www.samajalive.in
Saturday, December 6, 2025
16.1 C
Bhubaneswar

ଜାଣନ୍ତୁ, କିଭଳି ସୃଷ୍ଟି ହୁଏ ସୂର୍ଯ୍ୟ ଚାରିପାଖରେ ମେଘ ଓ ଆଲୋକର ଅସାଧାରଣ ଦୃଶ୍ୟ

ଭୁବନେଶ୍ୱର: ସୂର୍ଯ୍ୟ ଚାରିପାଖରେ ସୃଷ୍ଟି ହେଉଥିବା ବଳୟ ମେଘ ଓ ଆଲୋକ ଦ୍ୱାରା ସଙ୍ଗଠିତ ଏକ ଅସାଧାରଣ ଦୃଶ୍ୟ। ଯାହାକୁ ଆମ ଆଖିରେ ଏକ ଦୃଷ୍ଟି ଭ୍ରମରୁ ସୃଷ୍ଟି ହୁଏ ବୋଲି କୁହାଯାଇପାରିବ। ଏପରି ବଳୟ ଗୋଟିଏ ବର୍ଷରେ ଶହେରୁ ଅଧିକ ଥର ଘଟିଥାଏ। ବେଳେବେଳେ ଚନ୍ଦ୍ରର ଚାରି ପାଖରେ ମଧ୍ୟ ଏପରି ବଳୟ ସୃଷ୍ଟି ହୋଇଥାଏ। ପ୍ରକୃତରେ ଏହା ବାୟୁମଣ୍ଡଳରେ ଥିବା ଆର୍ଦ୍ରତା ଛୋଟଛୋଟ ବରଫ ସ୍ପଟିକରେ ପରିଣତ ହୁଏ। ଏହି ଷଡ଼ଭୁଜ ସ୍ପଟିକ ଯୋଡ଼ି ହୋଇ ରହିଥିବା ଦୁଇଟି ପ୍ରିଜିମ୍‍ ଭଳି କାର୍ଯ୍ୟ କରେ। ଏହି ବରଫ ସ୍ପଟିକ ମାଧ୍ୟମରେ ସୂର୍ଯ୍ୟ ଆଲୋକ ଗତି କଲା ବେଳେ ପ୍ରତିଶରିତ ହୋଇ ୨୨ଡିଗ୍ରୀ କୋଣରେ ବାଙ୍କି ଯାଇଥାଏ। ଏଥିସହ ଆଲୋକ ୭ରଙ୍ଗରେ ମଧ୍ୟ ବିଭାଜିତ ହୋଇଥାଏ। ଯେତେବେଳେ ଆମଠାରୁ ୨୦ହଜାର ଫୁଟ କିମ୍ବା ତା’ଠାରୁ ଅଧିକ ଉଚ୍ଚତାରେ ପତଳା ମେଘ ରହେ ତେବେ ଦିନରେ ସୂର୍ଯ୍ୟ ଚାରି ପାଖରେ ଓ ରାତିରେ ଚନ୍ଦ୍ର ଚାରିପାଖରେ ଏହିପରି ଏକ ବଳୟ ଦେଖାଯାଇଥାଏ ବୋଲି ଭୁବନେଶ୍ବର ପଠାଣି ସାମନ୍ତ ପ୍ଲାନେଟାରିୟମ୍‍ ଉପନିର୍ଦେଶକ ଡ.ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି। ସମୟ ସମୟରେ ସୂର୍ଯ୍ୟ ଚାରିପାଖରେ ଏକ ବଳୟ ବା ରିଙ୍ଗ ଦେଖାଯାଏ। ସୂର୍ଯ୍ୟ ଚାରିପାଖରେ ଏହିପରି ଇନ୍ଦ୍ରଧନୁର ରଙ୍ଗ ଥିବା ଏକ ବଳୟ ରାଜ୍ୟର ଅନେକ ସ୍ଥାନରେ ଦେଖାଯାଏ। ୧୦ ମେ’ ୨୦୨୦ରେ ଓଡ଼ିଶାର ଅନୁଗୁଳ, ତାଳଚେର ଏବଂ ଭୁବନେଶ୍ୱର ଆଦି ସ୍ଥାନରେ ସୂର୍ଯ୍ୟ ଚାରିପାଖରେ ଥିବା ଏକ ବଳୟ ଦେଖାଯାଇଥିଲା। ପଠାଣି ସାମନ୍ତ ପ୍ଲାନେଟାରିୟମ୍‍ ପକ୍ଷରୁ ଏଥିପାଇଁ ସ୍ବତନ୍ତ୍ର ପଦକ୍ଷେପ ନିଆଯାଇଥିଲା ବୋଲି ପଠାଣି ସାମନ୍ତ ପ୍ଲାନେଟାରିୟମ୍‌ ଉପନିର୍ଦେଶକ ଡ.ଶୁଭେନ୍ଦୁ ପଟ୍ଟନାୟକ ପ୍ରକାଶ କରିଛନ୍ତି।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories