www.samajalive.in
Saturday, December 6, 2025
23.1 C
Bhubaneswar

ପିଲାମାନଙ୍କ ବହୁତ ପସନ୍ଦ ଆମ୍ବ କେକ୍, ଜାଣନ୍ତୁ ପ୍ରସ୍ତୁତ ପ୍ରଣାଳୀ

ବର୍ତ୍ତମାନ ଆମ୍ବ ସିଜିନ୍ ଚାଲିଛି। ବଜାରରେ ମଧ୍ୟ ପର୍ଯ୍ୟାପ୍ତ ପରିମାଣରେ ଆମ୍ବ ବିକ୍ରି ହେଉଛି। ପାଚିଲା ଆମ୍ବରୁ ଆପଣ ଶେକ୍, ଜୁସ୍, ସ୍ମୁଦି ଆଦି ପ୍ରସ୍ତୁତ କରିଥିବେ। କିନ୍ତୁ ଆମ୍ବ କେକ୍ ପ୍ରସ୍ତୁତ କରିଛନ୍ତି କି? ଆମ୍ବ ର ଏକ ସ୍ୱତନ୍ତ୍ର ସ୍ୱାଦ ସହିତ ଏହି କେକ୍ ଆପଣଙ୍କ ପରିବାର ଲୋକଙ୍କ ସହିତ ଛୋଟ ପିଲାଙ୍କୁ ମଧ୍ୟ ଖୁବ୍ ପସନ୍ଦ ଆସିବ।

ଆବଶ୍ୟକୀୟ ସାମଗ୍ରୀ : ଦୁଇ କପ୍ ଆମ୍ବ ରସ, ଦୁଇ କପ୍ ମଇଦା, ଅଧା କପ୍ କଣ୍ଡେନ୍ସଡ୍ କ୍ଷୀର, ଅଧା କପ୍ ଗ୍ରାଉଣ୍ଡିଂ ଚିନି, ଅଧା କପ୍ ବଟର, ଗୋଟିଏ କପ୍ କ୍ଷୀର, ଦୁଇ ଚାମଚ କଟା ବାଦାମ, ଦୁଇ ଚାମଚ କଟା କାଜୁ, ଦୁଇ ଚାମଚ କିସମିସ୍, ଅଧା ଚାମଚ ବେକିଂ ପାଉଡର, ଏକ ଚାମଚ ବେକିଂ ସୋଡା

- Advertisement -

ପ୍ରସ୍ତୁତି ପ୍ରଣାଳୀ : ଆମ୍ବ କେକ୍ ତିଆରି କରିବା ପାଇଁ ପ୍ରଥମେ ଏକ ପାତ୍ରରେ ଆମ୍ବ ରସ, ବଟର, କଣ୍ଡେନ୍ସଡ୍ କ୍ଷୀର ଏବଂ ଚିନି ପାଉଡରକୁ ପକାଇ ଭଲ ଭାବରେ ମିଶାନ୍ତୁ। ଏହା ପରେ ମଇଦାରେ ବେକିଂ ପାଉଡର ଏବଂ ବେକିଂ ସୋଡାର ମିଶ୍ରଣକୁ ଚାଲୁଣିରେ ଚଳାଇ ଦିଅନ୍ତୁ। ଆମ୍ବ ରସରେ ମଇଦାକୁ ପକାଇ ଭଲ ଭାବରେ ମିଶାନ୍ତୁ। ଯେପରି କୌଣସି ପ୍ରକାର ମୁଣ୍ଡା ନ ରୁହେ। ବର୍ତ୍ତମାନ କେକ୍ ମିଶ୍ରଣରେ କ୍ଷୀର ଏବଂ ଡ୍ରାଏ ଫ୍ରୁଟ୍ସ ମିଶାଇ ଏହାକୁ ପୁଣି ଥରେ ଫେଣ୍ଟି ଦିଅନ୍ତୁ। ମନେରଖନ୍ତୁ ଯେ ଏହି ପେଷ୍ଟ ଟି ଅତ୍ୟଧିକ ପତଳା କିମ୍ବା ଅଧିକ ମୋଟା ନ ହୁଏ, ନଚେତ୍ କେକ୍ ଭଲ ଭାବେ ହେବ ନାହିଁ।

ଓଭନକୁ ୧୮୦ ଡିଗ୍ରୀ ସେଣ୍ଟିଗ୍ରେଡ୍ ଗରମ କରନ୍ତୁ। ଓଭନ ଗରମ ହେଉଥିବାବେଳେ କେକ୍ ଟ୍ରେ ରେ ତେଲ ବା ବଟର ଲଗାଇ ବଟର ପେପର ପକାନ୍ତୁ। ଏବେ ସେଥିରେ ପ୍ରସ୍ତୁତ ହୋଇ ରହିଥିବା ମିଶ୍ରଣକୁ ଢାଳନ୍ତୁ। ଏହାକୁ ଓଭନରେ ୨୫ ମିନିଟ୍ ପର୍ଯ୍ୟନ୍ତ ରଖି ଦିଅନ୍ତୁ। ନିର୍ଦ୍ଧିଷ୍ଟ ସମୟ ପରେ ଯଦି କେକ୍ ର ଉପର ଅଂଶ ହାଲୁକା ବାଦାମୀ ରଙ୍ଗରେ ପରିଣତ ହୋଇଛି, ତେବେ ଏହାର ଅର୍ଥ ହେଉଛି କେକ୍ ପ୍ରସ୍ତୁତ ହୋଇ ଯାଇଛି। ଯଦି ବାଦାମୀ ରଙ୍ଗ ହୋଇନାହିଁ, ତେବେ ଏହାକୁ ଆଉ ୧୦ ମିନିଟ୍ ପାଇଁ ଛାଡି ଦିଅନ୍ତୁ। ସମୟ ପରେ ଯେତେବେଳେ କେକ୍ ର ଉପର ଅଂଶ ହାଲୁକା ବାଦାମୀ ହୋଇଯାଏ, ତା’ପରେ ଏକ ଛୁରୀ ନେଇ ଯାଞ୍ଚ କରନ୍ତୁ। ଯଦି କେକ୍ ଛୁରୀରେ ଲାଗିଛି, ଏହାର ଅର୍ଥ ହେଉଛି ଯେ କେକ୍ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବେ ହୋଇନାହିଁ। ଏହି କ୍ଷେତ୍ରରେ ଏହାକୁ ଟିକେ ଅଧିକ ସମୟ ଓଭନରେ ରଖନ୍ତୁ। ଯଦି ଛୁରୀ କେକ୍ ଲାଗୁ ନାହିଁ ତେବେ କେକ୍ ପ୍ରସ୍ତୁତ ହୋଇଯାଇଛି।

ଏହି କେକ୍ କୁ ଆପଣ ପ୍ରେସର କୁକୁରରେ ମଧ୍ୟ ପ୍ରସ୍ତୁତ କରିପାରିବେ। ପ୍ରେସର କୁକୁରରେ ପ୍ରଥମେ ଲୁଣ ରଖି ତାହାକୁ ଗରମ କରନ୍ତୁ। ଲୁଣ ଉପରେ ଏକ ଷ୍ଟାଣ୍ଟ ରଖନ୍ତୁ। ସେହି ଷ୍ଟାଣ୍ଟ ଉପରେ କେକ୍ ଟ୍ରେ ରଖନ୍ତୁ। ପୁରା ୪୦ ମିନିଟ୍ ଛାଡି ଦିଅନ୍ତୁ। ପରେ ସମାନ ଢଙ୍ଗରେ ଛୁରୀ ସାହାଯ୍ୟରେ ଯାଞ୍ଚ କରି ପାରିବେ।

Hot this week

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

Related Articles

Popular Categories