ। ଟିଟିଲାଗଡ ଉପଜିଲାପାଳ ସୁଧାକର ନାୟକ ରାତ୍ରୀରେ ସଇଁନ୍ତଲା ତହସିଲଦାର ସୁମନ କିଶୋର ଡୁଙ୍ଗଡୁଙ୍ଗଙ୍କୁ ଆବଶ୍ୟକ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏନେଇ ପ୍ରଶାସନିକ ତତ୍ପରତା ସହ ଅନୁମତି ପ୍ରଦାନ ପରେ ମଧ୍ୟରାତ୍ରରେ ରାଉରକେଲାକୁ ଯାଉଥିବା ଏକ ଟ୍ରକରେ ଶ୍ରମିକଙ୍କୁ ସେମାନଙ୍କ ଗନ୍ତବ୍ୟ ଅଭିମୁଖେ ପଠାଯାଇଥିଲା। ଏହା ସହ ତାମିଲନାଡୁର ତ୍ରିଚୁରରୁ ଲୋଇସିଂହା ଅଭିମୁଖେ ଯାଉଥିôବା ବସ ଯାତ୍ରୀଙ୍କୁ ମଧ୍ୟ ଖାଦ୍ୟ ପ୍ରଦାନ କରାଯାଇଥିଲା। ଦୁଃଖଦ ପରିସ୍ଥିତିରେ ଶ୍ରମିକଙ୍କୁ ସହାୟତା ନେଇ ପ୍ରଶାସନ ସହ ସ୍ଥାନୀୟ ସ୍ୱାସ୍ଥ୍ୟ ଅଧିକାରୀ, ବିଜେଡି ଯୁବ ନେତା ତଥା ସ୍ଥାନୀୟ ସରପଂଚ ଶିର ରଣା, ସୁନିଲ ଜୈନ, ପୁର୍ବତନ ସରପଂଚ ଡୋଲାମଣୀ ଥପା, ମନୋଜ ଗୁପ୍ତା, ଅଶୋକ ରଣା, ବୈଷ୍ଣବ ଭୋଇ, ଛବି ରଣା ଉଦ୍ୟମକୁ ବିଭିନ୍ନ ମହଲରେ ଉଚ୍ଚ ପ୍ରଶଂସା କରାଯାଇଛି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories