www.samajalive.in
Monday, December 8, 2025
20.1 C
Bhubaneswar

କଟକରେ କର୍ଫ୍ୟୁ ଗୁଜବ

କଟକ : ସୁରତ ଫେରନ୍ତାଙ୍କୁ ଆଣି ଆସୁଥିବା ଟ୍ରେନ ସୋମବାର କଟକ ରେଳଷ୍ଟେସନରେ ଅଟକିବ। କରୋନା ସଂକ୍ରମଣକୁ ଆଶଙ୍କାକୁ ଦୃଷ୍ଟିରେ ରଖି କଟକ ସହରରେ ଆଜି କର୍ଫ୍ୟୁ ଜାରି କରାଯାଇଛି। ସକାଳ ୬ଟାରୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ଦୋକାନ ଖୋଲାରହିବ। ଏହା ପରେ ସମସ୍ତ ଦୋକାନ ବନ୍ଦ କରିବା ସହିତ ଯାତାୟାତ ଉପରେ କଟକଣା ଜାରି କରାଯାଇଥିବା ନେଇ ଗୁଜବ ରବିବାର ସହର ସାରା ପ୍ରଚାରିତ ହୋଇଥିଲା । ଏହି ଗୁଜବକୁ ନେଇ ସହରବାସୀ ଏକପ୍ରକାର ଆତଙ୍କିତ ହୋଇପଡିଥିଲେ । ଏହାକୁ ଡିସିପି ଅଖିଳେଶ୍ବର ସିଂହ ଖଣ୍ଡନ କରିବା ସହିତ ପୂର୍ବପରି ସୋମବାର ଦୋକାନ ସକାଳ ୭ଟାରୁ ଅପରାହ୍ଣ ୭ଟା ପର୍ଯ୍ୟନ୍ତ ଖୋଲାରହିବ ବୋଲି ସେ କହିଛନ୍ତି ।

୨୪୫ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ନିୟମ ନ ମାନି ଗାଡି ଧରି ବୁଲିବା ଓ ମାସ୍କ ନ ପିନ୍ଧିବା ଘଟଣାରେ ରବିବାର ପୁଲିସ ୨୫୪ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ନିୟମ କଡ଼ାକଡ଼ି କରାଯିବାର ଚତୁର୍ଥ ଦିନରେ ପୁଲିସ ସର୍ବାଧିକ ନିୟମ ଉଲଂଘନକାରୀଙ୍କୁ ଧରିଛି। ଉଲଂଘନକାରୀଙ୍କ ଠାରୁ ଜୋରିମାନା ବାବଦରେ ଦେଢ଼ଲକ୍ଷ ଟଙ୍କା ଆଦାୟ କରାଯାଇଥିବା କଟକ ଡିସିପି ଅଖିଳେଶ୍ୱର ସିଂହ ସୂଚନା ଦେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ କଟକ ୟୁପିଡି ଅନ୍ତର୍ଗତ ବିଭିନ୍ନ ଥାନା ପକ୍ଷରୁ ସକାଳ ୭ଟାରୁ ସନ୍ଧ୍ୟା ୬ଟା ମଧ୍ୟରେ ହୋଇଥିବା କାର୍ଯ୍ୟାନୁଷ୍ଠାନ ଅନୁଯାୟୀ ମାସ୍କ ନ ପିନ୍ଧିବା ନେଇ ୧୧୯ଜଣ ଓ ସାମାଜିକ ଦ୍ୱରତ୍ୱ ନିୟମ ନ ମାନିବା ନେଇ ୧୧୪ଜଣ ଦୋକାନୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ମଟର ପରିବହନ ଆଇନରେ ୧୨ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories