www.samajalive.in
Saturday, December 6, 2025
23.1 C
Bhubaneswar

ତାମିଲନାଡୁରେ ପ୍ରବାସୀ ଓଡ଼ିଆ: ଦରମା ଓ ଖାଇବାକୁ ମାଗିବାରୁ ମାଡ଼ ମାରି ଲହୁଲୁହାଣ, ଯୁବତୀମାନଙ୍କୁ ବଳାତ୍କାର ଧମକ

ଭୁବନେଶ୍ବର : ତାମିଲନାଡୁରେ ପ୍ରବାସୀ ଓଡ଼ିଆ। ରାଜ୍ୟରୁ କାମଧନ୍ଦା ଅନ୍ବେଷଣରେ ତାମିଲନାଡୁ ଯାଇଥିଲେ ଓ ସେଠାକାର ତିରୁପୁର ଆହିଲି ଆପ୍ରୋସେଟ୍‌ କମ୍ପାନୀରେ ନିଯୁକ୍ତି ପାଇଥିଲେ। କରୋନା ଭୂତାଣୁ ସଂକ୍ରମଣକୁ ଆଶଙ୍କା କରି ସାରା ଦେଶ ଲକ୍‌ଡାଉନ୍‌ ରହିଛି। ଏହି ସମୟରେ ତିରୁପୁର ଆହିଲି ଆପ୍ରୋସେଟ୍‌ କମ୍ପାନୀ କାର୍ଯ୍ୟ ବନ୍ଦ ବଦଳରେ ଏହି ପ୍ରବାସୀ ଓଡ଼ିଆଙ୍କୁ ଦିନରାତି କାମରେ ଲଗାଇଥିଲା, କିନ୍ତୁ ଦରମା ଦେଇନଥିଲା। ସେହିପରି ଏଠାରେ କାର୍ଯ୍ୟରତ କର୍ମଚାରୀଙ୍କୁ ଖାଇବା ପିଇବାକୁ ମଧ୍ୟ ଦେଇନଥିଲା। କର୍ମଚାରୀମାନେ ଦରମା ଓ ଖାଇବାକୁ ମାଗିବାରୁ ସେମାନଙ୍କୁ ମାଡ଼ ମାରି ଲହୁଲୁହାଣ କରାଯାଇଥିଲା। ଏହାର ପ୍ରତିବାଦରେ ଆନ୍ଦୋଳନ କରିବାରୁ ତାମିଲନାଡୁ ଲୋକେ ପ୍ରବାସୀ ଓଡ଼ିଆଙ୍କୁ ବଳାତ୍କାର କରିବା ପାଇଁ ଧମକ ଦେଇଥିବା ଅଭିଯୋଗ ଆସଛି।

ତାମିଲନାଡୁର ତିରୁପୁର ଆହିଲି ଆପ୍ରୋସେଟ୍‌ କମ୍ପାନୀରେ ଓଡ଼ିଶାର ପ୍ରାୟ ୭୦୦ରୁ ୮୦୦ ପ୍ରବାସୀ ଓଡ଼ିଆ କାମ କରୁଛନ୍ତି। ଏହି କମ୍ପାନୀ ଭିତରେ ଦିନରାତି ପ୍ରବାସୀ ଓଡ଼ିଆଙ୍କୁ କାମ କରାଯାଉଛି ଓ ଖାଇବାକୁ ମଧ୍ୟ ଦେଉନାହାନ୍ତି। ଲକ୍‌ଡାଉନ୍‌ ସମୟରେ ମଧ୍ୟ ଏହି ପ୍ରବାସୀ ଓଡ଼ିଆଙ୍କୁ କାମ କରିବା ପାଇଁ ବାଧ୍ୟ କରାଯାଉଛି। ଏହାର ପ୍ରତିବାଦ ସାଙ୍ଗକୁ ନ୍ୟାର୍ୟ୍ୟ ଦାବି ହାସଲ ପାଇଁ ଆନ୍ଦୋଳନ କରିବାରୁ କମ୍ପାନୀ କର୍ତ୍ତୃପକ୍ଷ ପ୍ରବାସୀ ଓଡ଼ିଆଙ୍କୁ ଠେଙ୍ଗାରେ ବାଡ଼େଇ ଲହୁଲୁହାଣ କରି ଦେଇଛନ୍ତି। ଆନ୍ଦୋଳନ ପ୍ରତ୍ୟାହାର ନ କଲେ ତାମିଲନାଡୁ ଲୋକ ପ୍ରବାସୀ ଓଡ଼ିଆ ଯୁବତୀଙ୍କୁ ବଳାତ୍କାର କରିବେ ବୋଲି ଧମକ ଦେଇଛନ୍ତି। ଓଡ଼ିଶା ପୁଲିସ ଆମକୁ ସାହାଯ୍ୟ କରୁ, ଅନ୍ୟଥା ଆମେ ସମୁହ ଆତ୍ମହତ୍ୟା କରିବାକୁ ବାଧ୍ୟ ହେବୁ କିମ୍ବା ବିଷ ଖାଇ ମରିବା ପାଇଁ ବାଧ୍ୟ ହେବୁ ବୋଲି ଆହିଲି ଆପ୍ରୋସେଟ୍ କମ୍ପାନୀରେ କାର୍ୟ୍ୟରତ ପ୍ରବାସୀ ଓଡ଼ିଆ ଯୁବତୀ ଏକ ଭିଡ଼ିଓ ବାର୍ତ୍ତାରେ ପ୍ରକାଶ କରିଛନ୍ତି। ତେବେ ତିରୁପୁର ଆହିଲି ଆପ୍ରୋସେଟ୍ କମ୍ପାନୀ ପକ୍ଷରୁ ଏ ସଂକ୍ରାନ୍ତରେ କୌଣସି ପ୍ରତିକ୍ରିୟା ରଖାଯାଇ ନାହିଁ।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories