www.samajalive.in
Saturday, December 6, 2025
17.1 C
Bhubaneswar

ଯୁବକଙ୍କ ସନ୍ଦେହନଜକ ମୃତ୍ୟୁ, ଗଛରୁ ଝୁଲନ୍ତା ମୃତଦେହ ଉଦ୍ଧାର

ପାଟଣା: କେନ୍ଦୁଝର ଜିଲା ବାରିଆ ଥାନା ଅନ୍ତର୍ଗତ ବଡ଼ନେଉଳି ପଞ୍ଚାୟତ ଖୁଦୁପୋଷି ଗ୍ରାମର କେଶବ ଚନ୍ଦ୍ର ମହାନ୍ତଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି। ବୁଢ଼ିକାପୁଡ଼ି ଗ୍ରାମ ନିକଟ ଶାଳ ଜଙ୍ଗଲର ଲିମ୍ବଗଛରୁ ମଙ୍ଗଳବାର ତାଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ସୋମବାର ରାତିରେ କେଶବ କଙ୍କଡ଼ାସ୍ଥିତ ଶ୍ଵଶୁର ଘରକୁ ଯାଉଛି ବୋଲି କହି ଘରୁ ବାହାରିଥିଲେ। ମାତ୍ର ମଙ୍ଗଳବାର ସକାଳୁ ତାଙ୍କ ମୃତଦେହ ମିଳିଥିବାରୁ କେଉଁ ପରିସ୍ଥିତିରେ ସେ ଆତ୍ମହତ୍ୟା କଲେ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଖବର ପାଇ ତୁରୁମୁଙ୍ଗା ପୁଲିସ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି। ତୁରୁମୁଙ୍ଗା ଆଇଆଇସି ବରେନ୍ଦ୍ର ସିଅଳ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ଘଟଣାସ୍ଥଳଠାରୁ କିଛି ଦୂରରେ କେଶବଙ୍କ ସାଇକେଲ ପଡ଼ିଛି। ପୁଲିସ ତାହାକୁ ଜବତ କରିଛି। ଏହା ଆତ୍ମହତ୍ୟା କି ହତ୍ୟାକାଣ୍ଡ ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories