www.samajalive.in
Saturday, December 6, 2025
26.1 C
Bhubaneswar

ମେ ୧୦ରୁ ସିବିଏସ୍‌ଇ ଦଶମ ଓ ଦ୍ବାଦଶ ଶ୍ରେଣୀ ମୂଲ୍ୟାୟନ ଆରମ୍ଭ

ଭୁବନେଶ୍ବର: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସ୍‌ଇ) ଦ୍ବାରା ପରିଚାଳିତ ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷାଖାତା ମୂଲ୍ୟାୟନ ମେ ୧୦ ରବିବାର ଆସନ୍ତକାଲି ଠାରୁ ଆରମ୍ଭ ହେବ। ସାରା ଦେଶରେ ମୂଲ୍ୟାୟନ କେନ୍ଦ୍ର ଭାବେ ୩ ହଜାର ସ୍କୁଲ କାର୍ଯ୍ୟ କରିବ। ୫୦ ଦିନରେ ଦେଢ଼ କୋଟି ଖାତାର ମୂଲ୍ୟାୟନ କରାଯିବ। ମନୋନୀତ ହୋଇଥିବାଶିକ୍ଷକଙ୍କ ନିକଟକୁ ମୂଲ୍ୟାୟନ କେନ୍ଦ୍ରରୁ ପରୀକ୍ଷାଖାତା ପଠାଯିବ। ଶିକ୍ଷକମାନେ ଘରେ ରହି ପରୀକ୍ଷାଖାତାଗୁଡ଼ିକ ମୂଲ୍ୟାୟନ କରିବେ। ମୂଲ୍ୟାୟନ ଶେଷ ହେବା ପରେ ମୂଲ୍ୟାୟନ କେନ୍ଦ୍ରର ଅଧିକାରୀ ଓ କର୍ମକର୍ତ୍ତା ସମ୍ପୃକ୍ତ ଶିକ୍ଷକଙ୍କ ଘରୁ ଉତ୍ତରଖାତା ସଂଗ୍ରହ କରିବେ ଏବଂ ଉତ୍ତରଖାତାଗୁଡ଼ିକୁ ସେମାନେ ବୋର୍ଡର ମୂଲ୍ୟାୟନ କେନ୍ଦ୍ରଗୁଡ଼ିକରେ ଦାଖଲ କରିବେ। ଲକ୍‌ଡାଉନ୍‌ ସମୟରେ ଶିକ୍ଷକମାନେ ଘରେ ରହି କାମ କରିବା ପାଇଁ ନିର୍ଦେଶ ଦିଆଯାଇଛି ବୋଲି କେନ୍ଦ୍ରମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ୍‌ ଟ୍ବିଟ୍‌ କରି କହିଛନ୍ତି। ଚଳିତ ବର୍ଷ ଛାତ୍ରଛାତ୍ରୀଙ୍କ ପରୀକ୍ଷାଫଳ ପ୍ରକାଶରେ ବିଳମ୍ବ ହେବ ନାହିଁ। ଉତ୍ତରଖାତାଗୁଡ଼ିକ ମୂଲ୍ୟାୟନ ଶେଷ ହେବାର କିଛି ଦିନ ମଧ୍ୟରେ ଶୀଘ୍ର ପରୀକ୍ଷାଫଳ ଘୋଷଣା କରାଯିବାକୁ ପଦକ୍ଷେପ ନିଆଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ ପ୍ରକାଶ କରିଛନ୍ତି।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories