www.samajalive.in
Saturday, December 13, 2025
27.1 C
Bhubaneswar

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ସୁବାସ ଚୌହ୍ବାନଙ୍କ ପରଲୋକ

ଭୁବନେଶ୍ଵର : ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ବିଜୁ ଜନତା ଦଳର ବରିଷ୍ଠ ନେତା ସୁବାସ ଚୌହ୍ୱାନଙ୍କ ପରଲୋକ ଘଟିଛି । ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ମାତ୍ର ୫୪ ବର୍ଷ ବୟସରେ ତାଙ୍କର ଦେହାନ୍ତ ଘଟିଛି । ଲିଭର କ୍ୟାନସରରେ ପୀଡ଼ିତ ଥିବାରୁ ସେ ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ । ରାଜ୍ୟ ବାହାରକୁ ଯାଇ ମଧ୍ୟ ଚିକିତ୍ସିତ ହୋଇ ଫେରିଥିଲେ। ତେବେ, ଗତ ମଙ୍ଗଳବାର ରାତିରେ ସେ ଗୁରୁତର ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କର ସ୍ବାସ୍ଥ୍ୟବସ୍ଥା ଉଦବେଗଜନକ ଥିବାରୁ ବରିଷ୍ଠ ଡାକ୍ତରଙ୍କୁ ନେଇ ଗଠିତ ଏକ ଟିମ୍ ତାଙ୍କର ଚିକିତ୍ସା ଜାରି ରଖିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତି ପ୍ରାୟ ୩ଟା ୫ରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି।

ସୂଚନାଯୋଗ୍ୟ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସଏସ୍)ର ଜଣେ ସ୍ୱୟଂ ସେବକ ସୁବାଷ ଚୌହାନ ଦୀର୍ଘ ଦିନ ହେଲା ସଂଘ ପ୍ରଚାରକ ଭାବରେ କାମ କରି ହିନ୍ଦୁ ଜାଗରଣ ସାମ୍ମୁଖ୍ୟ, ବଜରଙ୍ଗ ଦଳ ଆଦି ଦାୟିତ୍ୱରେ ଥିଲେ। ସେ ବଜରଙ୍ଗ ଦଳ ରାଜ୍ୟ ସଂଯୋଜକ, ରାଷ୍ଟ୍ରୀୟ ସହ- ସଂଯୋଜକ ଏବଂ ପରେ ରାଷ୍ଟ୍ରୀୟ ସଂଯୋଜକ ଭାବରେ ଦାୟିତ୍ୱ ତୁଲାଇ ଥିଲେ। ୨୦୧୪ ମସିହାରେ ସେ ପ୍ରଥମେ ରାଜନୀତିରେ ପାଦ ଦେଇ ବରଗଡ଼ ଲୋକସଭା ଆସନରୁ ବିଜେପି ଟିକେଟରେ ଲଢ଼ିଥିଲେ। ତେବେ ସ୍ୱଳ୍ପ ବ୍ୟବଧାନରେ ସେ ହାରି ଯାଇଥିଲେ। ଏହାପରେ ୨୦୧୯ ନିର୍ବାଚନ ପୂର୍ବରୁ ଓଡ଼ିଶା ବିଜେପିର ରାଜ୍ୟ ନେତୃତ୍ୱଙ୍କ ସହିତ ବିବାଦ ଘଟି ସେ ବିଜେପି ଛାଡ଼ିଥିଲେ। ଏହାପରେ ସେ ବିଜେଡିରେ ଯୋଗଦେବା ସହ ନବୀନ ପଟ୍ଟନାୟକ ତାଙ୍କ ଉପରେ ଭରଷା ରଖି ତାଙ୍କୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ କରିଥିଲେ। ପଶ୍ଚିମ ଓଡ଼ିଶାର ଜଣେ ଟାଣୁଆ ନେତା ତଥା ଦକ୍ଷ ସଙ୍ଗଠକ ଭାବରେ ସୁବାଷ ପରିଚିତ ଥିଲେ ।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories