www.samajalive.in
Saturday, December 6, 2025
19.1 C
Bhubaneswar

ସମୁଦ୍ରକୂଳର ୨ଟି ଅଞ୍ଚଳ କଣ୍ଟେନମେଣ୍ଟ ଜୋନ୍‌ ; ଘରୁ ନବାହାରିବା ପାଇଁ ସ୍ଥାନୀୟ ଅଧିବାସୀଙ୍କୁ ପରାମର୍ଶ

ପୁରୀ: ସମୁଦ୍ରକୂଳ ନିକଟସ୍ଥ ରେଣୁକାଲେନ୍‌ ଏବଂ ମହୋଦଧି ନିବାସ ଲେନ୍‌କୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରିଛି ଜିଲା ପ୍ରଶାସନ। ଏହି ଦୁଇଟି ବସ୍ତିର ସମସ୍ତ ଦୋକାନ ବଜାର ବନ୍ଦ କରାଯିବା ସହ ପ୍ରବେଶପଥ ସିଲ୍‌ କରାଯାଇଛି। ଏହି ଅଞ୍ଚଳର ୨ଜଣ ବ୍ୟକ୍ତିଙ୍କଠାରେ ରବିବାର କରୋନା ସଂକ୍ରମଣ ଚିହ୍ନଟ କରାଯାଇଥିଲା। ଚିକିତ୍ସା ପାଇଁ ସେମାନଙ୍କୁ ଭୁବନେଶ୍ବର କୋଭିଡ ହାସପାତାଳ ପଠାଯାଇଛି। ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ତାଲିକା ପ୍ରଶାସନ ପ୍ରସ୍ତୁତ କରିବା ସହ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି। ପୌରସଂସ୍ଥା ପକ୍ଷରୁ ସେସବୁ ଅଞ୍ଚଳରେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇବା ବ୍ୟବସ୍ଥା କରାଯିବ ବୋଲି ଜିଲାପାଳ ବଲୱନ୍ତ ସିଂହ ସୂଚନା ଦେଇଛନ୍ତି। ଅଗ୍ନିଶମ କର୍ମଚାରୀଙ୍କ ପକ୍ଷରୁ ସମୁଦ୍ରକୂଳ ରାସ୍ତା ସମେତ ଭୋଳାନାଥ କୂଟିର ଛକ, ରେଣୁକାଲେନ୍‌, ମହୋଦଧି ନିବାସ ଲେନ୍‌ରେ ଭୂତାଣୁ ସଂକ୍ରମଣ ପ୍ରତିଷେଧକ ସିଞ୍ଚନ କରାଯାଇଛି। ସୋମବାର ସକାଳ ୭ଟାରୁ ପରବର୍ତ୍ତୀ ନିର୍ଦେଶ ପର୍ଯ୍ୟନ୍ତ ଏହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‌ କରାଯାଇଛି।

କରୋନା ସଂକ୍ରମିତଙ୍କ ପରିବାରର ଏକ ହୋଟେଲ ରହିଥିବା ଜିଲାପାଳ ସୂଚନା ଦେଇଛନ୍ତି। ସଂକ୍ରମିତମାନେ ଗତ ୫ତାରିଖ ଦିନ କଲକାତାରୁ ପୁରୀ ଫେରିଥିଲେ। ୭ତାରିଖରେ ଗାଡି ଚାଳକଙ୍କ ସମେତ ପରିବାରର ୩ ସଦସ୍ୟଙ୍କ ସ୍ବାବ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା। ଜଣେ ୫୮ବର୍ଷ ବୟସ୍କ ମହିଳାଙ୍କ ସମେତ ୧୯ବର୍ଷ ବୟସ୍କ ଯୁବକଙ୍କଠାରେ କରୋନା ଭୂତାଣୁ ସଂକ୍ରମଣ ଚିହ୍ନଟ କରାଯାଇଛି। କଣ୍ଟେନମେଣ୍ଟ ଜୋନ୍‌ରେ କିଛି ହୋଟେଲ, ଲଜିଂ ଏବଂ ହଲିଡେହୋମ ରହିଛି। ମେରାଇନ ଡ୍ରାଇଭ ରୋଡ ଛକରୁ ରେଣୁକା ଲେନ୍‌ଦେଇ ଭୋଳାନାଥ କୂଟିର ଛକ ଏବଂ ସେଠାରୁ ମହୋଦଧି ଭବନ ଲେନ୍‌ଦେଇ ମେରାଇନ ଡ୍ରାଇଭ ରୋଡ୍‌ ପର୍ଯ୍ୟନ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‌ କରାଯାଇଥିବା ଜିଲା ପ୍ରଶାସନ ପକ୍ଷରୁ ନିର୍ଦେଶନାମାରେ କୁହାଯାଇଛି। ସହରବାସୀ ଭୟଭୀତ ନହେବାକୁ ଜିଲାପାଳ ଶ୍ରୀ ସିଂହ ପରାମର୍ଶ ଦେଇଛନ୍ତି। କରୋନା ସଂକ୍ରମିତ ୨ଜଣ ବ୍ୟକ୍ତି କ୍ବାରେଣ୍ଟାଇନ ନିର୍ଦେଶନାମା ଉଲ୍ଲଙ୍ଘନ କରିଥିବାରୁ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲାପାଳ ସୂଚନା ଦେଇଛନ୍ତି। ସଂକ୍ରମିତ ବ୍ୟକ୍ତିମାନେ କଲକାତାରୁ ଫେରିବା ପରେ ପୁରୀର କେଉଁସବୁ ଅଞ୍ଚଳକୁ ଯାଇଥିଲେ ଏବଂ କେଉଁମାନଙ୍କ ସହ ସାକ୍ଷାତ କରିଥିଲେ ତାହାର ତାଲିକା ପ୍ରସ୍ତୁତ କରାଯାଉଛି। ଜିଲାର ପ୍ରତ୍ୟେକ ବ୍ୟକ୍ତି ବାହାରକୁ ବାହାରିବା ବେଳେ ମାସ୍କ ବ୍ୟବହାର କରିବା ସହ ସାମାଜିକ ଦୂରତ୍ବ କଟକଣା ପାଳନ କରିବାକୁ ଜିଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories