www.samajalive.in
Friday, December 12, 2025
16.1 C
Bhubaneswar

ଏମକେସିଜିରେ ଯାଆଁଳା ଶିଶୁ ଜନ୍ମଦେଲେ କରୋନା ସଂକ୍ରମିତ ମହିଳା

ବ୍ରହ୍ମପୁର: ଏମକେସିଜି ବଡ଼ମେଡିକାଲରେ ଆଜି ସକାଳୁ ସିତଲାପଲ୍ଲୀ କୋଭିଡ-୧୯ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଗଞ୍ଜାମ ଜିଲ୍ଲାର ଜଣେ ୩୨ ବର୍ଷୀୟ ମହିଳା ଯାଆଁଳା ଶିଶୁ ଜନ୍ମ ଦେଇଛନ୍ତି । ମହିଳା ଜଣକ ଏକ ପୁତ୍ର ଓ କନ୍ୟାକୁ ଜନ୍ମ ଦେଇଥିଲେ । ହେଲେ କିଛି ସମୟପରେ ପୁତ୍ର ଶିଶୁଟିର ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନାଅନୁସାରେ ମହିଳା ଜଣଙ୍କ କିଛି ଦିନ ତଳେ ସୁରତରୁ ଟ୍ରେନରେ ଫେରିବା ପରେ ତାଙ୍କୁ ସଂଗରୋଧ କେନ୍ଦ୍ରରେ ରଖାଯାଇଥିଲା । ସ୍ୱାବ ନମୁନା ପରୀକ୍ଷଣ ପରେ ପଜିଟିଭ ଚିହ୍ନଟ ହୋଇଥିଲା । ତେଣୁ ତାଙ୍କୁ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଆଜି ସକାଳୁ ଗର୍ଭ ଯନ୍ତ୍ରଣା ପରେ ସେଠାରେ କାର୍ଯ୍ୟରତ ଡାକ୍ତର ତାଙ୍କୁ ଏମକେସିଜି ପଠାଇଥିଲେ । କାଜୁଆଲିଟିକୁ ଅଣା ଯିବା ପରେ ସକାଳ ୯ଟା ବେଳେ ୨ ଶିଶୁ ଜନ୍ମ ହୋଇଥିଲେ କାଜୁଆଲିଟିର ଅସ୍ତ୍ରୋପଚାର ଗୃହରେ ପ୍ରସୂତି ବିଭାଗର ଏକ ସ୍ୱତନ୍ତ୍ର ଡାକ୍ତର ଓ ନର୍ସ ଦଳଙ୍କ ଦ୍ଵାରା ପ୍ରସବ କରାଯାଇଥିଲା। ମହିଳା ଜଣଙ୍କ ସମୟ ପୂର୍ବରୁ ଶିଶୁ ଜନ୍ମ ଦେଇଥିବାରୁ ଶିଶୁ ପୁତ୍ରର ଓଜନ ମାତ୍ର ୯୦୦ ଗ୍ରାମ ରହିଥିଲା । ସେହି କାରଣରୁ ଶିଶୁ ପୁତ୍ରଟିର ମୃତ୍ୟୁ ହୋଇଛି ବୋଲି ଏମକେସିଜି ମେଡିକାଲ ଅଧିକ୍ଷକ ପ୍ରଫେସର ସନ୍ତୋଷ କୁମାର ମିଶ୍ର କହିଛନ୍ତି । ତେବେ କନ୍ୟାଟି ସୁସ୍ଥ ଥିବା ସେ ଜଣାଇଛନ୍ତି ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories