www.samajalive.in
Sunday, December 14, 2025
14.1 C
Bhubaneswar

ରଥଯାତ୍ରା ସମସ୍ୟା ବଢ଼ିଲା : ପୁରୀରେ ୨ଜଣ କରୋନା ସଂକ୍ରମିତ ଚିହ୍ନଟ

ପୁରୀ : ପୁରୀରେ ୨ଜଣ କରୋନା ସଂକ୍ରମିତଙ୍କୁ ରବିବାର ଚିହ୍ନଟ କରାଯାଇଛି। ସେମାନେ ଗୋଟିଏ ପରିବାରର ଏବଂ ୫ଦିନ ତଳେ ପଶ୍ଚିମବଙ୍ଗରୁ ପୁରୀ ଆସିଥିଲେ। ଗତ ୭ତାରିଖରେ ସେମାନଙ୍କ ସ୍ବାବ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା। ପରିବାରର ୩ଜଣଙ୍କ ମଧ୍ୟରୁ ୨ଜଣ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ସେଥିରେ ଜଣେ ୫୮ବର୍ଷ ବୟସ୍କା ମହିଳା ଥିବାବେଳେ ଜଣେ ୧୯ବର୍ଷର ଯୁବକ ବୋଲି ସୂଚନା ମିଳିଛି। ୪ଦିନ ଧରି ସେମାନେ ନିଜଘରେ କ୍ବାରେଣ୍ଟାଇନରେ ରହିଥିଲେ। ରବିବାର ସଂକ୍ରମିତ ହୋଇଥିବା ରିପୋର୍ଟ ଆସିବା ପରେ କୋଭିଡ ହାସପାତାଳ ପଠାଯାଇଛି। ସଂପୃକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା ନିମନ୍ତେ ଜିଲା ପ୍ରଶାସନ ସ୍ଥିର କରିଛି। କୋଭିଡ ସଂକ୍ରମିତଙ୍କ ଯୋଗାଯୋଗ ତାଲିକା (କଣ୍ଟାକ୍ଟ ଟ୍ରେସିଂ) କାର୍ଯ୍ୟ ଆରମ୍ଭ ହୋଇଛି। ୧୨ଦିନ ବିଳମ୍ବରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ରବିବାର ୨ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାରୁ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରା ଆୟୋଜନ ନେଇ ସମସ୍ୟା ଦେଖାଯିବା ସମ୍ଭାବନା ରହିଛି। ଜୁନ୍‌ ୫ରେ ଶ୍ରୀଜୀଉଙ୍କ ସ୍ନାନଯାତ୍ରା ଏବଂ ୨୩ରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ। ସେତେବେଳର କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ରଥଯାତ୍ରା ସମ୍ପର୍କରେ ରାଜ୍ୟ ସରକାର ନିଷ୍ପତ୍ତି ନେବେବୋଲି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଗତ ୭ତାରିଖ ଦିନ ମୁଖ୍ୟ ଶାସନ ସଚିବଙ୍କୁ ଲେଖିଥିବା ଚିଠିରେ ସ୍ପଷ୍ଟ କରିଥିଲା। ତେଣୁ ପୁରୀରେ ନୂଆ କରୋନା ସଂକ୍ରମିତ ଚିହ୍ନଟ ହେବା ଘଟଣା ପ୍ରଶାସନକୁ ଗଭୀର ଚିନ୍ତାରେ ପକାଇଛି। ଏହାଛଡା ସୁରଟ, ପଶ୍ଚିମବଙ୍ଗ, ତାମିଲନାଡୁ, କେରଳ ଏବଂ ଆନ୍ଧ୍ରପ୍ରଦେଶରୁ ଏପର୍ଯ୍ୟନ୍ତ ୧୩୭୧ଜଣ ବ୍ୟକ୍ତି ପୁରୀ ଜିଲାକୁ ଫେରିଛନ୍ତି। ସେମାନଙ୍କୁ ସରକାରୀ କ୍ବାରେଣ୍ଟାଇନରେ ରଖାଯାଇଛି। ରାଜ୍ୟ ବାହାର ଫେରନ୍ତାଙ୍କ ନମୁନା ପରୀକ୍ଷା ରିପୋର୍ଟ ଏପର୍ଯ୍ୟନ୍ତ ହସ୍ତଗତ ହୋଇନାହିଁ। ଗଞ୍ଜାମ, ଭଦ୍ରକ, ଯାଜପୁର, ବାଲେଶ୍ବର, ନୟାଗଡ ଜିଲାରେ ରାଜ୍ୟ ବାହାରୁ ଫେରିଥିବା ଶତାଧିକ ବ୍ୟକ୍ତିଙ୍କଠାରେ କରୋନା ସଂକ୍ରମଣ ଦେଖିବାକୁ ମିଳିଛି। ମୁଣ୍ଡଉପରେ ରଥଯାତ୍ରା ଥିବାରୁ ପୁରୀ ଜିଲାରେ କରୋନା ମୁକାବିଲା, ପରିଚାଳନା ଏବଂ ପ୍ରତିଷେଧକ ବ୍ୟବସ୍ଥା ସରକାରଙ୍କ ପାଇଁ ବଡ ଚାଲେଞ୍ଜ ହୋଇଛି। ରଥଯାତ୍ରା ପୂର୍ବରୁ ରଥ ନିର୍ମାଣ କାର୍ଯ୍ୟ ଶେଷ ହେବା ସମ୍ଭାବନା ଥିଲେମଧ୍ୟ ଯଦି କରୋନା ସ୍ଥିତିରେ ସୁଧାର ଆସିନଥାଏ ତାହାଲେ ରଥଯାତ୍ରା ପାଇଁ ରାଜ୍ୟ ସରକାର ଅନୁମତି ଦେବେ କି ନାହିଁ ସେଥିନେଇ ଅନିଶ୍ଚିତତା ଦେଖାଦେଇଛି। ତେଣୁ ସଂକ୍ରମିତ ଅଞ୍ଚଳକୁ ସୋମବାରଠାରୁ କଣ୍ଟେନମେଣ୍ଟ ଜୋନ୍‌ କରିବା ସହ ସେଠାରେ ଲୋକଙ୍କ ଯାତାୟତ ଉପରେ ଅଧିକ କଟକଣା ଜାରିକରିବାକୁ ଜିଲା ପ୍ରଶାସନ ସ୍ଥିର କରିଛି। ଏହାପୂର୍ବରୁ ପିପିଲି ଅଞ୍ଚଳର ଜଣେ ବ୍ୟକ୍ତି କରୋନାରେ ସଂକ୍ରମିତ ହୋଇଥିଲେ। ଚିକିତ୍ସା ପରେ ସୁସ୍ଥ ହୋଇ ସେ ଘରକୁ ଫେରିଛନ୍ତି। ତାଙ୍କ ପରେ ଜିଲାର ଆଉ କୌଣସି ବ୍ୟକ୍ତି କରୋନାରେ ସଂକ୍ରମିତ ହୋଇନଥିବାରୁ ପୁରୀ ଜିଲାକୁ ସରକାର ଗ୍ରୀନଜୋନ୍‌ ଭାବେ ଘୋଷଣା କରିଥିଲେ। ଜିଲାରେ ଦୋକାନ ବଜାର ଖୋଲିବା ସହ ସାଧାରଣ ଜୀବନଯାତ୍ରା ସ୍ବାଭାବିକ ​‌େହଉଥିବା ବେ​‌େଳ​‌ ରବିବାର ପୁରୀର ୨ଜଣ ବ୍ୟକ୍ତିଙ୍କଠାରେ କରୋନା ଭୂତାଣୁ ସଂକ୍ରମଣ ଚିହ୍ନଟ କରାଯାଇଛି। ଏଥିଯୋଗୁଁ ଲକ୍‌ଡାଉନ କଟକଣା ବୃଦ୍ଧି ପାଇବା ଆଶଙ୍କା ରହିଛି।

Hot this week

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

ସାପ୍ତାହିକ ରାଶିଫଳ: ଏହି ଦୁଇ ରାଶି ସତର୍କ ରୁହନ୍ତୁ

ମେଷ: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ନୂତନ କାର୍ଯ୍ୟ ପାଇଁ...

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

Related Articles

Popular Categories